-
1.ନୋବେଲ ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନୂ୍ଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଶପଥ ନେଇଛନ୍ତି ।
-
2.ପଡ଼ୋଶୀ ଦେଶରେ ଅଶାନ୍ତି ଯୋଗୁଁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିବାକୁ ବାଧ୍ୟ ହେବା ପରେ ବାଂଲାଦେଶରେ ଥିବା ସମସ୍ତ ଭାରତୀୟ ଭିସା କେନ୍ଦ୍ରକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।
-
3.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ (ଏମ୍) ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ମୁଖ୍ୟମନ୍ତ୍ରୀ 80 ବର୍ଷ ବୟସରେ ଗତ ଗୁରୁବାର ଦେହାନ୍ତ ହୋଇଛି।
-
4.ବର୍ତ୍ତମାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ବୋଇଂର ଷ୍ଟାର୍ଲାଇନର୍ ପରିବର୍ତ୍ତେ ୨୦୨୫ ଫେବ୍ରୁଆରିରେ ସ୍ପେସ୍ ଏକ୍ସର କ୍ରୁ ଡ୍ରାଗନରେ ପୃଥିବୀକୁ ଫେରିପାରନ୍ତି।
-
5.ବିଚାରପତିମାନଙ୍କୁ ନେଇ ଅନେକ ସମୟରେ କଥା ଉଠିଯାଏ ଯେ ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ନୁହେଁ | ଗତ କିଛି ବର୍ଷ ମଧ୍ୟରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବଡ ବିଚାରପତି ରାଜନୀତିରେ ଯୋଗ ଦେଇଥିବା ଦେଖାଯାଇଛି। ଏଭଳି କହିଲେ ଚନ୍ଦ୍ରଚୂଡ ।
-
6.ରେପୋ ହାର(ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ) କ୍ରମାଗତଭାବେ ୯ମ ଥର ପାଇଁ ଅପରିବର୍ତ୍ତିତ ରଖାଯାଇଛି। ରେପୋ ହାର ବର୍ତ୍ତମାନ ୬.୫ ପ୍ରତିଶତ ରହିଛି।
-
7.ଚେକ୍ କ୍ଲିୟର ପାଇଁ ଏବେ ଦୁଇଟି କାର୍ଯ୍ୟଦିବସ ପର୍ଯ୍ୟନ୍ତ ସମୟ ଲାଗୁଛି। ଏହି ସମୟ ହ୍ରାସ ପାଇଁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ରଖିଛି। ଚେକ୍ ଯେଉଁଦିନ ଦାଖଲ ହେବ ସେହିଦିନର କିଛି ଘଣ୍ଟା ମଧ୍ୟରେ ତାହାକୁ କ୍ଲିୟର କରାଯିବ। ଏହାଦ୍ବାରା ଚେକ୍ କାରବାର ସହ ଜଡ଼ିତ ଉଭୟ ପକ୍ଷ ଉପକୃତ ହେବେ।
-
8.ଭାରତର ସବୁଠୁ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପରିବାର। ବାର୍କ୍ଲେଜ୍ ହୁରୁନ୍ ଭାରତର ସବୁଠୁ ଧନୀ ବ୍ୟବସାୟୀ ପରିବାର ତାଲିକାରେ ଅମ୍ବାନି ପରିବାର ଶୀର୍ଷ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୨୫,୭୫,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ।
-
9.ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି।
-
10.ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ଏକ ଗ୍ରାମାଞ୍ଚଳରେ ଗତ ୧୪ ମାସ ମଧ୍ୟରେ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସିରିଅଲ କିଲରର ଆତଙ୍କ ଖେଳିଯାଇଛି।
-
11.ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।
-
12.ଅଲିମ୍ପିକ୍ ଗେମ୍ସ ସମୟରେ ଆଚରଣବିଧି ଉଲ୍ଲଂଘନ ପାଇଁ କୁସ୍ତି ଯୋଦ୍ଧା ଆନ୍ତିମ୍ ପଙ୍ଘାଲଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ) ସ୍ୱର ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି।
-
13.ଭାରତର ଅଭିଜ୍ଞ ଗୋଲରକ୍ଷକ ତଥା ହକି ଦଳର ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଦଳର ବ୍ରୋଞ୍ଜ ବିଜୟ ସହ ତାଙ୍କ ୧୮ ବର୍ଷର ଗୌରବମୟ କ୍ୟାରିୟର ଶେଷ ହୋଇଛି।
-
14.ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି।
-
15.ଭାରତର ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.