-
1. ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
-
2.ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ପାଲେଷ୍ଟାଇନବାସୀ ପ୍ରାଣ ହରାଇଛନ୍ତି। ଗାଜାର କବରସ୍ତାନରେ ମୃତଦେହକୁ କବର ଦେବା ପାଇଁ ସ୍ଥାନ ନାହିଁ ।
-
3.ବୁଧବାର ରାତିରେ ହଠାତ୍ ୧୦୦ରୁ ୧୫୦ ଜଣ ଲୋକ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ସଂପୃକ୍ତ ୧୨ ଜଣଙ୍କୁ ପୁଲିସ ଗିରଫ କରିଛି ।
-
4.ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ପଦ୍ମଭୂଷଣ ଡ. ରାମ ନାରାୟଣ ଅଗ୍ରୱାଲଙ୍କ ହାଇଦ୍ରାବାଦରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି।
-
5.ମଙ୍କିପକ୍ସ ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ଏମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
-
6.ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହା ଆଧୁନିକ ଯୁଗରେ ବିରଳ। ମୁଦ୍ରାସ୍ଫୀତିକୁ ନେଇ ଜନସାଧାରଣଙ୍କୁ ଅସନ୍ତୁଷ୍ଟ ଦେଖି ସେ ନିଜେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଘୋଷଣା କରିଛନ୍ତି ।
-
7.ଫ୍ରାନ୍ସର ଉତ୍ତର-ପୂର୍ବାଞ୍ଚଳରେ ଦୁଇଟି ରାଫେଲ ବିମାନ ମଧ୍ୟରେ ଧକ୍କା ହୋଇଛି । ଏହି ଦୁଇଟି ବିମାନ ଫ୍ରାନ୍ସ ବାୟୁସେନାର ବୋଲି ଜଣାପଡ଼ିଛି । ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।
-
8.ଶ୍ରୀମାତା ବୈଷ୍ଣବ ଦେବୀ ଯାତ୍ରା ରାସ୍ତାର ଦେଓରୀ ନିକଟରେ ଏହି ଭୂସ୍ଖଳନ ଘଟିଛି। ଏହି କାରଣରୁ ବର୍ତ୍ତମାନ ପାଇଁ ଯାତ୍ରା କୁ ବନ୍ଦ କରି ଦିଆଯାଇଛି । ଏକ ବିକଳ୍ପ ମାର୍ଗ ଦେଇ ଯାତ୍ରା ଆରମ୍ଭ ହୋଇଛି।
-
9.ପାରାଦୀପରେ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଲୋଡ୍ କରି ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା।
-
10.୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।
-
11.ନିର୍ବାଚିତ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବା ଦିଗଦର୍ଶନ କାର୍ଯ୍ଯକ୍ରମକୁ ବର୍ଜନ କରିବ ବିଜେଡି। କାର୍ଯ୍ଯକ୍ରମରେ ଯୋଗ ନ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି।
-
12.ଜଟଣୀର ପ୍ରତିଷ୍ଠିତ ନୃତ୍ୟ ଗୁରୁ ସାନ୍ତା ରାଓ ସ୍ଥାନୀୟ ମଧୁସୁଦନ ନଗର ସ୍ଥିତ ଶିକ୍ଷାକେନ୍ଦ୍ରରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।
-
13.ଡିଜିଟାଲ ନ୍ୟୁଜ୍ ସବସ୍କ୍ରିପସନ୍ ଉପରେ ଲାଗୁ ହୋଇଥିବା ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହାରକୁ ଅର୍ଥ ମନ୍ତ୍ରଣାଳୟ ସମୀକ୍ଷା କରିବ ବୋଲି ଆଶା କରାଯାଉଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ସମ୍ବାଦ ସଦସ୍ୟତା ଉପରେ ଜିଏସଟି ହାର ହ୍ରାସ କରିବାକୁ ଅର୍ଥ ମନ୍ତ୍ରଣାଳୟକୁ ସୁପାରିଶ କରିବା ପରେ ଏହି ଖବର ଆସିଛି।
-
14.ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି ।
-
15.ଭାରତୀୟ ହକି ଦଳର ତାରକା ଗୋଲକିପର ପିଆର ଶ୍ରୀଜେଶଙ୍କ ସମ୍ମାନାର୍ଥେ ଏକ ବଡ଼ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ। ବୁଧବାର ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ଅବସର ଦେବାକୁ ହକି ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.