-
1.ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସ ରଚନା କରିଛନ୍ତି। ଅନ୍ତିମ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ କୁସାଲେ ୪୫୧.୪ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
-
2. ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର ପାଇଁ ଭାରତ ଏବେ ସେମାନଙ୍କର ସବୁଠାରୁ ବଡ଼ ବଜାର। ଜୁକରବର୍ଗ କହିଛନ୍ତି ଯେ ଦ୍ୱିତୀୟ ତ୍ରୈମାସିକର ଆୟ କଲ୍ରେ ସେମାନେ ହ୍ଵାଟ୍ସଆପରେ ଆଶାଜନକ ସଫଳତା ଦେଖୁଛନ୍ତି ଏବଂ ମେଟା ଏଆଇ ବ୍ୟବହାର ପାଇଁ ଭାରତ ସେମାନଙ୍କର ସର୍ବବୃହତ ବଜାରରେ ପରିଣତ ହୋଇଛି।
-
3. ନିର୍ବାଚନ ଲଢ଼ିବା ବୟସ ୨୫ରୁ ହ୍ରାସ କରି ୨୧ ବର୍ଷ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ଆମ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା।
-
4. ମହାନଦୀ ପାଣିରେ ପ୍ରାୟ ୫୦ କିଲୋମିଟର ଭାସି ଆସିବା ପରେ ଝାରସୁଗୁଡ଼ାରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଛତିଶଗଡ଼ର ଜଣେ ମହିଳା। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ ସରୋଜିନୀ ବୋଲି ଜଣାପଡ଼ିଛି।
-
5. ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ। ଦିଲ୍ଲୀରେ ପାରାଗ୍ଲାଇଡର, ପାରା ମୋଟର୍ସ, ହ୍ୟାଙ୍ଗ ଗ୍ଲାଡର, ୟୁଏଭି, ୟୁଏଏସ, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ପାରା ଜମ୍ପିଂ ଏବଂ ଡ୍ରୋନକୁ ନିଷିଦ୍ଧ କରାଯାଇଛି ।
-
6. ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ରାମପୁର ତହସିଲ୍ରୁ ପ୍ରାୟ ୫୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି।
-
7. ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର (ଅଗଷ୍ଟ ୧) ୱାୟନାଡରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଭୂସ୍ଖଳନ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟିଥିଲେ ।
-
8. ବିଏସ୍ଏନ୍ଏଲ୍ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଗୁରୁଗ୍ରାମ ଭଳି ବଡ ସହରମାନଙ୍କରେ ନିଜର ୫ଜି ସେବାର ପ୍ରଥମ ପରୀକ୍ଷଣ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି।
-
9. ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର।
-
10. ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ଗୁରୁବାର ସେ ଭାଜପା ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।
-
11. ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ମଥୁରାର ଶାହି ଇଦ୍ଗାହ ମସ୍ଜିଦକୁ ନେଇ ବିବାଦରେ ହିନ୍ଦୁ ପକ୍ଷ ଏକ ବଡ଼ ବିଜୟ ହାସଲ କରିଛି। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ଆସିଛି।
-
12. ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ। ଗୁରୁବାର ଅପରାହ୍ନରେ ସରକାରୀ ଗାଡିରେ ୪.୯୨ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା ।
-
13. ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୪, ଉତ୍ତରପ୍ରଦେଶରେ ୨, ହରିୟାଣାରେ ୩, ରାଜସ୍ଥାନରେ ୩ ଏବଂ ବିହାରରେ ୫ ଜଣଙ୍କ ମୃତ୍ୟୁ ହୋଇଛି।
-
14. ଭାରତୀୟ ସେନାର ମୁକୁଟରେ ଆଉ ଏକ ହୀରା ଯୋଡ଼ି ହୋଇଛି। ଲେଫ୍ନାଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟାରଙ୍କୁ ମହାନିର୍ଦ୍ଦେଶକ (ସ୍ବାସ୍ଥ୍ୟସେବା) ଭାବେ ପଦୋନ୍ନତି ଦିଆଯାଇଛି। ସେନାବାହିନୀର ଏଭଳି ଏକ ବରିଷ୍ଠ ପଦବିରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।
-
15. ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଖବର ସାମ୍ନାକୁ ଆସୁଛି। ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କରୁଥିବା ସିବିଆଇ ବୁଧବାର ଚାର୍ଜସିଟ୍ ଦାଖଲ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚାର୍ଜସିଟରେ ୧୩ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି.
-
16. ମୃତ୍ୟୁର ପୂରା ଯୋଜନା କରି ୧୪ମହଲା ଉପରୁ ଡେଇଁ ଜୀବନ ହାରିଲା ୧୫ବର୍ଷୀୟ ବାଳକ।
-
17. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର କହିଛି ଯେ ୨୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୯୨ ପ୍ରତିଶତ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି। କିନ୍ତୁ ୭,୪୦୯ କୋଟି ଟଙ୍କାର ନୋଟ୍ ଏବେ ବି ଫେରିନାହିଁ।
-
18. ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ ।
-
19. ଘରୋଇ ଶେୟାର ବଜାରରେ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି।
-
20. ବର୍ତ୍ତମାନର ହାରରେ ଅଭିବୃଦ୍ଧି ଜାରି ରହିଲେ ଆମେରିକାର ଜିଡିପି (ସକଳ ଘରୋଇ ଉତ୍ପାଦ)ର ଏକ ଚତୁର୍ଥାଂଶରେ ପହଞ୍ଚିବାକୁ ଭାରତକୁ ଆହୁରି ୭୫ ବର୍ଷ ଲାଗିବ। ବିଶ୍ବ ବ୍ୟାଙ୍କର ସର୍ବଶେଷ ‘ବିଶ୍ବ ଅଭିବୃଦ୍ଧି ରିପୋର୍ଟ-୨୦୨୪’ରେ ଏହି ତଥ୍ୟ ପ୍ରକାଶ ପାଇଛି
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.