-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି।
-
2.ରାଜସ୍ଥାନର ଭରତପୁରର କଂଗ୍ରେସ ସାଂସଦ ସଞ୍ଜନା ଜାଟବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ତାଙ୍କର ସୁରକ୍ଷା ପାଇଁ କନଷ୍ଟେବଳ ସ୍ବାମୀଙ୍କୁ ନିୟୋଜିତ କରାଯାଇଛି। କୌଣସି ସାଂସଦଙ୍କୁ ସୁରକ୍ଷା ଦେବା ପାଇଁ ସ୍ବାମୀଙ୍କୁ ନିୟୋଜିତ କରିବା ଘଟଣା ହେଉଛି ଏହା ପଥ୍ରମ ଅଟେ ।
-
3.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ବଡ଼ ଧରଣର ବିଦେଶୀ ଷଡ଼୍ଯନ୍ତ୍ର ହୋଇଛି ଏବଂ ଏଥିରେ ଆମେରିକାର ମୁଖ୍ୟ ଭୂମିକା ରହିଛି ବୋଲି ହସିନା କହିଛନ୍ତି।
-
4.କର୍ଣ୍ଣାଟକରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ତୁଙ୍ଗଭଦ୍ରା ଡ୍ୟାମ୍ର ଏକ ଫାଟକ ଧୋଇ ହୋଇଯାଇଛି।
-
5.ଆଦାନି ଗ୍ରୁପ୍ ବିରୋଧରେ ସେବି କରୁଥିବା ୨୪ଟି ବିଷୟ ତଦନ୍ତରୁ ୨୩ଟି ଶେଷ ହୋଇଛି। କେବଳ ଗୋଟିଏ ବିଷୟରେ ତଦନ୍ତ ବାକି ରହିଛି। ଯେଉଁ ବିଷୟ ତଦନ୍ତ ବେଳେ ଦ୍ବେତ ସ୍ବାର୍ଥ ସମସ୍ୟା ଦେଖାଦେଉଥିଲା, ସେଥିରୁ ଶ୍ରୀମତୀ ବୁଚ୍ ନିଜ ଆଡ଼ୁ ଓହରିଯାଉଥିଲେ ବୋଲି ସେବି କହିଛି।
-
6.ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି। ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ କ୍ଷତିରୁ ରକ୍ଷା କରିବା ପାଇଁ ନୋବେଲ ବିଜେତା ୟୁନୁସ ଆନ୍ଦୋଳନରେ ଅଗ୍ରଣୀ ଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।
-
7.ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି, ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
-
8.ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଅଲ୍ଟୋ କେ ୧୦ ର ୨୫୫୫ ୟୁନିଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। କମ୍ପାନୀର କହିବାନୁସାରେ, ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ କାରରେ ଏକ ତ୍ରୁଟି ଦେଖିବାକୁ ମିଳିଛି |
-
9.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଏହାର ପ୍ରଥମ ସୌର ଗିଗା-କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ୨୦୩୫ ସୁଦ୍ଧା କାର୍ଯ୍ୟରୁ ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଦିଗରେ ଅଗ୍ରସର ହେଉଛି।
-
10.ମାଳଦ୍ବୀପରେ ଭାରତ ୟୁପିଆଇ (ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ୍) ସେବା ଆରମ୍ଭ କରିବ। ଏଥିପାଇଁ ଭାରତ ଓ ମାଳଦ୍ବୀପ ମଧ୍ୟରେ ଏକ ରାଜିନାମା ଶୁକ୍ରବାର ସ୍ବାକ୍ଷରିତ ହୋଇଛି
-
11.ଆନ୍ତର୍ଜାତିକ ବଜାରରେ ବର୍ତ୍ତମାନ ଚିଙ୍ଗୁଡ଼ିର ଅହେତୁକ ମୂଲ୍ୟ ହ୍ରାସ ଘଟିଛି। ଏଥିସହିତ ୟୁରୋପ ଓ ଆମେରିକା ବଜାରର ମାନ୍ଦାବସ୍ଥା ଚିଙ୍ଗୁଡ଼ି ଉଦ୍ୟୋଗ ବର୍ତ୍ତମାନ ଭୟଙ୍କର ଆର୍ଥିକ ସ୍ଥିତି ଦେଇ ଗତି କରୁଛି।
-
12.ପଞ୍ଜାବର ହୋସିଆରପୁର ନିକଟରେ ରବିବାର ଗୋଟିଏ କାର (ଏସୟୁଭି) ନଦୀ ସ୍ରୋତରେ ଭାସିଯିବାରୁ ସେଥିରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୯ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଜଣ ନିଖୋଜ ଥିବା ଜଣାପଡିଛି।
-
13.୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନଥିବା ପରିବାରଗୁଡ଼ିକୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦ ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
-
14.ମଣିପୁରର କାଙ୍ଗପୋକ୍ସି ଜିଲାରେ ବୋମା ବିସ୍ଫୋରଣ ଘଟି ପୂର୍ବତନ ବିଧାୟକ ୟମଥୋଙ୍ଗ ହାଓକିପ୍ଙ୍କ ସ୍ତ୍ରୀ ଚାରୁବାଳା ପ୍ରାଣ ହରାଇଛନ୍ତି।
-
15.ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି କ୍ରମାଗତ ଅଲିମ୍ପିକ୍ସ ପଦକ ଜିତିବାରେ ପ୍ରଥମ ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ହୋଇଛନ୍ତି ନୀରଜ ଚୋପ୍ରା। ସେହିପରି ରେସଲର ଭିନେଶ ଫୋଗଟଙ୍କ ଠାରୁ ବି ଭାରତବାସୀ ପଦକର ଆଶା ରଖିଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.