• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧। ଗୁଜାରାଟ ଉପକୂଳରୁ ଏଟିଏସ୍ ଓ ଏନ୍‌ସିବି ଏକ ସ୍ବତନ୍ତ ଅପରେସନରେ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। ଏହି ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଛନ୍ତି।
  2. ୨। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ୁଥିବା ବେଳେ ଏହାକୁ ନେଇ କଂଗ୍ରେସରେ ଦଳୀୟ କନ୍ଦଳ ଚରମ ରୂପ ନେଇଛି। ମେଣ୍ଟକୁ ବିରୋଧ କରି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲଭ୍‌ଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
  3. ୩। କର୍ଣ୍ଣାଟକରେ ଜେଡିଏସ୍‌ ସାଂସଦ ପ୍ରଜ୍ବଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡିଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
  4. ୪। ମହାରାଷ୍ଟ୍ରରେ ନିଜ ଦଳ ହରାଇଥିବା ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ସପକ୍ଷରେ ସମବେଦନାର ଲହର ରହିଛି ବୋଲି କହିଛନ୍ତି ଏନ୍‌ଡିଏ ମେଣ୍ଟର ବରିଷ୍ଠ ନେତା ଛଗନ ଭୁଜବଳ।
  5. ୫। ଇରାକ ସଂସଦ ସମଲିଙ୍ଗୀ ସଂପର୍କ ତଥା ବିବାହକୁ ଅପରାଧ ଶ୍ରେଣୀରେ ସାମିଲ କରିଛି। ଏହି ଅପରାଧ ନିମନ୍ତେ ସର୍ବାଧିକ ୧୫ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି।
  6. ୬। ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମୃତା ପାଣ୍ଡେଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ବିହାର ଭାଗଲପୁରରେ ଏହି ଘଟଣା ଘଟିଛି | ପ୍ରାଥମିକ ସୂଚନା ମୁତାବକ ଶନିବାର ଦିନ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
  7. ୭। ୧୧୨ ବର୍ଷ ତଳେ ବୁଡ଼ି ଯାଇଥିବା ତତକାଳୀନ ବିଶ୍ବର ସର୍ବବୃହତ ଜାହାଜ ଟାଇଟାନିକ ପୁଣି ଚର୍ଚ୍ଚାକୁ ଆସିଯାଇଛି । ଉକ୍ତ ଜାହାଜରେ ଯାଉଥିବା ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକେଟ ଘଡ଼ି ନିଲାମ ହୋଇଛି । ଏହା ପ୍ରାୟ ୧.୧ ନିୟୁଡ ଆମେରିକୀୟ ଡଲାରରେ ନିଲାମ ହୋଇଛି ।
  8. ୮। ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍‌ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି।
  9. ୯। ୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ।
  10. ୧୦। ସାହାରା ଗ୍ରୁପ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟିର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।
  11. ୧୧। ଗୁଗୁଲ୍‌ର ସିଇଓ ପଦରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇଙ୍କ କାର୍ଯ୍ୟ କାଳ ୨୦ ବର୍ଷ ପୂରିଛି।
  12. ୧୨। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଆରମ୍ଭ,୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୨୫ରେ ହେବ ମତଦାନ।
  13. ୧୩। ଚନ୍ଦ୍ରଶେଖରପୁର:ନିର୍ବାଚନ ବେଳେ ରାଜଧାନୀରୁ ଜବତ ହେଲା ଟଙ୍କା । ପୋଲିସର ଚେକିଂ ବେଳେ କାରରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଂକା।
  14. ୧୪। ଦେଶରେ ପେମେଣ୍ଟ ଠକେଇ ୭୦.୬୪% ବଢ଼ିଛି: ଅକ୍ଟୋବର-ମାର୍ଚ୍ଚ ମାଧ୍ୟରେ ୨,୬୦୪ କୋଟିର ଠକେଇ ହୋଇଛି।
  15. ୧୫। ରାଜ୍ୟକୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି। ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ। ଫଳରେ ଉତ୍ତାପ ବୃଦ୍ଧି ପାଉଛି। ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଦ୍ବାରା ବର୍ତ୍ତମାନ ସାରା ରାଜ୍ୟ ଉତ୍ତପ୍ତ ପିଣ୍ଡରେ ପରିଣତ ହେଉଛି।
  16. ୧୬। କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି।
  17. ୧୭। ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ।.
  18. ୧୮। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।
  19. ୧୯। ପାକିସ୍ତାନର ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ ବିବାହ କରନ୍ତି।
  20. ୨୦। ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.