• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ୬୦ କି.ମି. ରାସ୍ତାକୁ ୬ ଲେନ୍‌ ବିଶିଷ୍ଟ କରାଯିବ। ଏଥିଲାଗି ଆନୁମାନିକ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

  2. 2.ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ ଗଞ୍ଜେଇ। ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ (ଓଡିଶା ଆକ୍ଟ ୧୦ ର ୨୦୧୩) ର ଧାରା ୨ (ଟି) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର “ଭାଙ୍ଗ” ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି।

  3. 3.ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ସରକାର ଟଙ୍କା ଦେବେ। ଅଗଷ୍ଟ ୧୫ ତାରିଖରେ ନୂଆ ହିତାଧିକାରୀଙ୍କୁ ଭତ୍ତା ରାଶି ମିଳିପାରେ ବୋଲି କୁହାଯାଉଛି।.

  4. 4.ଅବକାରୀ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହେପାଜତକୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  5. 5.ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୫ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ସରକାର ଜାରି କରିଥିବା ତଥ୍ୟକୁ ସହଜରେ ବିଶ୍ବାସ କରିହେଉନାହିଁ।

  6. 6.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ।

  7. 7.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନାଲ୍‌କୋର ନିଟ୍ ଲାଭ ୭୨ ପ୍ରତିଶତ ବୃଦ୍ଧି ପାଇ ୬୦୧ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନିର ନିଟ୍ ଲାଭ ୩୪୯ କୋଟି ଟଙ୍କା ଥିଲା।

  8. 8.୨୦୨୩ରେ ପ୍ରବଳ ତାପମାତ୍ରା ଯୋଗୁଁ ୟୁରୋପରେ ପାଖାପାଖି ୫୦,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ଏହି ଅଞ୍ଚଳର ଦକ୍ଷିଣରେ ଥିବା ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ‘ବାର୍ସେଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥ’ ପକ୍ଷରୁ ସୋମବାର ପ୍ରକାଶିତ ରିପୋର୍ଟରେ ଏ ନେଇ ବିସ୍ତୃତ ତଥ୍ୟ ରହିଛି।

  9. 9.ଶୁକ୍ରାଣୁ ଓ ଡିମ୍ବାଣୁଦାତାମାନେ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ସନ୍ତାନ ଉପରେ ଆଇନଗତ ଅଧିକାର ଦାବି କରିପାରିବେ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି

  10. 10.ଇସ୍ରାଏଲ ଉପରେ ଇରାନ ଏବଂ ଏହାର ଛାୟା ସଂଗଠନଗୁଡ଼ିକ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି। ଆମେରିକା ଗୁଇନ୍ଦା ସଂସ୍ଥା ଏନେଇ ଇସ୍ରାଏଲକୁ ସତର୍କ କରାଇ ଦେଇଛି।

  11. 11.ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନ ଏବଂ ହଠାତ୍‌ ଆସିଥିବା ବନ୍ୟା କାରଣରୁ ୨୧୩ଟି ସଡ଼କ ବନ୍ଦ ହୋଇପଡ଼ିଛି ।

  12. 12.ଭାରତୀୟ ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରାଣ୍ଡ୍‌ର ଲୁଣ ଏବଂ ଚିନିରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା(ମାଇକ୍ରୋପ୍ଲାଷ୍ଟିକ୍‌) ରହିଛି।

  13. 13.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଗତ ମାସରେ ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି।

  14. 14.୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା।

  15. 15.କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ ।

  16. 16.ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ରାମଦେବ ଓ ସହଯୋଗୀ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିଛନ୍ତି। ଏଥିସହ ଅବମାନନା ମାମଲା ମଧ୍ୟ ବନ୍ଦ କରିଦେଇଛନ୍ତି।

  17. 17.ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ତାରାଙ୍କ ବିଭିନ୍ନ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଏହି ସମୟରେ ୧୦ଟି ଫ୍ଲାଟ, ୭ଟି ପ୍ଲଟ୍‌, ଅଢେଇ କେଜି ପାଖାପାଖି ସୁନା ଠାବ କରିବା ସହ ୩୭୦ ଗ୍ରାମ ହୀରା, ବିଦେଶୀ ମୁଦ୍ରା, ଦାମୀ ଘଣ୍ଟା ସହ ୨.୭୦କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା ।

  18. 18.ଲୋକପ୍ରିୟ ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି ମୁମ୍ବାଇ ସ୍ଥିତ ହାଜି ଅଲ୍ଲୀ ଦରଗାକୁ ୧.୨୧ କୋଟି ଟଙ୍କା ଦାନ କରିଛନ୍ତି। ସେ ହାଜି ଅଲ୍ଲୀ ଦରଗାର ଏକ ଅଂଶର ମରାମତି ଦାୟିତ୍ୱ ନେଇଥିଲେ। 

  19. 19.୧୯୩୨ ଓ ୧୯୮୪ରେ ହୋଇଥିବା ପୂର୍ବ ଇଭେଣ୍ଟ ପରେ ଲସ୍ ଆଞ୍ଜେଲସ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବ। ପ୍ୟାରିସ୍ ୨୦୨୪ ପାଇଁ ମନୋନୀତ ହେବା ପରେ ସାନ୍ତ୍ୱନା ସ୍ୱରୂପ ଏହି ସହର ୨୦୨୮ ଅଲିମ୍ପିକ୍ସ ଆୟୋଜନ କରିବା ଅଧିକାର ହାସଲ କରିଥିଲା।

  20. 20.ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.