-
1.ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଯେ ଭାରତ ଓ ଚୀନ୍ ସୀମାରୁ ୭୫ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର କରିଛନ୍ତି ଏବଂ ବେଜିଂ ସହ ସୀମା ଆଲୋଚନାରେ କିଛି ଅଗ୍ରଗତି ହୋଇଛି।
-
2.ଆଫ୍ରିକାରେ ମଙ୍କିପକ୍ସ ସଂକ୍ରମଣ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାରେ ‘ଜିନେଓସ’ ନାମରେ ପରିଚିତ ବାଭାରିଆନ୍ ନୋର୍ଡିକର ଟିକାକୁ ଅନୁମୋଦନ ଦେଇଛି।
-
3.ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରକୁ କେନ୍ଦ୍ର ସରକାର ଶ୍ରୀ ବିଜୟପୁରମ୍ ନାମରେ ନାମିତ କରିଛନ୍ତି।
-
4.କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୧୯୩୧ ମସିହାରେ ହୋଇଥିବା ପ୍ରଥମ ଜନଗଣନା ଅନୁଯାୟୀ ଭାରତରେ ସମୁଦାୟ ୪, ୧୪୭ ଜାତି ଥିଲେ। କିନ୍ତୁ ୨୦୧୧ ଜନଗଣନାରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ସଂଖ୍ୟା ୪୬ ଲକ୍ଷରୁ ଅଧିକ ହୋଇଯାଇଥିଲା।
-
5.ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ତୃତୀୟ ସର୍ବାଧିକ ରହିଛି। ଅଗଷ୍ଟ ମାସ ପାଇଁ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୫.୬୩ ପ୍ରତିଶତ ରହିଛି।
-
6.ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟରେ ନୂଆ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି।
-
7.ଅନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପିଛା ୨,୫୫୧.୧୯ ଡଲାର ରେ ପହଞ୍ଚିଥିବା ବେଳେ ଆମେରିକାର ସୁନା ଫ୍ୟୁଚର ୧.୪ ପ୍ରତିଶତ ବୃଦ୍ଧି ପାଇ ୨,୫୭୮.୯୦ ଡଲାରରେ ପହଞ୍ଚିଛି।
-
8.ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାର ଚଟୁର୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଯାଇଛନ୍ତି। ଅନ୍ୟ ଦୁଇଜଣ ଆହତ ହୋଇଥିଲେ।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
-
10.ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍ଏକ୍ସ’ର ‘ପୋଲାରିସ୍ ଡନ୍’ ମିଶନକୁ ଗୁରୁବାର ସଫଳତା ମିଳିଛି।
-
11.ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଚର୍ଚ୍ଚାରେ ରହିଛନ୍ତି ରାୟଗଡ଼ାର ସମୟ।
-
12.ସାମଗ୍ରିକ ମୁଦ୍ରାସ୍ଫୀତି ମଧ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ, ତେବେ ଜୁଲାଇରେ ଏହା ୬ ପ୍ରତିଶତ ତଳକୁ ଖସି ଆସିଛି। କିନ୍ତୁ ଏହି କ୍ଷେତ୍ରରେ ଶିକ୍ଷାର ପରିସ୍ଥିତି ବିପରୀତ ଅଟେ। ଦେଶରେ ଶିକ୍ଷା ମୁଦ୍ରାସ୍ଫୀତି ୧୧ ରୁ ୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଦେଶରେ ଶିକ୍ଷା ମୁଦ୍ରାସ୍ଫୀତି ଯେଉଁ ବେଗରେ ବୃଦ୍ଧି ପାଉଛି, ପ୍ରତି ୬ ରୁ ୭ ବର୍ଷରେ ଶିକ୍ଷାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହେଉଛି ।
-
13.ଝାରସୁଗୁଡ଼ାର ପୂର୍ବତନ ଉପ-ଜିଲ୍ଲାପାଳ (ଅବସରପ୍ରାପ୍ତ) ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି।
-
14.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହେବାର ୬ ମାସ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଶୁଣାଣି ଓ ତଦନ୍ତ ଦୀର୍ଘ ହେବା କ୍ଷେତ୍ରରେ ଜାମିନ ହେଉଛି ନିୟମ ଏବଂ ଜେଲ ଏକ ବ୍ୟତିକ୍ରମ।
-
15.ଶାହରୁଖ ଏବେ ୭୩୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି । ସମ୍ପତ୍ତି ବଢ଼ିବା ସହ ସେ ଏବେ ବଲିଉଡର ସବୁଠୁ ଧନୀକ ଅଭିନେତା ବନିପାରିଛନ୍ତି । ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ କୋଲାକାତା ନାଇଟ୍ ରାଇଡର୍ସ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.