-
1.ଇସ୍ରାଏଲ ବିରୋଧରେ ଇରାନ, ହମାସ ଓ ହିଜବୁଲ୍ଲାର ମିଳିତ ରଣହୁଙ୍କାର ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ବଢ଼ାଇଦେଇଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭାରତ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ସେମାନଙ୍କ ନାଗରିକମାନଙ୍କୁ ଲେବାନନ ଛାଡିବାକୁ ଆହ୍ୱାନ ଦେଇଛନ୍ତି।
-
2.ଆମେରିକା ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍ ଦଳର ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍ଙ୍କ ପତି ଡଫ୍ ଇମ୍ହୋଫ୍ ନିଜର ଅବୈଧ ପରକୀୟା ସମ୍ପର୍କକୁ ସ୍ବୀକାର କରିଛନ୍ତି। ପ୍ରଥମ ବିବାହ ପରେ ପତ୍ନୀକୁ ଧୋକା ଦେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ସେ ସ୍ବୀକାର କରିଛନ୍ତି।
-
3.ବିଶାଖାପାଟଣା ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ କୋରବା ଏକ୍ସପ୍ରେସ ଟ୍ରେନ୍ର ୩ଟି ବଗିରେ ଅଗ୍ନିକାଣ୍ଡ ଘଟିଛି
-
4.ଝାଡ଼ଖଣ୍ଡରେ ଗତ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି। ବର୍ଷା ବିତ୍ପାତରେ ବେର୍ମୋ ଉପଖଣ୍ଡର ପ୍ରମୁଖ ଗୋମିୟା ପୋଲ ଭାସିଯାଇଥିବା ବେଳେ ଅନେକ ସ୍ଥାନରେ ଅନୁରୂପ ଛୋଟ ଓ ମଧ୍ୟମ ଧରଣର ପୋଲ ଭାସିଯାଇଛି।
-
5.ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପରାସ୍ତ କରିଥିବା ସ୍ୱାଧୀନ ବିଧାୟକ ସରଜୁ ରାୟ ଜେଡିୟୁ ସଦସ୍ୟତା ଗ୍ରହଣ କରିଛନ୍ତି।
-
6.ଓଡିଶାରେ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ୩୫୦୦ ଟଙ୍କାର ଭତ୍ତା ମିଳିବ। ସେହିଭଳି ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ବର୍ଗର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମଧ୍ୟ ମାସକୁ ସମାନ ପରିମାଣର ରାଶି ସରକାର ମାସିକ ଦେବେ।
-
7.ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ବ୍ୟାଙ୍କଗୁଡିକରେ ୭୮.୦୦୦କୋଟି ଟଙ୍କା ପଡ଼ି ରହିଛି। ଯାହାର କେହି ଦାବିଦାର ନାହାନ୍ତି। ଅର୍ଥ ମନ୍ତ୍ରଣାଳୟ ଏବଂ ସରକାର କିଛି ସମୟ ଧରି ଏହି ପ୍ରସଙ୍ଗରେ ଚିନ୍ତାରେ ଥିଲେ।
-
8.ଓଡ଼ିଶାରେ ୪ଜି ସେବା ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ରାଷ୍ଟ୍ରାୟତ୍ତ କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ଆରମ୍ଭ କରିଥିଲା। ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ସେବା ରାଜ୍ୟର ଖୋର୍ଦ୍ଧା, କଟକ ଆଦି ଜିଲ୍ଲାକୁ ପରିବ୍ୟାପ୍ତ ହେଲାଣି।
-
9.ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଡିଜିଟାଲ୍ କ୍ରାନ୍ତି ସ୍ବରୂପ ରିଲାଏନ୍ସ ଜିଓ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଜିଓ ଫାଇବର ଓ ଜିଓ ଏୟାରଫାଇବର ସେବା ଯୋଗାଇ ଦେଇଛି।
-
10.ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି।
-
11.ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
-
12.ରାଜସ୍ଥାନ ସରକାର ବୋଲବୋମ ଯାତ୍ରାକୁ ନେଇ ମାର୍ଗଦର୍ଶିକାରେ ଗୃହ ବିଭାଗ କହିଛି କି କାଉଡିଆ ରାଜସ୍ଥାନର ସୀମାରେ ପ୍ରବେଶ କରିବା ପରେ ଡିଜେ ଓ ଲାଉଡସ୍ପିକର ବଜାଇପାରିବେନି । କାଉଡିଆ ନିଜ ସହିତ ହକି ଷ୍ଟିକ୍, ଖଣ୍ଡା, ଲାଠି ଧରି ଯାଇପାରିବେନି । ରାଜ୍ୟ ସରକାରଙ୍କର ଏହି ମାର୍ଗଦର୍ଶିକାକୁ ବଜରଙ୍ଗ ଦଳ କଡା ବିରୋଧ କରିଛି।
-
13.ବିଶ୍ବର ଧନୀ ତାଲିକାରେ ସାମିଲ ଅରବପତିଙ୍କ ସମ୍ପତ୍ତିରେ ଅଚାନକ ହ୍ରାସ ଦେଖିବାକୁ ମିଳିଛି । ଏଲନ ମସ୍କଙ୍କଠୁ ଆରମ୍ଭ କରି ବିଲ୍ ଗେଟ୍ସଙ୍କ ପର୍ଯ୍ୟନ୍ତ ଏବଂ ମୁକେଶ ଅମ୍ବାନୀଙ୍କଠୁ ନେଇ ଗୌତମ ଆଦାନୀଙ୍କ ସମ୍ପତ୍ତି କମିଛି
-
14.ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଭିନେତା। ଅଲ୍ଲୁଙ୍କ ଏହି ପଦକ୍ଷେପ ପରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଲୋକେ।
-
15.ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେତେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ବଜ୍ରପାତ ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସେଥିପାଇଁ ସତର୍କ ସୂଚନା ଜାରି କରିଛି.
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.