-
1.ଶିଳ୍ପାୟନରେ ଖୋର୍ଦ୍ଧା ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ରାଜ୍ୟର ପାରମ୍ପରିକ ଶିଳ୍ପ ଜିଲ୍ଲାଗୁଡ଼ିକୁ ଏହା ପଛରେ ପକାଇ ଦେଇଛି। ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଜଗତସିଂହପୁର ଓ ଅନୁଗୁଳକୁ ଏହା ପଛରେ ପକାଇ ଦେଇଛି।
-
2.ଲୋକଙ୍କ ଉତ୍ସାହକୁ ଦେଖିରେ ଜଣାପଡ଼ୁଛି ଯେ ଚଳିତବର୍ଷ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହେବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଏହି ଆକଳନ କରାଯାଇଛି। ଗତବର୍ଷ ରାଖୀ ବେପାର ପ୍ରାୟ ୧୦ ହଜାର କୋଟି ଟଙ୍କା ରହିଥିଲା।
-
3.ଚୁକ୍ତି ଭିତ୍ତିରେ ଆଇଫୋନ୍ ଉତ୍ପାଦନ କରୁଥିବା କମ୍ପାନି ଫକ୍ସକନ୍ର ଭାରତୀୟ କାରବାର ୧୦ ବିଲିୟନ ଡଲାର ଅତିକ୍ରମ କରିଛି। କଂପାନିର ଅଧ୍ୟକ୍ଷ ୟଙ୍ଗ ଲିଉ ଏହି ସୂଚନା ଦେଇଛନ୍ତି। କମ୍ପାନିର ସୂଚନା ଅନୁଯାୟୀ, ଫକ୍ସକନ୍ ଏପର୍ଯ୍ୟନ୍ତ ଭାରତରେ ୧.୪ ବିଲିୟନ ଡଲାର ନିବେଶ କରିଛି।
-
4.ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ ରାକେଶ ପାଲଙ୍କର ହୃଦଘାତରେ ପରଲୋକ ଘଟିଛି। ରାକେଶ ପାଲ ୨୦୨୩ ଜୁଲାଇରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ୨୫ତମ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।
-
5.ଚଳିତ ବର୍ଷ ଗଣେଶ ପୂଜାରେ ରାଜଧାନୀ ଭୁବନେଶ୍ବରରେ ଡିଜେ ବନ୍ଦ। ବାଜିବ କେବଳ ପାରମ୍ପରିକ ବାଦ୍ୟ। ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍। ତାସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ।
-
6.କୋଲକାତା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି ସୁପ୍ରିମକୋର୍ଟ କରିବେ। ୩ ଜଣିଆ ଖଣ୍ଡପୀଠ ଆସନ୍ତା ମଙ୍ଗଳବାର ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
-
7.ରାଜସ୍ଥାନର ୧୦୦ଟି ହସ୍ପିଟାଲକୁ ବୋମା ମାଡ଼ ଧମକ ଦିଆଯାଇଛି। ଏଥିରେ ରାଜଧାନୀ ଜୟପୁରର ଦୁଇଟି ହସ୍ପିଟାଲ ମଧ୍ୟ ରହିଛି। ଏହି ଦୁଇଟି ହେଉଛି ମୋନିଲାକ୍ ଏବଂ ସିକେ ବିର୍ଲା ହସ୍ପିଟାଲ। ପୁଲିସର ସୂଚନା ଅନୁସାରେ ୧୦୦ଟି ହସ୍ପିଟାଲରେ ବୋମା ମାଡ଼ କରିବାକୁ ଧମକ ଥିବା ଏକ ଇ-ମେଲ ଆସିଛି।
-
8.ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଅଲଗା ଅଲଗା ସ୍ଥାନରେ କରାଯାଇଥିବା ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ଘଟିଛି।
-
9.ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏୟୁ ଭାରତର ଏକ ଜଣାଶୁଣା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରୁଛି | ନିକଟରେ ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ କହିଛନ୍ତି ଯେ ଅର୍ଥ ଅଭାବରୁ ବିଶ୍ୱବିଦ୍ୟାଳୟ ସଂଘର୍ଷ କରୁଛି ଏବଂ ଏହି କାରଣରୁ ବର୍ତ୍ତମାନ କିଛି ସମ୍ପତ୍ତି ଭଡାରେ ଦିଆଯିବ ଓ ବିକ୍ରୟ କରାଯିବ |
-
