• +91-9861016349 / +91-9437281655
  • Email: amarisatya@gmail.com

Odia Current News

  • 1.ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ସମ୍ଭାବନା ଆହୁରି ବଢିଯାଇଛି । ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ କତାରରେ ଅନ୍ତିମ ସଂସ୍କାର କରାଯାଇଛି। ଏହାପରେ ଇରାନ ଏବେ ଇସ୍ରାଏଲଠାରୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି।

  • 2.ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଉଡ଼ାଣକୁ ବାତିଲ କରିଦେଇଛି। ଶୁକ୍ରବାର ଦିନ ବିମାନ କମ୍ପାନୀ ସୂଚନା ଦେଇଛି ଯେ ଅଗଷ୍ଟ ୮ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଇଛି।

  • 3.ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟ ବିଧାନସଭାରେ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ପଡୋଶୀ ପାକିସ୍ତାନ ଅପେକ୍ଷା ଖରାପ କରିବାରେ ଲାଗିପଡିଛନ୍ତି |

  • 4.ଲଣ୍ଡନରୁ ପର୍ତ୍ତୁଗାଲ ରାଜଧାନୀ ଲିସବନ ଅଭିମୁଖେ ଯାଉଥିବା ଏକ ଇଜିଜେଟ ବିମାନରେ ଯାତ୍ରା କରୁଥିବା ସହପାଇଲଟ ମଝି ଆକାଶରେ ହଠାତ ଅଚେତ ହୋଇପଡ଼ିଥିଲେ। ଏହି ଘଟଣାପରେ ପାଇଲଟଙ୍କ ସମେତ ବିମାନର କ୍ରୁ ସଦସ୍ୟ ଓ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ

  • 5.ଶିବସେନା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କରାଯାଇପାରେ।

  • 6.ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଲୋକସଭାରେ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ଯୋଜନା କରିଛନ୍ତି।

  • 7.ସରକାର ପୂର୍ବରୁ ୨୨ଟି ସାମଗ୍ରୀର ଦର ଉପରେ ନଜର ରଖୁଥିଲେ। ବର୍ତ୍ତମାନ ଆଉ ୧୬ଟି ସାମଗ୍ରୀ ଅର୍ଥାତ୍‌ ମୋଟ ୩୮ଟି ସାମଗ୍ରୀ ଉପରେ ନଜର ରଖିବେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ନୂଆ ଓ ଅକ୍ଷୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।

  • 8.ଆୟକର ଦାଖଲ ନିମନ୍ତେ ସମୟସୀମା ଗତ ଜୁଲାଇ ମାସ ୩୧ ରହିଥିଲା ବେଳେ ଯେଉଁମାନେ କୌଣସି କାରଣରୁ ଆଇଟିଆର ଦାଖଲ କରିପାରିନାହାନ୍ତି, ସେମାନଙ୍କୁ ଶୀଘ୍ର ଆଇଟିଆର ଦାଖଲ ନିମନ୍ତେ ଇ-ଫାଇଲିଂ କରିବାକୁ ଆୟକର ବିଭାଗ ଅନୁରୋଧ କରିଛି।

  • 9.ଭାରତ ତଥା ଏସିଆର ସୁବଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଆସନ ବିପଦରେ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ୧୧୪ ବିଲିୟନ ଡଲାର ସମ୍ପତ୍ତି ସହ ଏସିଆର ପ୍ରଥମ ଏବଂ ବିଶ୍ୱରେ ୧୧ତମ ଧନୀ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ।

  • 10.ଡେମୋକ୍ରାଟ୍‌ ଦଳର ସଂସଦୀୟ ପ୍ରତିନିଧି ନାମାଙ୍କନ ନିମନ୍ତେ ଏରିଜୋନା ପ୍ରାଥମିକ ନିର୍ବାଚନ ପ୍ରକ୍ରିୟାରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଏରିଜୋନା ଷ୍ଟେଟ୍‌ ପ୍ରତିନିଧି ଅମିଶ ଶାହ ବିଜୟୀ ହୋଇଛନ୍ତି।

  • 11.ଭାରତ-ଆମେରିକା ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିବା ପାଇଁ ଭାରତ ନିଜର ସର୍ବକନିଷ୍ଠ ମହାକାଶଚାରୀଙ୍କୁ ମୁଖ୍ୟ ମହାକାଶଚାରୀ ଭାବେ ବାଛିଛି। ମୁଖ୍ୟ ମହାକାଶଚାରୀ ହେବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା।

