-
1.ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ଲୋକମାନେ ଅଦାଲତରେ ଦୀର୍ଘକାଳ ଧରି ମାମଲା ଚାଲିବାରେ ଭୀଷଣ ବିରକ୍ତ ହୋଇଯାଆନ୍ତି ଏବଂ ଯେ କୌଣସି ପ୍ରକାରେ ସମାଧାନ ଚାହାନ୍ତି।
-
2.ଜୁନ୍ ୨୦୨୨ରେ ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଗତ ଏକ ବର୍ଷରେ ପ୍ରାୟ ୨୦ଜଣ ଅଗ୍ନିବୀରଙ୍କ ମୃତ୍ୟୁ ଡ୍ୟୁଟି ସମୟରେ ଘଟିଛି, ସେଥିମଧ୍ୟରୁ ନଅରୁ ଅଧିକ ଆତ୍ମହତ୍ୟା ଏବଂ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି।
-
3.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଛନ୍ତି ଯେ ଜୁଲାଇ ୨୦୧୬ରୁ ଜୁନ୍ ୨୦୧୮ ମଧ୍ୟରେ ସମସ୍ତ ନୂଆ ନୋଟର ଛପା ଖର୍ଚ୍ଚ ୧୨୮୭୭ କୋଟି ଟଙ୍କା ଥିଲା।
-
4.୧୯୮୯ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ) ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି।
-
5.ୟୁକ୍ରେନର ସେନା ଗୋଟିଏ, ଦୁଇ, ପାଞ୍ଚ କିମ୍ବା ୧୦ ନୁହେଁ ବରଂ ୫୫ଟି ଡ୍ରୋନ ରୁଷିଆର ଆକାଶମାର୍ଗରେ ପ୍ରବେଶ କରିଥିଲା । ଏହି ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ୍ ସେନା ରୁଷିଆର ରୋଷ୍ଟୋଭ୍ ସହରରେ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଥିଲା।
-
6.ବିହାରର ପୂର୍ଣ୍ଣିୟା ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ତାଙ୍କ ଜୀବନ ପ୍ରତି ବିପଦଥିବା ନେଇ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବା ବିଷୟରେ ଚେତାବନୀ ଦିଆଯାଉଛି
-
7.ପ୍ରବଳ ବର୍ଷା ହେତୁ କେରଳରେ ହୋଇଥିବା ଭୂସ୍ଖଳନ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ବୀମା ରାଶି ଯୋଗାଇବା ପାଇଁ ଭାରତ ସରକାର ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
-
8.ଚଳିତବର୍ଷ ଜୁଲାଇରେ ଓଡ଼ିଶା ରାଜ୍ୟ ଜିଏସ୍ଟି ଅଧୀନରେ (ରାଜ୍ୟ ଜିଏସ୍ଟି ଓ ଆଇଜିଏସ୍ଟି ବାବଦ ଅଂଶ) ୨୦୩୫.୧୮ କୋଟି ଟଙ୍କା ଆଦାୟ କରିଛି।
-
9.ଭାରତର ଡିଜିଟାଲ୍ ବିପ୍ଳବକୁ ଜାତିସଂଘ ସାଧାରଣ ପରିଷଦର ସଭାପତି ଡେନିସ୍ ଫ୍ରାନ୍ସିସ୍ ପ୍ରଶଂସା କରିଛନ୍ତି।ସ୍ମାର୍ଟଫୋନ୍ର ବ୍ୟବହାର ଫଳରେ ଗତ ୫ରୁ ୬ ବର୍ଷ ମଧ୍ୟରେ ୮୦ କୋଟି ଭାରତୀୟ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି ବୋଲି ସେ ଖାଦ୍ୟ ଓ କୃଷି ସଂଗଠନ(ଏଫ୍ଏଓ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି।
-
10.ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳର ଏକ ହୋଟେଲରେ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨୬ ଜଣ ଆହତ ହୋଇଛନ୍ତି।
-
11.ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଗୁଳିକାଣ୍ଡ। ଆଇଆରଏସ ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି। ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା କରିଥିଲା। ଝିଅର ଛାଡ଼ପତ୍ର ମାମଲାର ଶୁଣାଣିବେଳେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
