• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରମାଗତ ୨ୟ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କର୍ ଭାବେ ମନୋନୀତ ହୋଇଛନ୍ତି। ଶକ୍ତିକାନ୍ତ ଦାସ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ଏ+ ରେଟିଂ ପାଇଛନ୍ତି।…
  2. 2.କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଓଡ଼ିଶାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ନୂତନ ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣ ପାଇଁ ୮୯୨୩ କୋଟି ଟଙ୍କାର ଖର୍ଚ୍ଚ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାରେ ଗୋଟିଏ ନୂଆ ସେତୁ ଓ ୫ଟି ସଡ଼କ ନିର୍ମାଣ ହେବ।

  3. 3.କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ୪୬ ଜଣ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଲେଟରଲ ଏଣ୍ଟ୍ରି (ସିଧାସଳଖ ତଥା ପାର୍ଶ୍ବିକ ନିଯୁକ୍ତି) ମାଧ୍ୟମରେ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ଜାରି କରିଥିବା ବେଳେ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ୟୁପିଏସ୍‌ସିକୁ ଚିଠି ଲେଖିଥିବା ଜଣାପଡ଼ିଛି।

  4. 4.ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଏ ଇନ୍‌ସାଫ୍‌ (ପିଟିଆଇ)ର ପୂର୍ବ ଅଧ୍ୟକ୍ଷ ଇମ୍ରାନ ଖାନ୍‌ (୭୧) ଅକ୍ସ୍‌ଫୋର୍ଡ ବିଶ୍ବବିଦ୍ୟାଳୟର କୁଳପତି ପଦବି ନିମନ୍ତେ ଆବେଦନ ଦାଖଲ କରିଛନ୍ତି।

  5. 5.ଥାଣେର ଏକ ନର୍ସରୀ ସ୍କୁଲ୍‌ରେ ଅତି ଅମାନବୀୟ କାଣ୍ଡ ଘଟିଛି। ୩ ଏବଂ ୪ ବର୍ଷର ୨ ଜଣ ଶିଶୁ ଯୌନ ଅତ୍ୟାଚାରର ଶିକାର ହୋଇଥିବା ଜଣାପଡ଼ିବା ପରେ ଉକ୍ତ ଘଟଣାକୁ ବିରୋଧ କରି ଆଜି ସମ୍ପୃକ୍ତ ଅଞ୍ଚଳରେ ବିଶାଳ ଆନ୍ଦୋଳନ ହୋଇଛି

  6. 6.ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ମମତା ମହାନ୍ତଙ୍କୁ ଦଳର ପ୍ରାର୍ଥୀରୂପେ ଘୋଷଣା କରିଛି ବିଜେପି।…

  7. 7.ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ୮ ରାଜ୍ୟରୁ ୯ଟି ରାଜ୍ୟସଭା ଆସନ ପାଇଁ ତାଲିକା ପ୍ରକାଶ କରିଛି ।

  8. 8.ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ମହିଳା କଳାକାରଙ୍କ ନିର୍ଯ୍ୟାତନା ସମ୍ପର୍କରେ ଗଠିତ ଅବସରପ୍ରାପ୍ତ ବିଚାରପତି ହେମା କମିଟିର ରିପୋର୍ଟରେ ଏହି ତଥ୍ୟ ମଙ୍ଗଳବାର ସାମ୍ନାକୁ ଆସିଛି। କମିଟିର ରିପୋର୍ଟ ଫିଲ୍ମଶିଳ୍ପରେ ମହିଳା କଳାକାରଙ୍କ ଯୌନ ଉତ୍ପୀଡ଼ନ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ୨୯୫ ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିର୍ମାତା, ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ଏକ ଗୋଷ୍ଠୀ ଅଛି।

  9. 9.ଇସ୍ରାଏଲ ସେନା କହିଛି ଯେ ଗତ ବର୍ଷ ଅକ୍ଟୋବର ୭ ତାରିଖରେ ହାମାସ ଆକ୍ରମଣ ସମୟରେ ବନ୍ଧକ ଥିବା ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

  10. 10.ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂରକ୍ଷଣ ଏବଂ କ୍ରିମିଲେୟାର ବିଷୟରେ ସୁପ୍ରିମକୋର୍ଟ ନିକଟରେ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ସଂରକ୍ଷଣ ବଚାଓ ସଂଘର୍ଷ କମିଟି ବିରୋଧ କରୁଛି। ବର୍ତ୍ତମାନ କମିଟି ସମେତ ଅନେକ ସଂଗଠନ ୨୧ଅଗଷ୍ଟ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି।

  11. 11.ଇଡିରେ ନିୟୋଜିତ ଜଣେ ପ୍ରବର୍ତ୍ତନ ଅଧିକାରୀ ଆଲୋକ କୁମାର ରଂଜନ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ତାଙ୍କ କ୍ଷତବିକ୍ଷତ ମୃତଦେହ ରେଳ ଧାରଣାରୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଲୋକ ଏକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ।

  12. 12.ଚଳିତ ବର୍ଷ ଜୁନ୍‌ରେ ସାରା ଦେଶରେ ୧୫ ଲକ୍ଷ ୭୩ ହଜାର ୪୪୧ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ସେଥିରୁ ୨,୯୬,୯୯୯ ଗ୍ରାହକ ଯୋଡ଼ିଛି ଓଡ଼ିଶା। ନୂଆ ଗ୍ରାହକ ସୃଷ୍ଟି କରିବାରେ ମହାରାଷ୍ଟ୍ର ପଛକୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି।

  13. 13.ରାଜ୍ୟରେ ଲୋକମାନଙ୍କ ଲାଗି ମ୍ୟୁଚୁଆଲ୍ ଫଣ୍ଡ୍‌ ଏକ ପସନ୍ଦର ନିବେଶ ବିକଳ୍ପ ଭାବେ ଉଭା ହୋଇଛି। ୨୦୧୨ ପରେ ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ମ୍ୟୁଚୁଆଲ୍ ଫଣ୍ଡ୍‌ ନିବେଶ ୬ ଗୁଣା ବୃଦ୍ଧି ପାଇଛି।

  14. 14.ହମାସ ଟ୍ରୁପ୍ ମୁଖ୍ୟ ମହମ୍ମଦ ଦଇଫଙ୍କ ସମେତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ ଏହି ସୂଚନା ଦେଇଛି।

  15. 15.ଇସ୍ରାଏଲ୍ ନାଗରିକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଛି। ଫଳରେ ‌ବହୁ ମହିଳା ନିଜ ପାଖରେ ବନ୍ଧୁକ ରଖିବାକୁ ଚାହୁଁଛନ୍ତି। ସେମାନେ ହମାସ ବିରୋଧରେ ଲଢ଼ିବାକୁ ଚାହୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.