• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ୧୫ ବର୍ଷ ଶାସନର ଅନ୍ତ ଘଟାଇଛି। ୭୬ ବର୍ଷୀୟା ହସିନା ୨୦୦୯ରୁ ୧୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦକ୍ଷିଣ ଏସୀୟ ରାଷ୍ଟ୍ରକୁ ଶାସନ କରି ଆସୁଥିଲେ।

  2. 2.ଶରଣାର୍ଥୀ ଆଇନକୁ ବିରୋଧ କରି ସଂଯୁକ୍ତ ରାଜ୍ୟ(ୟୁକେ)ରେ ସୃଷ୍ଟି ହୋଇଥିବା ଦଙ୍ଗା ଗମ୍ଭୀର ରୂପ ନେଇଛି। ରବିବାର ସହସ୍ରାଧିକ ଦଙ୍ଗାକାରୀ ଉତ୍ତର ଇଂଲଣ୍ଡରେ ଥିବା ଶରଣାର୍ଥୀ ଅନ୍ତେବାସଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି।

  3. 3.ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶ ଛାଡି ଭାରତରେ ଆଶ୍ରୟ ନେବାକୁ ପଡିଛି। ବାଂଲାଦେଶର ଜଣାଶୁଣା ଲେଖକ ତସଲିମା ନାସିରିନ୍ ମଧ୍ୟ ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ସେ ଦାୟୀ କରିଛନ୍ତି।

  4. 4.ଗତ ଆର୍ଥିକ ବର୍ଷ ୨୦୨୩-୨୪ରେ ଓଡ଼ିଶାକୁ ୩୩୮୧.୭୯ କୋଟି ଟଙ୍କାର କୋଇଲା ରୟାଲ୍‌ଟି ମିଳିଛି। ରୟାଲ୍‌ଟି ହାର ୧୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି ବୋଲି ରାଜ୍ୟସଭାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ସୂଚନା ଦେଇଛନ୍ତି।

  5. 5.ଚଳିତ ବର୍ଷ ଫର୍ଚ୍ୟୁନ୍ ଗ୍ଲୋବାଲ-୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୮୬ତମ ସ୍ଥାନରେ ରହିଛି।

  6. 6.ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହେବାର ୫ବର୍ଷରୁ ଅଧିକ ହେଲାଣି। ଯୋଜନାରେ ସବୁଠାରୁ ବଡ ପରିବର୍ତ୍ତନ ବୟସ୍କଙ୍କ ପାଇଁ ହେବାର ସମ୍ଭାବନା ରହିଛି। ଏହି ଯୋଜନା ଅଧୀନରେ ୭୦ବର୍ଷରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଆଶା କରାଯାଉଛି।

  7. 7.ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। 

  8. 8.ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

  9. 9.ମୋହନ ସରକାରଙ୍କ ଜନଶୁଣାଣିରେ  ଅଭିଯୋଗ ଶୁଣି ସ୍ପଟରେ ଫଇସଲା କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ।

  10. 10.ଉତ୍ତରପ୍ରଦେଶ ପରେ ପଞ୍ଜାବରୁ ଆଳୁ ଆଣିବାକୁ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି ।

  11. 11.କୁବେର ଯନ୍ତ୍ରୀ ପ୍ରଦୀପ ରଥଙ୍କ ଅମାପ ସମ୍ପତ୍ତି ମାଳ ମାଳ ପ୍ଲଟ୍‌, ପୁଳା ପୁଳା ସୁନା ଜବତ କରାଯାଇଛି।

  12. 12.ଏମବିବିଏସ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ ‘ଅଙ୍ଗଦାନ ଓ ପ୍ରତିରୋପଣ’, ଘୋଷଣା କଲେ ସ୍ଵାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି।

  13. 13.ଓଡ଼ିଶାରେ ହେବ ମିସ୍, ମିଷ୍ଟର ଓ ମିଷ୍ଟ୍ରେସ ଇଣ୍ଡିଆ-୨୦୨୪,ମିଶନ ଡ୍ରିମ୍ସ ନାମକ ଏକ ସଂସ୍ଥା ଏହି ପ୍ରତିଯୋଗିତା ଆୟୋଜନ କରୁଛି ।

  14. 14.ମମତା ବାନାର୍ଜୀ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ୭୭ ମୁସଲମାନ ଜାତି OBC ହେଲେ କିପରି ?

  15. 15.ଜେଲ୍‌ରେ ହିଁ ରହିବେ କେଜ୍ରିଓ୍ବାଲ, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ।

  16. 16.ଦେଶର ଯେଉଁ ୨୫ଟି ବିମାନବନ୍ଦରର ଘ‌ରୋଇକରଣ କରାଯାଉଛି, ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି।

  17. 17.ଅର୍ଥମନ୍ତ୍ରୀ କହିଛନ୍ତି ଆମେ ତିନିଥର ଜନସାଧାରଣଙ୍କ ଆବେଦନ କରିଛୁ ଏବଂ ପୁଣିଥରେ କହୁଛୁ ଯେଉଁମାନେ ସାହାରାରେ ଟଙ୍କା ବିନିଯୋଗ କରିଛନ୍ତି ସେମାନେ କାଗଜପତ୍ର ଆଣି ସେମାନଙ୍କ ଟଙ୍କା ନିଅନ୍ତୁ।

  18. 18.ଭାରତର ଦ୍ଵିତୀୟ ବଡ଼ ଧନୀ ତଥା ଆଦାନି ବ୍ୟବସାୟ ସାମ୍ରାଜ୍ୟର ମୁଖ୍ୟ ଗୌତମ ଆଦାନି ୭୦ ବର୍ଷ ବୟସରେ ଅବସର ନେବା ଘୋଷଣା କରିଛନ୍ତି। ଏବେ ଆଦାନିଙ୍କ ବୟସ ହେଉଛି ୬୨ ବର୍ଷ। ଆଉ ଆଠ ବର୍ଷ ପର୍ଯ୍ୟନ୍ତ ସେ କମ୍ପାନିର ନେତୃତ୍ବ ନେବେ।

  19. 19.ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ ହକି ସେମିଫାଇନାଲ ଖେଳିପାରିବେ ନାହିଁ।

  20. 20.ତୁର୍କୀର ସୁଟର ୟୁସୁଫ ଡିକେକ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି। ତେବେ ତାଙ୍କ ଖେଳିବାର ଶୈଳୀ ବେଶ ଚର୍ଚ୍ଚାର ପରିସରରେ ରହିଛି। ରୌପ୍ୟ ପଦକ ଜିତିବା ପରେ ୟୁସୁଫ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.