-
1.ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ‘କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି’ରେ ସମ୍ମାନିତ ହୋଇଛନ୍ତି। ଫିଜି ରାଷ୍ଟ୍ରପତି ରାତୁ ୟୁଲିୟମ ମେବ୍ଲିଲି କଟୋନିବେରେ ମଙ୍ଗଳବାର ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
-
2.ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ସୂଚନା ଅନୁସାରେ ୨୦୧୯-୨୦ରେ ସର୍ବାଧିକ ୨.୩୪ ଲକ୍ଷ କୋଟି ଟଙ୍କାର ଋଣ ରାଇଟ୍ ଅଫ୍ କରାଯାଇଥିଲା।
-
3.ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରେ ସିବିଆଇ ପକ୍ଷରୁ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନି ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ କରାଯାଇଛି।
-
4.ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ‘ଜନ ବିଦ୍ରୋହ’ର ରୂପ ନେଇଛି। ଦଙ୍ଗାକାରୀମାନେ ହିନ୍ଦୁ, ଖ୍ରୀଷ୍ଟିୟାନ, ଆୱାମୀ ଲିଗ୍ର ନେତା ଓ କର୍ମୀଙ୍କୁ ଆକ୍ରମଣ କରିବା ସହ ସେମାନଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଲୁଟପାଟ ଚଳାଇଛନ୍ତି।
-
5.ରାଜ୍ୟ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ଦିନ ରାଜ୍ୟସଭାରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କରୋନା ଅବଧିରେ ଅଟକାଯାଇଥିବା ସରକାରୀ କର୍ମଚାରୀଙ୍କ ୧୮ ପ୍ରତିଶତ ଡିଏ / ଡିଆର ବକେୟା ପ୍ରଦାନ କରାଯିବ ନାହିଁ।
-
6.ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ୫୦ କିଗ୍ରା ମହିଳା କୁସ୍ତି ଇଭେଣ୍ଟର ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗଟ। ଟୋକିଓ ବିଫଳତାକୁ ପଛରେ ପକାଇ ଭିନେଶ ସୋମବାର ଲଢୁଆ ପ୍ରଦର୍ଶନ କରିଥିଲେ।
-
7.ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।
-
8.ବାଂଲାଦେଶରେ ସରକାରଙ୍କୁ ହଟାଇବା ନେଇ ଗୁପ୍ତଚର ବିଭାଗର ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଏହା ପଛରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ରହିଛି ବୋଲି କୁହାଯାଉଛି।
-
9.ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି।
-
10.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ବ୍ରିଟେନ୍ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି।
-
11.ହାସିନାଙ୍କ ଘରେ କାମ କରୁଥିବା ଚାକର ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏହି ଘଟଣାର ତଦନ୍ତ ପାଇଁ ହସିନା ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଘରେ କାମ କରୁଥିବା ଜାହାଙ୍ଗୀର ଆଲାମ ୨୮୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ହାସଲ କରି ଆମେରିକାରେ ରହୁଥିବା ଜଣାଯାଇଛି।
-
12.୫୦ ଦିନ ଧରି ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ଦୃଷ୍ଟିଶକ୍ତି ସମସ୍ୟାର ଆଶଙ୍କା ରହିଛି।
-
13.ରାଜ୍ୟର ଗାଡ଼ି ଡିଲର୍ସିପ୍ଗୁଡ଼ିକ ଲାଗି ଜୁଲାଇ ଏକ ଭଲ ମାସ ସାବ୍ୟସ୍ତ ହୋଇଛି। ଏହି ମାସରେ ରାଜ୍ୟରେ ୬୧,୭୮୫ ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷ ଜୁଲାଇରେ ହୋଇଥିବା ବିକ୍ରି ତୁଳନାରେ ୨୧.୮୫ ପ୍ରତିଶତ ଅଧିକ।
-
14.ଜୁରାଟର ସୁରଟରେ ଦେଶର ବୃହତ୍ତମ ହୀରା ଉତ୍ପାଦନକାରୀ କମ୍ପାନି କିରଣ ଜେମ୍ସ ନିଜର ୫୦ ହଜାର କର୍ମଚାରୀଙ୍କୁ ୧୦ ଦିନ ଛୁଟିରେ ପଠାଇଛି। କମ୍ପାନି ୧୭ ରୁ ୨୭ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇଛି। ଏହି ଅବଧି ମଧ୍ୟରେ କମ୍ପାନି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଦରମା ପ୍ରଦାନ କରିବ।
-
15.କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.