-
1.ଭାରତରେ ମା’ କ୍ଷୀର କିମ୍ବା ସେଥିରୁ ପ୍ରସ୍ତୁତ ଉତ୍ପାଦ ବିକ୍ରି ହୋଇପାରିବ ନାହିଁ। ମା’ କ୍ଷୀରର ବ୍ୟବସାୟ ଲାଗି ଦେଶରେ ଅନୁମତି ନାହିଁ। ତେଣୁ ଏଭଳି କାରବାରରୁ ବିରତ ରହିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ଚେତାବନୀ ଦେଇଛନ୍ତି।
-
2.ପ୍ରକାଶ ପାଇଛି +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। କଳାରେ ପାସ୍ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍ ହାର ୮୬.୯୩ % ଓ ବାଣିଜ୍ୟର ପାସ୍ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।
-
3.ଦେଶରେ ୧୦ ଲକ୍ଷ ୪୬ ହଜାରରୁ ଅଧିକ ଗାଡ଼ି ଦୁର୍ଘଟଣା ବୀମା ଦାବି ପଡ଼ିରହିଛି ଯେଉଁଥିରେ ୮୦,୪୫୫ କୋଟି ଟଙ୍କାର ବୀମା ରାଶି ଫସିରହିଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି।
-
4.ରାଜସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟର ଫଲୋଡ଼ି ଥିଲା ଆଜି ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ। ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରି ରେକର୍ଡ କରାଯାଇଛି।
-
5.ଗାଜା ଉପରେ ଇସ୍ରାଏଲ୍ର ଘାତକ ଆକ୍ରମଣ ଗତ ୮ ମାସ ଧରି ଜାରି ରହିଛି। ଶାନ୍ତି ପ୍ରସ୍ତାବ, ମଧ୍ୟସ୍ଥିଙ୍କ ଅନୁରୋଧ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଚେତାବନୀ, ମିଳିତ ଜାତିସଂଘର ଚାପ, ଆନ୍ତର୍ଜାତିକ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଇସ୍ରାଏଲ୍ ପଛକୁ ହଟୁନାହିଁ।
-
6.ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ନେତା ସି ଜିନପିଙ୍ଗଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ଭାଗ ନେବାକୁ ନିବେଦନ କରିଛନ୍ତି।
-
7.ଧନୀ ଓ ଗରିବଙ୍କ ଭିତରେ ରହିଥିବା ଅସମାନତା ଦୂର କରିବା ଲାଗି ଧନୀଙ୍କ ଉପରେ ଚଢ଼ା ଟିକସ ଲାଗୁ କରିବା ପାଇଁ ଅର୍ଥନୀତିଜ୍ଞ ଥୋମସ୍ ପିକେଟି ଦେଇଥିବା ପ୍ରସ୍ତାବ ପ୍ରଭାବଶାଳୀ ହୋଇପାରିବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
-
8.ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ | ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି।
-
9.ମହାରାଷ୍ଟ୍ରର ନାସିକ୍ଠାରେ ଆୟକର ବିଭାଗ ପକ୍ଷରୁ ଏକ ଗହଣା ସୋ’ରୁମ୍ ମାଲିକଙ୍କ ଘରେ ଏବଂ ତାଙ୍କର ଅନ୍ୟ ବ୍ୟାବସାୟିକ କାର୍ଯ୍ୟାଳୟ ଉପରେ ବଡ଼ଧରଣର ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ୨୬ କୋଟି ଟଙ୍କାର ନଗଦ ଅର୍ଥ ଏବଂ ୯୦ କୋଟି ଟଙ୍କାର ବେନାମୀ ସଂପତ୍ତି ସଂପର୍କିତ ଦସ୍ତାବିଜ୍ ଜବତ ହୋଇଛି।
-
10.ଭାରତପେ’ ଓ ଫୋନପେ’ ରବିବାର କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଟ୍ରେଡମାର୍କ ବିବାଦର ଅନ୍ତ ଘଟିଛି। ଉଭୟ କଂପାନି ଆଉ ‘ପେ’ର ବ୍ୟବହାରକୁ ନେଇ ବିବାଦ କରିବାକୁ ଚାହୁଁନାହାନ୍ତି।
-
11.ନିଷେଧାଦେଶ ସତ୍ତ୍ୱେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ବାହାରେ ରିଲସ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି | ପୁଲିସ ୧୭୦ ଜଣଙ୍କ ମୋବାଇଲ୍ ଫୋନ୍ ଜବତ କରିଛି।
-
12.ଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଶିଶୁ ଚିକିତ୍ସାଳୟରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।
-
13.ମାଳଦ୍ୱୀପ କହିଛି ଯେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଆର) ପାଇଁ ଭାରତ ଉଦ୍ୟମ ଆରମ୍ଭ କରିଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଆଲୋଚନା ମଧ୍ୟ ଚାଲିଛି।
-
14.ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
-
15.ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
-
16.ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
-
17.ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏଥର ଲୋକସଭା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଟିଆଲାରେ ପହଞ୍ଚି ଅମରିନ୍ଦରଙ୍କ ପତ୍ନୀ ପ୍ରନୀତ କୌରଙ୍କ ସମେତ ୫ ଜଣ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।
-
18.ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏବଂ ପ୍ରଶାନ୍ତ କିଶୋରଙ୍କ ଆକଳନରୁ ଜଣାପଡ଼ିଛି ଯେ ବିରୋଧୀ ଦଳମାନଙ୍କ ଇଣ୍ଡି ମେଣ୍ଟ ଚଳିତ ନିର୍ବାଚନରେ ଏନ୍ଡିଏକୁ ପଛରେ ପକାଇବା ସହଜ ନୁହେଁ।
-
19.ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ରେମାଲ’ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି।
-
20.ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.