  • 12.ସଉକ ପାଇଁ ଡାକ ଟିକଟ ସଂଗ୍ରହ କରୁଥିବା ଷଷ୍ଠରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରବୃତ୍ତି ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଡାକ ବିଭାଗ ପକ୍ଷରୁ ବାର୍ଷିକ ବୃତ୍ତି ପ୍ରଦାନ ନିମନ୍ତେ ‘ଦୀନ ଦୟାଲ ସ୍ପର୍ଶ ଯୋଜନା’ର ଶୁଭାରମ୍ଭ କରାଯାଇଛି।

  • 13.ଭାରତ ସରକାର ଦେଶରେ ୮ଟି ନୂଆ ହାଇସ୍ପିଡ୍ ରୋଡ୍ କରିଡର ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଏହି କରିଡର ପାଇଁ ସରକାର ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

  • 14.କେରଳର ଓ୍ବାୟନାଡ୍‌ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୦୮ରେ ପହଞ୍ଚତ୍ଛି। ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି।

  • 15.ରାଜ୍ୟସଭାରେ କଂଗ୍ରେସ ସାଂସଦ ଜୟରାମ ରମେଶ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବିକୁ ବିରୋଧ କରି ବିଶେଷାଧିକାର ଉଲ୍ଲଂଘନ ନୋଟିସ ଦାଖଲ କରିଛନ୍ତି। ୱାଏନାଡ଼ ଭୂସ୍ଖଳନ ସମ୍ପର୍କରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ବିଶେଷାଧିକାର ଉଲ୍ଲଂଘନ କରିଥିବା ଦର୍ଶାଇଛନ୍ତି ଜୟରାମ ରମେଶ।

  • 16.ସୋଭ୍‌ରେନ୍‌ ଗୋଲ୍ଡ ବଣ୍ଡ୍‌ ସ୍କିମ୍‌ର ହିତାଧାକାରୀଙ୍କୁ ଶକ୍ତ ଧକ୍କା ଦେଇପାରେ। ଏହା ଏହି ଗୋଲ୍‌ଡ ବଣ୍ଡରେ ବିନିଯୋଗ କରୁଥିବା ଲୋକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇପାରେ। ସୂଚନାନୁଯାୟୀ, ଆଗାମୀ ଦିନରେ ସରକାର ସୋଭ୍‌ରେନ୍‌ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ବନ୍ଦ କରିପାରନ୍ତି।

  • 17.ଇଲେକ୍ଟୋରାଲ ବଣ୍ଡ ମାମଲାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜନୈତିକ ଦଳ ଏବଂ କର୍ପୋରେଟ ସଂସ୍ଥା,ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟୀ ମାନଙ୍କ ମଧ୍ୟରେ ହୋଇଥିବା ଚାନ୍ଦା କାରବାରର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା।

  • 18.ଜୁଲାଇ ୧ ସୁଦ୍ଧା ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ରେ ୧୦, ୧୪୫ ପଦ ଖାଲି ପଡ଼ିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୁଧବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

  • 19.ଭାରତ ସମ୍ବିଧାନର ପ୍ରଥମ ସଂସ୍କରଣର ଏକ ପୁସ୍ତକ ୪୮ଲକ୍ଷ ଟଙ୍କାରେ ଅନ୍‌ଲାଇନ୍‌ରେ ନିଲାମ ହୋଇଛି। ସରକାର ୧୯୫୦ରେ ସମ୍ବିଧାନର ପ୍ରଥମ ସଂସ୍କରଣରେ ୧୦୦୦ ପୁସ୍ତକ ଡେରାଡୁନର ସର୍ଭେ ଅଫ୍ ଇଣ୍ଡିଆ ଦପ୍ତରର ମୁଦ୍ରଣାଳୟରେ ଛପାଇ ଥିଲେ।

  • 20.ଭାରତୀୟ ବାୟୁସେନା ବିଶ୍ୱକୁ ନିଜର ଶକ୍ତି ଦେଖାଇବାକୁ ପ୍ରସ୍ତୁତ ଅଛି। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ‘ତରଙ୍ଗ ଶକ୍ତି’ କରିବାକୁ ଯାଉଛି। ଭାରତରେ ଆୟୋଜିତ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ୧୦ଟି ଦେଶର ଯୁଦ୍ଧ ବିମାନ ଅଂଶଗ୍ରହଣ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.