10ଦିଲ୍ଲୀରୁ ଉତ୍ତରାଖଣ୍ଡର ରୋଡୱେଜ ବସରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ବସର ଚାଳକ, କଣ୍ଡକ୍ଟର ସମେତ ଅନ୍ୟ ୬ଜଣଙ୍କୁ ଗିରଫ କରିଛି।
-
11.ଏକ ରିପୋର୍ଟ ଦାବି କରିଛି ଯେ ଭାରତୀୟ ମସଲାର ପ୍ରାୟ ୧ ୨ ପ୍ରତିଶତ ନମୁନା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ(ଏଫଏସଏସଏଆଇ) ପରୀକ୍ଷାରେ ବିଫଳ ହୋଇଛି। ଏଗୁଡ଼ିକ ଗୁଣବତ୍ତା ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରିନାହାଁନ୍ତି।
-
12.ବିଜେଡି ନେତା ତଥା ପୂର୍ବତନ ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତୁରନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
-
13.କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍ ମାଗିଛି ଏମ୍ଏଚ୍ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
-
14.ଓଡ଼ିଶା ଖଣି ନିଗମ (ଓଏମ୍ସି)କୁ ନିକଟରେ ଆଉ ଏକ ରାଜସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଓଏମ୍ସିର ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନୀ ପାଇଁ ଏହି ପୁରସ୍କାର ଲାଭ କରିଛି।
-
15.ଭାରତର ବିଭିନ୍ନ କାରଖାନା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଶ୍ରମ ପ୍ରଦାନ କରୁଥିବା ଅଧିକାଂଶ ଶ୍ରମିକ (ବ୍ଲୁ-କଲର) ମାସିକ ୨୦,୦୦୦ ଟଙ୍କା କିମ୍ବା ତା’ଠାରୁ କମ୍ ଦରମା ପାଇଥା’ନ୍ତି।
-
16.ବାଂଲାଦେଶରେ ଯେମିତି ଅନିଶ୍ଚିତତାର ଅବଧି ଶେଷ ହେବାର ନାଁ ନେଉନାହିଁ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ୯ଦିନ ମଧ୍ୟରେ ବ୍ରିଗେଡିୟର୍ ଜେନେରାଲ (ଅବସରପ୍ରାପ୍ତ) ଏମ ସଖାୱତ ହୁସେନଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି।
-
17.ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ପାଟୋଙ୍ଗଟର୍ନ ଶିନାୱାତ୍ରା ନିଯୁକ୍ତ ହୋଇଛନ୍ତି। ପ୍ରତିନିଧି ସଭାର ସେକ୍ରେଟେରୀ ଜେନେରାଲ ବା ମହାସଚିବ ଅର୍ଫାତ୍ ସୁକାନନ ରବିବାର ଏହି ଘୋଷଣା କରିଛନ୍ତି।
-
18.ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି। ଏକଥ ସେ ନିଜେ ପ୍ରକାଶ କରିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ସମ୍ଭାବ୍ୟ ଚୁକ୍ତିରେ ଆଗକୁ ବଢନ୍ତି ତେବେ ତାଙ୍କୁ ହତ୍ୟା କରାଯାଇପାରେ।
-
19.ଓଡ଼ିଶା ଫେରିଛନ୍ତି ଅଲିମ୍ପିକ୍ସ ହକି ବ୍ରୋଞ୍ଜ ପଦକ ବିଜେତା ଓଡ଼ିଆ ପୁଅ ଅମିତ ରୋହିଦାସ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
-
20. କମିଶନରେଟ୍ ପୁଲିସ୍ର ତଥ୍ୟ ଅନୁସାରେ ଆଶାଦ୍ଦୁର ଅଗରତାଲା ଦେଇ ଗତ ଅକ୍ଟୋବରରେ ଭାରତ ଆସିଥିଲା। ଆଶାଦ୍ଦୁର ଜମାନର ଭିସା ୨୦୨୪ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୈଧ ରହିଥିଲା। କଟକ ରାଜେନ୍ଦ୍ରନଗର ଭଡ଼ାଘରୁ ୫ଟି ସିମ୍ ବକ୍ସ ଜବତ ହୋଇଛି। ୨୩୬ଟି ଆକ୍ଟିଭ୍ ସିମ୍ ସମେତ ୫୪୬ଟି ସିମ୍ ଜବତ ହୋଇଥିବା ପୁଲିସ୍ କହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.