• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ରିପୋର୍ଟ ଅନୁଯାୟୀ ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଚଳିତ ଜୁନ୍‌ ୧ରୁ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି। କିଛି ଉତ୍ତରପଶ୍ଚିମ ରାଜ୍ୟରେ ଗ୍ରୀଷ୍ମଲହରୀ ଯୋଗୁଁ ଅତି ସାଂଘାତିକ ସ୍ଥିତି ଉପୁଜିଛି।

  2. 2.ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରିୟଙ୍କା ୱା‌ୟନାଡ଼ ଆସନରୁ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିବେ। ରାହୁଲ ରାଏବରେଲି ଆସନର ସାଂସଦ ରହିବେ।

  3. 3.ବିଭିନ୍ନ କମ୍ପାନିର ସାବୁନ୍ ଦାମ୍‌ ଗତ କିଛିଦିନ ଭିତରେ ୨-୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ବଡି ୱାସ୍‌ ଦାମ୍ ୨-୯ ପ୍ରତିଶତ, କେଶ ତେଲ ୮-୧୧ ପ୍ରତିଶତ ଏବଂ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଦାମ୍‌ ୩-୧୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି।

  4. 4.ପଶ୍ଚିମବଙ୍ଗରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେଇଛି। ଫଳରେ ୩ ରେଳ କର୍ମଚାରୀଙ୍କ ସମେତ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ‌ ହୋଇଛନ୍ତି।

  5. 5.ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଭିତ୍ତିକ ଆପ୍‌ ପଢଏଆଇ ୟୁପିଏସସି ପ୍ରିଲିମିନାରି ପରୀକ୍ଷା ୨୦୨୪ରେ ୨୦୦ରୁ ୧୭୦ରୁ ଅଧିକ ମାର୍କ ହାସଲ କରି ୭ ମିନିଟ୍‌ ମଧ୍ୟରେ ପୁରା ପେପରକୁ ସମାଧାନ କରି ସାଧାରଣ ସ୍କୋର ଠାରୁ ଅଧିକ ଯୋଗ୍ୟତା ଅର୍ଜନ କରିଛି ଯାହା ସାଧାରଣତଃ ୧୦୦ରୁ କମ୍‌ ରହିଥାଏ।

  6. 6.ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍‌) ପରିଚାଳନାରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ)ର କର୍ମକର୍ତ୍ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ

  7. 7.ଗାଡ଼ି ଡିଲର୍‌ ସଂଘ ଏଫ୍ଏଡିଏର ଓଡ଼ିଶା ଶାଖା ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବାଇକ୍ ଓ ସ୍କୁଟର ଭଳି ଦୁଇଚକିଆ ଯାନ ବିକି ଗତବର୍ଷ ତୁଳନାରେ ୧୮.୩୬ ପ୍ରତିଶତ ବଢ଼ିଥିବା ବେଳେ ତିନିଚକିଆ ବିକ୍ରି ୨୩.୭୫ ପ୍ରତିଶତ ବଢ଼ିଛି।

  8. 8.କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍‌ ୧୮ରେ ପିଏମ୍‌-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍‌-କିଷାନ ଉତ୍ସବ ଦିବସ ଆକାରରେ ପାଳନ କରାଯାଉଛି।

  9. 9.୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ସୋମବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ସୋମବାର ରାତି ୮ଟା ସୁଦ୍ଧା ୨,୨୯,୮୨୦ ଜଣ ଆବେଦନ କରିଥିବାବେଳେ ୨,୨୭,୮୪୯ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି।

  10. 10.ମୁମ୍ବାଇ ନର୍ଥ ଓ୍ବେଷ୍ଟ ଆସନରୁ ଶିବସେନା (ଶିନ୍ଦେ) ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୪୮ ଭୋଟ ବ୍ୟବଧାନରେ ଜିତିଥିବା ରବୀନ୍ଦ୍ର ଓ୍ବାଇକର ଭୋଟଗଣତିରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଜୁନ୍‌ ୪ରେ ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ରବୀନ୍ଦ୍ରଙ୍କ ଶାଳକ ମଙ୍ଗେଶ ପାଣ୍ଡିଲକର ଜଣେ ନିର୍ବାଚନ ଅଧିକାରୀଙ୍କଠାରୁ ମୋବାଇଲ୍‌ ଫୋନ୍‌ ନେଇ ସେଥିରେ ସେ ଓ୍ବାନ୍‌ ଟାଇମ୍‌ ପାସ୍‌ଓ୍ବାର୍ଡ (ଓଟିପି) ବାହାର କରି ଇଭିଏମ୍‌କୁ ଖୋଲିଥିଲେ।

  11. 11.ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ପାଠ୍ୟପୁସ୍ତକଗୁଡ଼ିକରେ ଦେଶର ନାଁ ଉଭୟ ଭାରତ ଏବଂ ଇଣ୍ଡିଆ ବ୍ୟବହାର କରାଯିବ। ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ଦୀନେଶ ପ୍ରସାଦ ସାକ୍‌ଲାନି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି।

  12. 12.ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।

  13. 13.ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ଏହା ସହିତ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରାଯାଇଛି। ମାନବୀୟ ତ୍ରୁଟି ଯୋଗୁ ଘଟିଛି ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି

  14. 14.ଜୁଲାଇ ୪ ତାରିଖରେ ବ୍ରିଟେନରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଏକ ବଡ ପୂର୍ବାନୁମାନ କରାଯାଇଛି। ତାହା ପୁଣି ବର୍ତ୍ତମାନର ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରାଜୟର ପୂର୍ବାନୁମାନ। ସଦ୍ୟତମ ୩ଟି ସର୍ବେକ୍ଷଣରେ କୁହାଯାଇଛି ଯେ, ଏଥର ସାଧାରଣ ନିର୍ବାଚନରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ନେତୃତ୍ଵରେ ଥିବା କନଜରଭେଟିଭ୍ ପାର୍ଟିର ମୂଳପୋଛ ହେବ।

  15. 15.ରଥଯାତ୍ରା ଶେଷ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ଛତିଶା ନିଯୋଗ ସହ ଆଲୋଚନା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.