-
12.ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେ ଯାଏଁ ଜାରି ରହିବ ବିଏସକେୱାଇ
-
13.ଅଲିମ୍ପିକ୍ସରେ ଜାରି ରହିଛି ଖେଳାଳିଙ୍କ ଜଲୱା । ଚାଇନାର ମହିଳା ଖେଳାଳି ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁନା ଜିତିବା ପରେ ହଠାତ୍ ତାଙ୍କ ପୁରୁଷ ସାଥୀ ଅର୍ଥାତ୍ ସାଥୀ ଖେଳାଳି ତାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଯେଉଁଥିରେ ତାଙ୍କର ଖୁସିର ସୀମା ରହି ନ ଥିଲା।
-
14.ରାଜ୍ୟ ଜେଲ୍ ବିଭାଗ ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଏପଟେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ପୁଲିସ ଡିଜି(ପୁଲିସ ଫୋର୍ସ ମୁଖ୍ୟ) କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
-
15.ରାଜ୍ୟ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକ ପ୍ରଚଳିତ ଓଡ଼ିଶା ଅବକାରୀ ନୀତି ୨୦୨୪-୨୫ର ଅବଧିକୁ ଆଉ ଏକମାସ ବୃଦ୍ଧି କରାଗଲା ବୋଲି ରାଜ୍ୟ ଅବକାରୀ କମିଶନରଙ୍କୁ ଅବଗତ କରିଛନ୍ତି।
-
16.କେନ୍ଦ୍ର ସରକାର ଆଜି ସୀମା ସୁରକ୍ଷା ବଳ ବା ବିଏସ୍ଏଫର ଡିଜି ଭାବେ ଦଲଜିତ ସିଂହ ଚୌଧୁରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ୧୯୯୦ ମସିହା ଆଇପିଏସ କ୍ୟାଡର(ଉତ୍ତର ପ୍ରଦେଶ) ଏବେ ସଶସ୍ତ୍ର ସୀମା ବଳ ବା ଏସଏସବିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
-
17.ଇରାନ ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଖାମନେଇ ହତ୍ୟାର ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇରାନ ତିଶା ବି’ଏଭି (ଅଗଷ୍ଟ ୧୨ ଏବଂ ୧୩) ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ପଶ୍ଚିମ ଦେଶର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି।
-
18.ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ବୁଲିଅନ୍ ବଜାରରେ ରୁପା ମୂଲ୍ୟ ୧ ଲକ୍ଷ ଟଙ୍କା ଟପିଯିବ। ନିକଟରେ ଚୀନ୍ ସମେତ ବିଶ୍ବର ଅନେକ ଦେଶରେ ଅର୍ଥନୀତିର ଗତି ମନ୍ଥର ହୋଇଯାଇଥିଲା। ଏହି କାରଣରୁ ରୁପା ପାଇଁ ଶିଳ୍ପରେ ଚାହିଦା ହ୍ରାସ ପାଇବାରେ ଲାଗିଲା।
-
19.ସତ୍ୟଜିତ ସାମଲ ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ଠକ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଠକ ସତ୍ୟଜିତର ୫ ଜଣ ସ୍ତ୍ରୀ ରହିଥିବା ବେଳେ ଲାଇନ୍ରେ ଆଉ ୪୯ ଥିଲେ ।
-
20.ଯେପରି ଜଣେ ବ୍ୟକ୍ତିଙ୍କ ଜୀବନରେ ଉତ୍ଥାନ-ପତନ ଘଟିଥାଏ, ସେହିଭଳି ରାଜନୀତିରେ ସବୁକିଛି ସ୍ଥାୟୀ ନୁହେଁ। ପ୍ରତ୍ୟେକ ନେତା ଦଳରେ ଏକ ଭଲ ପଦବୀ ଖୋଜନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.