-
ଦୀର୍ଘ ଦିନର ଅସୁସ୍ଥତା ପରେ ଶନିବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କେ ନଟୱର ସିଂଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
-
ବିସ୍ଥାପିତ ଲୋକଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଏକ ସ୍କୁଲ୍ ଉପରେ ଇସ୍ରାଏଲ ଆଜି ଅଚାନକ କୌଣସି ପୂର୍ବ ସତର୍କ ସୂଚନା ନଦେଇ ବୋମା ମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
-
ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ଙ୍କୁ ସିଧାସଳଖ ଟାର୍ଗେଟ୍ କରାଯାଇଛି। ଆଦାନି ଗ୍ରୁପ୍ର ସ୍କାମ୍ରେ ଜଡିତ ବିଦେଶୀ କମ୍ପାନିରେ ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚ୍ଙ୍କ ଅଂଶଧନ ରହିଥିବା ରିପୋର୍ଟରେ କୁହାଯାଇଛି। ଏହି ଅଭିଯୋଗ ଉପରେ ମାଧବୀ ପୁରୀ ବୁଚ୍ କିମ୍ବା ସେବି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ମତାମତ ଦିଆଯାଇନାହିଁ।
-
ବାଂଲାଦେଶରେ ହସିନା ସରକାରର ପତନ ଏବଂ ନୂଆ ଅନ୍ତରୀଣ ସରକାର ଗଠନ ହେବାପରେ ବାଂଲାଦେଶ ପ୍ରଧାନ ବିଚାରପତି ଓବେଦୁଲ ହସନ ଇସ୍ତଫା ଦେଇଛନ୍ତି।
-
ମହାରାଷ୍ଟ୍ରର ଥାନେରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କ ସଭାସ୍ଥଳରେ ଏମଏନଏସ କର୍ମୀମାନେ ହଙ୍ଗାମା କରିଛନ୍ତି । ରାଜ ଠାକରେଙ୍କ କର୍ମୀମାନେ ଉଦ୍ଧବ ଠାକରେଙ୍କ ଗାଡ଼ି ଉପରକୁ ଗୋବର ଫିଙ୍ଗିଛନ୍ତି।
-
ବାଂଲାଦେଶରେ ଯଦିଓ ଏକ ନୂତନ ସରକାର ଗଠନ ହୋଇଛି, ତଥାପି ସେଠାରେ ହିଂସା ଜାରି ରହିଛି। ବାଂଲାଦେଶର ଅନେକ ହିନ୍ଦୁ ପରିବାର ନିଜ ଘର ଛାଡି ଭାରତ ଆସିବାକୁ ଚାଁହୁଚନ୍ତି | ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂସ୍ଖଳନ ବିପର୍ଯ୍ୟସ୍ତ ୱାୟନାଡ଼ ଗସ୍ତରେ ଯାଇଛନ୍ତି। ଏହାକୁ ନେଇ ଶନିବାର କଂଗ୍ରେସ କହିଛି ଗତ ପ୍ରଧାନମନ୍ତ୍ରୀ ୧୫ ମାସ ଧରି ହିଂସାଗ୍ରସ୍ତ ମଣିପୁର ଗସ୍ତରେ ଯିବାକୁ ମଧ୍ୟ ସମୟ ବାହାର କରିବେ ବୋଲି ଆଶା କରାଯାଉଛି।
-
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଶନିବାର ଦିନ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ଆମର'ଘନିଷ୍ଠ' ସହଯୋଗୀ ଏବଂ 'ମୂଲ୍ୟବାନ ସହଯୋଗୀ' ହୋଇ ରହିଆସିଛି।
-
ଫୁସଫୁସ କର୍କଟ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ଆଖି ବୁଜିଛନ୍ତି ୫୬ ବର୍ଷ ବୟସରେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି। ତାଙ୍କ ମୃତ୍ୟୁ ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ତାଙ୍କୁ ଜଣେ ଅବିଶ୍ୱସନୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି।
-
ଇରାକ ପୁଣିଥରେ ପୁରୁଣା କୁପ୍ରଥାକୁ ଫେରିବାକୁ ଯାଉଛି। ଏହି ଦେଶରେ ଝିଅଙ୍କ ଆଇନଗତ ବିବାହ ବୟସ ୯ ବର୍ଷ ହେବାକୁ ଯାଉଛି। ଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷ ଥିବାବେଳେ ତାହାକୁ ୯ ବର୍ଷକୁ ହ୍ରାସ କରାଯିବ।
-
ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ପାଇଲଟଙ୍କ ସମେତ ୬୨ ଜଣଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି। ବୋଏପାସ୍ ଏଟିଆର-୭୨ ବିମାନଟି ବ୍ରାଜିଲର ସାଓ ପାଓଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
-
ବ୍ୟାଙ୍କ ଗୁଡ଼ିକରେ ଜମା ହ୍ରାସ ପାଇବାର କାରଣ ହେଉଛି ସହରାଞ୍ଚଳ ସଞ୍ଚୟକାରୀମାନେ ଅଧିକ ଲାଭ ପାଇଁ ମ୍ୟୁଚୁଆଲ୍ ଫଣ୍ଡ ଏବଂ ପୁଞ୍ଜି ବା ସେୟାର ବଜାରରେ ନିବେଶ କରୁଥିବାରୁ ଭାରତୀୟ ବ୍ୟାଙ୍କଗୁଡିକ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇକ୍ୱିଟିରେ ନିବେଶ ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା ବଢୁଛି।
-
ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର ପୋଲାଣ୍ଡର କାଟୋଭିସଠାରେ ଆୟୋଜନ କରାଯାଇଛି, ଯେଉଁଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଛନ୍ତି ।
-
ଭାରତୀୟ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେଶ୍ଙ୍କୁ ଭାରତୀୟ ଜୁନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଭାବରେ ନିଯୁକ୍ତ କରାଯାଇଛି। ଯାହା ଫଳରେ ଏହି ଭେଟେରାନ ଗୋଲରକ୍ଷକ ଭବିଷ୍ୟତର ଆହ୍ବାନ ପାଇଁ ଯୁବ ଦଳକୁ ପ୍ରସ୍ତୁତ କରିବେ।
-
ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.