• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିବା ପରେ ସେ ତାଙ୍କ କାର୍ଯ୍ୟକାଳରେ ୧୧ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି।  ଏହାପୂର୍ବରୁ ନେହେରୁ ଲାଲକିଲ୍ଲାରୁ ଭାଷଣ ଦେଇ ୧୭ ଥର ଏବଂ ଇନ୍ଦିରା ଗାନ୍ଧୀ ୧୬ ଥର ଇତିହାସ ସୃଷ୍ଟି କରିଛନ୍ତି।
  2. 2.ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଆଜି ହେଉଛି ସେହି ଶୁଭ ମୁହୂର୍ତ୍ତ ଯେତେବେଳେ ଆମେ ସ୍ମରଣ କରୁଛୁ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

  3. 3.ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ବେଶ୍‌ ଭଲ ପ୍ରଦର୍ଶନ କରିବାରୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ବ ଚାମ୍ପିୟନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।

  4. 4.ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବୁଧବାର ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତରୁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏପରି ବିବୃତ୍ତି ଶୁଭଙ୍କର ନୁହେଁ।

  5. 5.ଭାରତୀୟ ସେନାର କର୍ନେଲ ମନପ୍ରୀତ ସିଂହଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିଛି। ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମନପ୍ରୀତ ସିଂହଙ୍କୁ ଦ୍ବିତୀୟ ସର୍ବୋଚ୍ଚ ଶାନ୍ତି ସମୟର ସାହସିକ ପୁରାସ୍କର ପ୍ରଦାନ କରାଯାଇଛି।

  6. 6.ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବ୍ୟାପିବା ପରେ ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଦ୍ୱିତୀୟ ଥର ପାଇଁ ସମଗ୍ର ବିଶ୍ୱ ପାଇଁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।କଙ୍ଗୋରେ ଏହି ରୋଗ ଦ୍ରୁତ ଗତିରେ ବିସ୍ତାର କରିବାରୁ ଏହା କଙ୍ଗୋରୁ ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡା ସମେତ ପଡୋଶୀ ଦେଶକୁ ବ୍ୟାପିଛି। ସ୍ଥିତି ସୁଧାରିବା ଲାଗି WHO ରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

  7. 7. କେନ୍ଦ୍ର ସରକାର ଓ ଖଣି କମ୍ପାନିଗୁଡ଼ିକଠାରୁ ପିଛିଲା ରୟାଲ୍‌ଟି ଅସୁଲ କରିବାକୁ କୋର୍ଟ ରାଜ୍ୟମାନଙ୍କୁ ଅନୁମତି ଦେଇଛନ୍ତି। ଏହା ଦ୍ବାରା ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ଖଣି ଥିବା ରାଜ୍ୟଗୁଡ଼ିକ ଉପକୃତ ହେବେ। କିନ୍ତୁ ଖଣି କମ୍ପାନିଗୁଡ଼ିକ ଲାଗି ଏହା ବହୁତ ବଡ଼ ଧକ୍କା ସାବ୍ୟସ୍ତ ହୋଇଛି।

  8. 8.ଅଯୋଧ୍ୟାର ରାମଲାଲା ମନ୍ଦିରକୁ ସଂଯୋଗକାରୀ ଭକ୍ତିପଥ ଓ ରାମପଥରେ ଲଗାଯାଇଥିବା ୩,୮୦୦ ବାମ୍ବୋ ଲାଇଟ୍‌ ଏବଂ ୩୬ ଗୋବୋ ପ୍ରୋଜେକ୍ଟର ଲାଇଟ୍‌କୁ ଦୁର୍ବୃତ୍ତମାନେ ଚୋରିକରି ନେଇଛନ୍ତି।

  9. 9.ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।

  10. 10.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି।

  11. 11.କର୍ଣ୍ଣାଟକ ସରକାର ବୁଧବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସହିତ ସମସ୍ତ କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  12. 12.କେନ୍ଦ୍ର ସରକାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି। ଏହି ଦାୟିତ୍ୱ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଦିଆଯାଇଛି। ରାହୁଲ ନବୀନ ହେଉଛନ୍ତି ଭାରତୀୟ ରାଜସ୍ୱ ସେବା (ଆୟକର)ର ୧୯୯୩ ବ୍ୟାଚ୍ ଅଧିକାରୀ ।

  13. 13.ମାଳଦ୍ୱୀପ ନିଜର ୨୮ଟି ଦ୍ୱୀପପୁଞ୍ଜର ପରିଚାଳନା ଭାରତକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଏହି ୨୮ ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ପ୍ରକଳ୍ପର କାର୍ଯ୍ୟ ତଥା ପରିଚାଳନା କରିବା ଭାରତ ସରକାରଙ୍କ ଦାୟିତ୍ବ ହେବ।

  14. 14.ବିଶ୍ବର ଅନେକ ଦେଶକୁ ଭାରତର ରପ୍ତାନି ହ୍ରାସ ପାଇଛି। ଚୀନ୍, ବ୍ରିଟେନ୍, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ମାଲେସିଆ, ଫ୍ରାନ୍ସ, ଇଟାଲି, ଅଷ୍ଟ୍ରେଲିଆ, ନେପାଳ, ବ୍ରାଜିଲ୍, ବେଲଜିୟମ୍‌, ତୁର୍କୀ ଓ ଇଣ୍ଡୋନେସିଆକୁ ଭାରତର ରପ୍ତାନି ହ୍ରାସ ପାଇଛି।

  15. 15.ଜମ୍ମୁ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ସେନା କ୍ୟାପଟେନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.