-
1.ପପୁଆ ନୂ୍ୟଗିନିରେ ଗତ ଶୁକ୍ରବାରରେ ଘଟିଥିବା ଭୂସ୍ଖଳନରେ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମାଟିତଳେ ପୋତିହୋଇପଡ଼ିଛନ୍ତି।
-
2.ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ।
-
3.ଭାରତ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ।
-
4.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
-
5.ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି।
-
6.ଓଡିଶାରେ ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ୧୦୩ ଜଣ ବିଧାୟକ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅର୍ଥାତ୍ ସମ୍ପତ୍ତି ୭୩% ବୃଦ୍ଧି ପାଇଛି।
-
7.ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍ର ବ୍ଲୁ କର୍ନର ନୋଟିସ୍ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ବର୍ତ୍ତମାନ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି।
-
8.ବେଆଇନ ଖଣି ଉପରେ ନାଇଜେରିଆ ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ୍ ଠାରୁ, ଧଳା ସୁନା କୁହାଯାଉଥିବା ଖଣିଜ ଲିଥିୟମ୍ ଚୋରି ଅଭିଯୋଗରେ ଦଶହଜାର ଲାଇସେନ୍ସପ୍ରାପ୍ତ ଖଣି ମାଲିକଙ୍କୁ ଗିରଫ କରାଯାଇଛି
-
9.ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ନାଗରିକ ଅଧିକାର ବିଭାଗ ଏକ ରିପୋର୍ଟ ଅନୁଯାଇ କାଲିଫର୍ଣ୍ଣିଆରେ ଧର୍ମ ବିରୋଧୀ ହିନ୍ଦୁ ବିରୋଧୀ ଘୃଣା ଅପରାଧ ଦ୍ଵିତୀୟ ସର୍ବାଧିକ ମାମଲା ପାଲଟିଛି।
-
10.ଆମେରିକାର ବିଭିନ୍ନ ପ୍ରଦେଶରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହେବା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।
-
11.କରୋନା ଭୂତାଣୁ ଭୟ ମନରୁ ଲିଭି ନ ଥିବାବେଳେ ଚୀନର ବୈଜ୍ଞାନିକମାନେ ଆଉ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ପରୀକ୍ଷାଗାରରେ ତିଆରି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ ବୋଲି ଜଣାପଡ଼ିଛି।
-
12.ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୁଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି।
-
13.୩୭ ବର୍ଷୀୟ ଜନି ୱାକ୍ଟର ଆମେରିକାର ଲୋକପ୍ରିୟ ଧାରାବାହିକ ‘ଜେନେରାଲ ହସ୍ପିଟାଲ’ରେ ବ୍ରାଣ୍ଡୋ କର୍ବିନ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ପାଇଁ ଏହି ଧାରାବାହିକ ବେଶ୍ ଲୋକପ୍ରିୟ ହୋଇପାରିଛି। ଜନି ୱାକ୍ଟରଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କଠାରୁ ଚୋରି କରିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।
-
14.ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ପାଇଁ ସେ ଉପଲବ୍ଧ ହେବେ ନାହିଁ।
-
15.ଭାରତର ଶ୍ରେଷ୍ଠ ୧୦ ବାଣିଜ୍ୟ ଅଂଶୀଦାରଙ୍କ ମଧ୍ୟରୁ ୯ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚୀନ୍, ଋଷ, ସିଙ୍ଗାପୁର ଓ କୋରିଆ ମଧ୍ୟରେ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.