-
1.ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆସନ୍ତାକାଲି ଶପଥ ନେବେ। ସଂସଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।
-
2.ଶିଳ୍ପ ପ୍ରକଳ୍ପ ସ୍ଥାପନ ଲାଗି ନିବେଶ ପ୍ରସ୍ତାବ ହାସଲ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ୨୦୨୩ରେ ଓଡ଼ିଶା ୨,୧୦,୮୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶରେ ଏହି ସମୟରେ ୧୨୬୭ଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ତାହା ଦୁଇ ପଞ୍ଚାମାଂଶ ଭାଗ ଓଡ଼ିଶାକୁ ମିଳିଥିଲା।
-
3.ଧନୀକ ଶ୍ରେଣୀ ସହ ମଧ୍ୟ ଜାତିର ପ୍ରାସଙ୍ଗିକତା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ୮୫ ପ୍ରତିଶତରୁ ଅଧିକ ଧନୀ ହେଉଛନ୍ତି ଉଚ୍ଚ ଜାତିର ଲୋକ। ବିଲିଓନେୟାର ଧନୀଙ୍କ ମଧ୍ୟରେ ଅନୁସୂଚିତ ଜାତି (ଏସ୍ସି)ଙ୍କ ଭାଗ ମାତ୍ର ୨.୬ ପ୍ରତିଶତ ରହିଥିବା ବେଳେ ଅନୂସୂଚିତ ଜନଜାତି (ଏସ୍ଟି) ଭାଗ ପ୍ରାୟ ଶୂନ ରହିଛି। ୱାର୍ଲଡ୍ ଇନ୍ଇକ୍ବାଲିଟି ଲ୍ୟାବ୍ ତଥ୍ୟ ଅନୁଯାୟୀ ଭାରତରେ ୯ ପ୍ରତିଶତ ଧନୀ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ।
-
4.ତେଲେଙ୍ଗାନା ସରକାର କୃଷି ଋଣ ଛାଡ଼ କରିବା ପରେ ବିଭିନ୍ନ ରାଜ୍ୟରେ ଋଣ ଛାଡ଼ ଦାବି ଜୋର ଧରିଛି। ତେଲେଙ୍ଗାନାରେ ୩୧,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରାଯାଇଛି। ଚାଷୀମାନଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହୋଇଛି।
-
5.ଲୋକସଭା ନିର୍ବାଚନରେ ମୋଟ ୭୪ ଜଣ ମହିଳା ବିଜୟୀ ହୋଇଛନ୍ତି, ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ୭୮ ଜଣ ମହିଳାଙ୍କ ତୁଳନାରେ କମ୍। ନିମ୍ନ ସଦନକୁ ନିର୍ବାଚିତ ହୋଇଥିବା ସମସ୍ତ ମହିଳା ସାଂସଦଙ୍କ ମଧ୍ୟରେ ପଶ୍ଚିମବଙ୍ଗ ୧୧ ଜଣ ମହିଳା ସାଂସଦଙ୍କ ସହ ଆଗରେ ରହିଛି।
-
6.ବମ୍ବେ ହାଇକୋର୍ଟ ସୋମବାର କହିଛନ୍ତି ଯେ ଯଦି ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ରାସ୍ତା ଓ ଫୁଟପାଥ୍ ସଫା ହୋଇପାରୁଛି, ତେବେ ଅନ୍ୟ ସମସ୍ତଙ୍କ ପାଇଁ ଏହା ଦୈନିକ କାହିଁକି ସଫା କରାଯାଇ ପାରିବ ନାହିଁ?
-
7.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଜନସାଧାରଣଙ୍କ ସୁବିଧାରେ ଅଭାବ ନେଇ ବିଧାୟକ, ଅମଲାତନ୍ତ୍ର ଏବଂ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅମଲାତନ୍ତ୍ରଙ୍କୁ ପଚାରିଥିଲେ, ଆପଣମାନେ ଆଶା କରୁଛନ୍ତି କି ମୁଁ ରାଜ୍ୟର ରାସ୍ତା ସଫା କରିବି? ମୁଁ ରାସ୍ତାରେ ଝାଡୁ ଦେବି କି?
-
8.ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସରକାରଙ୍କ ନିକଟରେ ଲୁଚାଇବାକୁ କିଛି ନାହିଁ ବୋଲି ସୋମବାର କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି।
-
9.ମାତୃତ୍ୱ ଅବକାଶରେ ହୋଇଛି ବଡ଼ ପରିବର୍ତ୍ତନ। ସରୋଗେସୀ ସହ ଜଡ଼ିତ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀମାନଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ। ଜୁନ୍ ୧୮ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
-
10.ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ।
-
11.ଗୃହ ଓ ନଗର ଉନ୍ନୟନ ବିଭାଗ ଡେପୁଟି ସେକ୍ରେଟାରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ସୋମବାର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
-
12.କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କହିଛନ୍ତି ଯେ ପାସପୋର୍ଟ ଆବେଦନକାରୀଙ୍କ ପୋଲିସ ଯାଞ୍ଚରେ ନିଆଯାଇଥିବା ସମୟ ହ୍ରାସ କରିବାକୁ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଏଥିପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ସହ ସମନୱୟ ରକ୍ଷା କରିବାକୁ ଏମଇଏ ଉଦ୍ୟମ କରୁଛି।
-
13.ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଛି ।
-
14.ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୧୦ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
-
15.ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା ଓଡ଼ିଆରେ ଆଜି ଶପଥ ନେଇଛନ୍ତି।
-
16.ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ କାନାଡ଼ାରୁ ଖରାପ ଖବର ଆସିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସରକାର ସ୍ନାତକୋତ୍ତର ୱାର୍କ ପରମିଟ୍ ପ୍ରବେଶ ନେଇ ନୂଆ ଆଇନ ଆଣିଛନ୍ତି। ସ୍ନାତକୋତ୍ତର ୱାର୍କ ପରମିଟ୍ (ପିଜିଡବ୍ଲୁପି ) ଆଉ କାନାଡ଼ା ପ୍ରବେଶ ପାଇଁ ବୈଧ ହେବ ନାହିଁ ।
-
17.ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି।
-
18.ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଆଦୌ ସୁରକ୍ଷିତ ନୁହନ୍ତି। ଧର୍ମ ନାଁରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ଓ ଦେଶ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏମିତି କିଛି ଆଜି ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ।
-
19.ନୟାପଲ୍ଲୀର ସ୍ମିତା ଚୌଧୁରୀ ନାମକ ମହିଳା ଟେଲିଗ୍ରାମ ଗ୍ରୁପରେ କିଛି ରେଟିଙ୍ଗ ଦେଇଥିଲେ। ଗୋଟେ ରେଟିଙ୍ଗରେ ୫୦ ଟଙ୍କାର ପାଇବେ ବୋଲି ସାଇବର ଠକ ଲୋଭ ଦେଖାଇଥିଲେ। ପର୍ଯ୍ୟାୟ କ୍ରମେ ୨ ହାଜର ଟଙ୍କା ଦେଲେ ମୂଳ ଟଙ୍କା ସହ ରେଟିଙ୍ଗ ଟଙ୍କା ଡବଲ ହେଇଯିବ। ଏମିତି ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଠାରୁ ୩ ଲକ୍ଷ ୩୬ ହାଜର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା।
-
20.ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୪ ରନ୍ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.