• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗବେଷକମାନେ ନିକଟରେ ବିଶ୍ବର ସବୁଠୁ ଦୀର୍ଘସ୍ଥାୟୀ ସାର୍ସ-କୋଭ୍‌-୨ ସଂକ୍ରମଣ ବାବଦରେ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ରେ ପୀଡ଼ିତ ଉକ୍ତ ବ୍ୟକ୍ତିଙ୍କୁ ସାର୍ସ-କୋଭ୍‌-୨ ଭୂତାଣୁ ଦୀର୍ଘ ୬୧୩ ଦିନ ଧରି ସଂକ୍ରମିତ କରି ରଖିବା ସହ ୫୦ରୁ ଅଧିକ ଥର ନୂତନ ରୂପ ନେଇଥିବା ଜଣାଯାଇଛି।

  2. ଆମେରିକାର ୨୦୨୩ ମାନବାଧିକାର ରିପୋର୍ଟରେ ୨୦୨୩ ମେ ମାସରେ ମଣିପୁରରେ ହୋଇଥିବା ଜାତିଗତ ହିଂସା, ବ୍ରିଟେନର ବ୍ରଡକାଷ୍ଟର ବିବିସି ଉପରେ ଟିକସ କର୍ତ୍ତୃପକ୍ଷଙ୍କ ଚଢ଼ଉ ଏବଂ କାନାଡ଼ାରେ ଶିଖ୍ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଭଳି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇଛି।

  3. ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକସଭା ଆସନ ପାଇଁ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ପ୍ରାର୍ଥୀ ଡକ୍ଟର ପେମସାନି ଚନ୍ଦ୍ରଶେଖରଙ୍କ ମୋଟ ସମ୍ପତ୍ତି ପରିମାଣ ୫,୭୮୫.୨୮ କୋଟି ଟଙ୍କା ରହିଛି।

  4. ମାଲେସିଆ ନୌସେନାର ଦୁଇଟି ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

  5. ଆମ୍ ଆଦମୀ ପାର୍ଟି (ଆପ୍) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟାଇପ୍-୨ ଡାଇବେଟିସ୍ ରୋଗୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ ଦିଆଯାଇଛି।

  6. ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ ଡ୍ରେସ୍ କୋଡ୍ ଏବଂ ହିଜାବ ପିନ୍ଧିବା ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଧର୍ମ, ଭାଷା ପରି ଡ୍ରେସ୍ କୋଡ୍ ରେ ବି ସମାନତା କାମ କରେ ନାହିଁ ଏବଂ ଯଦି କୌଣସି ଛାତ୍ର ହିଜାବ ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଏହା ତାଙ୍କ ପସନ୍ଦ ଏବଂ ତାଙ୍କୁ ଅନୁମତି ଦିଆଯିବା ଉଚିତ୍ ।

  7. ତେଲେଙ୍ଗାନାରେ ତାଣ୍ଡବ ରଚିଛି କାଳବୈଶାଖୀ। ପ୍ରତିକୂଳ ପାଗ ଯୋଗୁଁ ତେଲେଙ୍ଗାନାର ପେଡାପଲ୍ଲୀ ଜିଲ୍ଲା ଅନ୍ତର୍ଗତ ମନେର ନଦୀ ଉପରେ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ସୋମବାର ଓ ମଙ୍ଗଳବାର ମଧ୍ୟରାତ୍ରିରେ ଭୁଶୁଡ଼ି ପଡ଼ିଛି।

  8. ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

  9. ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ଓ ଅନ୍ୟ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଛନ୍ତି। ଏହ ସତ୍ତ୍ବେ ସୁରତର ରାଜନୈତିକ ହଟଚମଟ ଥମିବାର ନାମ ନେଉନାହିଁ।

  10. ଦେଶରେ ଗତ କିଛିଦିନ ହେଲା ଚିନି ଦର କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି।

  11. ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାର(୨୬ ଏପ୍ରିଲ)ରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୯  ଆସନରେ ମତଦାନ ହେବ ।

  12. ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

  13. ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  14. ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି।

  15. ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।

  16. ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) କାର୍ଯ୍ୟାଳୟରେ ଉପସ୍ଥାନ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସଂଶୋଧିତ ପରିବର୍ତ୍ତନଶୀଳ ବେତନ ନୀତି ଆରମ୍ଭ କରିଛି। ଏହି ନୀତି ଅନୁଯାୟୀ, କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବା କର୍ମଚାରୀଙ୍କ ବେତନ ସଂକ୍ରାନ୍ତରେ ମାନଦଣ୍ଡ ପ୍ରଣୟନ କରାଯାଇଛି।

  17. ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ରାମଦେବଙ୍କ ମାଲିକାନାରେ ଥିବା କମ୍ପାନି ଖବରକାଗଜରେ ସାର୍ବଜନୀନ କ୍ଷମା ପ୍ରାର୍ଥନା ସେହି ଆକାରର ହେବା ଉଚିତ ଯେଉଁଥିରେ କମ୍ପାନୀ ତାହାର ଉତ୍ପାଦର ବିଜ୍ଞାପନ କରିଥାଏ।

  18. ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଝାଡ଼ଖଣ୍ଡର ଦେବଘରରୁ ମାଡ଼ି ବସିଛି ପୁଲିସ୍‌। ଏହି ରାକେଟର ମୁଖିଆ ଜଣେ ମହିଳା ବୋଲି ଜଣା ପଡ଼ିଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

  19. ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି।

  20. ପଇଡ ପାଣି ପିଇବା ଦ୍ୱାରା କେବଳ ଯେ ଜଳୀୟଅଂଶ ଅଭାବ ଦୂର ହୋଇଥାଏ ତାହା ନୁହେଁ, ଏଥିରେ ଆହୁରି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.