• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି (ଶୁକ୍ରବାର) ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। 

  2. କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା ସରକାର ଗଢିବାକୁ କହିଛନ୍ତି।

  3. ରାଜ୍ୟରେ ଗତକିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ୮ ସହରର ତାପମାତ୍ରା ୪୩° ଉପରେ ରହିଛି। ଝାରସୁଗୁଡ଼‌ା ଆଜି ୪୩.୮° ସେଲ୍‌ସିୟସ ସହ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ରହିଛି।

  4. ପତ୍ନୀଙ୍କ ସମ୍ପତ୍ତି ବା ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ନ ଥାଏ ଏବଂ ସେ ସ୍ବାମୀଙ୍କ ସଙ୍କଟ ସମୟରେ ଏହାକୁ ବ୍ୟବହାର କରିପାରନ୍ତି। କିନ୍ତୁ ପରେ ପତ୍ନୀଙ୍କୁ ଏହା ଫେରାଇଦେବା ହେଉଛି ସ୍ବାମୀଙ୍କର ନୈତିକ ଦାୟିତ୍ୱ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

  5. ମୋ ସରକାର’ଙ୍କ ୫-ଟି ଅଧୀନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ରେଳପଥ ନିର୍ମାଣ ପାଇଁ ଆସନ୍ତାକାଲି ଜନପଥରେ ସର୍ଭେ ହେବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାର ମେଡିଆନ୍‌ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଯିବ।

  6. ଆସନ୍ତା ମେ ୧୩ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ‌ରେ ହେବାକୁ ଥିବା ମତଦାନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି।

  7. ହାଇଦ୍ରାବାଦ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କେ ମାଧବୀ ଲତା ବୁଧବାର ତାଙ୍କ ପାରିବାରିକ ସମ୍ପତ୍ତିର ମୂଲ୍ୟ ୨୧୮.୩୮ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି।

  8. ନିର୍ବାଚନ ମାହୋଲ ଯେତିକି ସରଗରମ ହେଉଛି, ସାମାଜିକ ଗଣମାଧ୍ୟମରେ ଏହାର ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଚିନ୍ତାଜନକ ବିଷୟ ହେଉଛି, ମାଳମାଳ ଜାଲ୍‌ ଆଇଡିରେ ପ୍ରଚାର କରାଯିବା ସହିତ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଅ‌ାକ୍ଷେପ କରାଯାଉଛି।

  9. ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଗୁରୁବାର ଘୋଷଣା କରିଛି ଯେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗଣ୍ଡେ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ।

  10. କେବିସିର ପ୍ରତି ଅଧ୍ୟାୟ ପାଇଁ ସେ କେତେ କୋଟି ପାରିଶ୍ରମିକ ନିଅନ୍ତି ଆପଣ ଜାଣନ୍ତି କି? ୨୦୦୦ ମସିହାରେରେ ଏହି ସୋ’ ଆରମ୍ଭ ହୋଇଥିଲା ସେତେବେଳେ ପ୍ରତି ଅଧ୍ୟାୟ ପାଇଁ ୨୫ଲକ୍ଷ ନେଉଥିଲେ ବିଗ୍ ବି। ସିଜିନ୍ ଆଗକୁ ବଢ଼ିବା ସହ ବିଗ୍ ବି ନିଜର ପାରିଶ୍ରମିକ ବଢ଼ାଇଥିଲେ। ଯେତେବେଳେ ପ୍ରଥମ ସିଜନ୍ ହିଟ୍ ହେଲା, ଅମିତାଭ ବଚ୍ଚନ ତାଙ୍କ ପାରିଶ୍ରମିକକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଥିଲେ।

  11. ମାନବାଧିକାର ଉଲ୍ଲଂଘନ ନେଇ ଆମେରିକା ବୈଦେଶିକ ବିଭାଗର ରିପୋର୍ଟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ମଣିପୁର ଓ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଆମେରିକା ତା'ର ରିପୋର୍ଟରେ କହିଛି।

  12. ଜେଇଇ ମେନ୍ -୨ ପରୀକ୍ଷାରେ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍ ସ୍କୁଲ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲର ୬୮ ଜଣ ଛାତ୍ରଛାତ୍ରୀ ଅଭୂତପୂର୍ବ କୃତିତ୍ବ ହାସଲ କରିଛନ୍ତି। ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସହିତ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୧୭ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍ ଉପରେ ଏବଂ ୪୦ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲ୍ ଉପରେ ରହିଛନ୍ତି।

  13. କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଟିକସଦାତାଙ୍କ ଦ୍ୱାରା ଫର୍ମ ୧୦ ଏ ଏ ଏବଂ ଫର୍ମ ୧୦ ଏବି ଦାଖଲ କରିବାର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି।

  14. ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି।

  15. ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ ଡାଟା ଓ ଆନାଲିଟିକ୍ସ କମ୍ପାନୀ ‘କଣ୍ଟର’ ଦ୍ୱାରା ଏହି ଅଧ୍ୟୟନ ପ୍ରକାଶ କରାଯାଇଛି।

  16. ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି, ମେୟର ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଏପର୍ଯ୍ୟନ୍ତ ନିଯୁକ୍ତ ହୋଇନାହାଁନ୍ତି। ଯେଉଁଠାରେ ନିର୍ବାଚନ ଆୟୋଗ ଏହି ନିର୍ବାଚନ ସମ୍ପର୍କରେ ଅନୁମୋଦନ ଦେଇଛନ୍ତି।

  17. ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ କରିଛି। ଏହି ତାଲିକାରେ ୩୧୩ ଟି ମାମଲା ରହିଥିଲା ଯାହାକି ବାଦାମ ଏବଂ ସେଶମ ସିଡ୍ସରେ ଇଥିଲିନ୍ ଅକ୍ସାଇଡ୍ ଥିବା ବେଳେ ହଳଦୀ ଏବଂ ମସଲା ପାଇଁ ୬୦ ଟି ମାମଲା ରହିଛି।

  18. ଆବଶ୍ୟକତାଠାରୁ ଅଧିକ ମିଠା ଖାଇଲେ ତାହାର ପ୍ରଭାବ କେତେକାଂଶରେ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ତେଣୁ ମିଠାଜାତୀୟ ଖାଦ୍ୟକୁ ସୀମିତ ଭାବରେ ଖାଇବାକୁ ଚେଷ୍ଟା କରନ୍ତୁ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।

  19. ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି।

  20. ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.