-
1.ଭାରତୀୟ ନୌସେନାରେ ସାମିଲ ହେବ ମାରାତ୍ମକ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତ । ଦୁଇଟି ସଂସ୍କୃତ ଶବ୍ଦକୁ ମିଶାଇ ଏହି ଅରିଘାତ ଶବ୍ଦଟି ପ୍ରସ୍ତୁତ କରାଯାଇଛି । ‘ଅରି’ ର ଅର୍ଥ ଶତ୍ରୁ ଓ ‘ଘାତ’ର ଅର୍ଥ ପ୍ରହାର ଅଥବା ଆକ୍ରମଣ ।
-
2.ଫେବ୍ରୁଆରି ୧୩ରୁ ଆନ୍ଦୋଳନରତ କୃଷକମାନେ ଡେରା ପକାଇଥିବା ଶମ୍ଭୁ ସୀମାକୁ ଆଂଶିକ ଖୋଲିବାକୁ ସୁପ୍ରିମ୍କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।
-
3.କୋଲକାତା ଆର୍ଜି କର ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଅତି ନିର୍ମମ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ବର ସୃଷ୍ଟି ହୋଇଛି। ମାମଲା ସିବିଆଇକୁ ହସ୍ତାନ୍ତର ନିମନ୍ତେ ବିଜେପି ଓ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର ସଂଘ ଦାବି କରିଥିଲେ।
-
4.ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଡିମ୍ବାଶୟ ଏବଂ ଗର୍ଭାଶୟ ଅଛି। କିଛିଦିନ ଧରି ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବା ପରେ ବ୍ୟକ୍ତି ଜଣଙ୍କ ହସ୍ପିଟାଲ୍ ଯାଇ ଅଲଟ୍ରାସାଉଣ୍ଡ୍ କରାଇଥିଲେ।
-
5.ହିଜବୁଲ୍ଲା ଓ ଇରାନ୍ ଠାରୁ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିକଟତର ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ପୂର୍ବତନ ଜେନେରାଲ୍ ମତ ଦେଇଛନ୍ତି।
-
6.ଆମେରିକାର ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ବାରା ଅଣାଯାଇଥିବା ଅଭିଯୋଗ ଭାରତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଲୋକଙ୍କ ବିନିଯୋଗ ବିପଦପୂର୍ଣ୍ଣ ଅଞ୍ଚଳରେ ପହଞ୍ଚିଛି।
-
7.ପାକିସ୍ତାନ ସେନା ସୋମବାର ନିଜର ପୂର୍ବତନ ଜେନେରାଲ ତଥା ପୂର୍ବତନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ମୁଖ୍ୟ ଫୈଜ ହମିଦଙ୍କୁ ସାମରିକ ହେପାଜତକୁ ନେଇ ତାଙ୍କ ବିରୋଧରେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରିଛି।
-
8.ଭୋପାଳ , ରାଜ୍ୟର ବିକାଶ କାର୍ଯ୍ୟରେ ନିରନ୍ତର ଭାବେ ନିୟୋଜିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ଏଥର ମଧ୍ୟପ୍ରଦେଶରେ ପୌର ସଂଗଠନର ଜନ ପ୍ରତିନିଧୀଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି।
-
9.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନାଲ୍କୋର ନିଟ୍ ଲାଭ ୭୨ ପ୍ରତିଶତ ବୃଦ୍ଧି ପାଇ ୬୦୧ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନିର ନିଟ୍ ଲାଭ ୩୪୯ କୋଟି ଟଙ୍କା ଥିଲା।
-
10.ଚଳିତ ବର୍ଷ ଜୁଲାଇରେ ଓଡିଶା ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ସ୍ଥିତିରେ ବଡ଼ ଧରଣର ସୁଧାର ଘଟିଛି। ସାଧାରଣତଃ ୭ ପ୍ରତିଶତରୁ ଅଧିକ ରହୁଥିବା ଏହି ମୁଦ୍ରାସ୍ଫୀତି ହାର ପ୍ରଥମ ଥର ପାଇଁ ୫ ପ୍ରତିଶତରୁ କମ୍ ହୋଇଛି। ଜୁଲାଇରେ ରାଜ୍ୟର ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଛି।
-
11.ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ଶିଳ୍ପପତି ଗୌତମ ଆଦାନିଙ୍କ କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ହ୍ରାସ ଘଟିଥିଲା। ଏକ ସମୟରେ ତାଙ୍କ କମ୍ପାନିଗୁଡ଼ିକର ମୋଟ୍ ବଜାର ପୁଞ୍ଜିରେ ୫୩ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା।
-
12.ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ପଦବିରୁ ଟି ପ୍ରସାଦ ରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଶ୍ରୀ ଦୋରା ବିଜେଡିର ଜଣେ ଆଗଧାଡ଼ିର ସମବାୟ ନେତା ଥିଲେ।
-
13.ନାଗପୁର-ରାଜନନ୍ଦଗାଓଁ ସେକ୍ସନ୍ରେ ନିର୍ମାଣ ସରିଥିବା ତୃତୀୟ ଲାଇନ୍କୁ ସରକାରୀ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବିବିଧ ସୁରକ୍ଷା ଯାଞ୍ଚ ଚଳିତ ଅଗଷ୍ଟ ମାସ ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଛି। ଏଥିପାଇଁ ଏହି ରୁଟ୍ରେ ଚାଲୁଥିବା ପ୍ରାୟ ୭୨ଟି ଟ୍ରେନ୍ ରଦ୍ଦ ହେବ।
-
14.କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ ବୁକ ରେକର୍ଡ ୨୦୨୪ ରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ।
-
15.ବିଶ୍ୱବ୍ୟାପୀ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅନେକ ସଫଳତାକୁ ଗିନିଜ୍ ୱାଲର୍ଡ ରେକର୍ଡସ୍ (ଜିଡବ୍ଲ୍ୟୁଆର୍) ପ୍ରଦର୍ଶିତ କରିଥାଏ। ଶନିବାର ଆମେରିକା ଇଡାହୋର ଡେଭିଡ ରଷ୍ ନାମକ ଜଣେ ବ୍ୟକ୍ତି ୧୫ଟି ଭିନ୍ନ ଭିନ୍ନ ଶ୍ରେଣୀରେ ରହିଥିବା ବିଶ୍ୱ ରେକର୍ଡକୁ ଭଙ୍ଗ କରି ଜିଡବ୍ଲ୍ୟୁଆର୍ରେ ନିଜ ନାମ ସାମିଲ କରିପାରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.