• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି।

  2. ଓଡ଼ିଶାରୁ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଜେଡିରୁ ନିର୍ବାଚିତ ହୋଇଥିବା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି।

  3. ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ସନ୍ଧ୍ୟାରେ ୫.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।  ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ରାତି ପ୍ରାୟ ସାଢ଼େ ୯ଟାବେଳେ ଚମ୍ବାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

  4. ଗାଜାରେ ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ମଧ୍ୟ ଏହି ଆକ୍ରମଣର ଏକ ଭିଡିଓ ଜାରି କରିଛି

  5. ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ରହିଛି। ସେଥିପାଇଁ ସରକାର, ରିଜର୍ଭ ବ୍ୟାଙ୍କ, ଆମଦାନିକାରୀ ଏବଂ ବିଦେଶରେ ପିଲାମାନଙ୍କୁ ପାଠପଢ଼ାଉଥିବା କିମ୍ବା ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

  6. ପାରାଦୀପ ବନ୍ଦର ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୫.୩୮ ନିୟୁତ ଟନ୍ ପଣ୍ୟ ପରିଚାଳନା କରି ସର୍ବଭାରତୀୟ ସ୍ତରରେ ପ୍ରମୁଖ ବନ୍ଦର ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି।

  7. ବାଇଜୁସ୍‌ କମ୍ପାନି ସ୍ଥିତି ଖରାପ ହେବାପରେ ରବୀନ୍ଦ୍ରନ ତଳିତଳାନ୍ତ ହୋଇଯାଇଛନ୍ତି। ଗତବର୍ଷ ରବୀନ୍ଦ୍ରନଙ୍କ ନିଟ୍‌ ସଂପତ୍ତି ୨.୨ ବିଲିଅନ ଡଲାର (ପ୍ରାୟ ୧୭,୫୪୫ କୋଟି ଟଙ୍କା) ଥିଲା। କିନ୍ତୁ ୨୦୨୪ରେ ଏହା ଶୂନ ସ୍ତରକୁ ଖସିଆସିଛି।

  8. ଗୁରୁବାର ଭୁବନେଶ୍ବର ବଜାରରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୭୦ ହଜାର ଟଙ୍କା ପାର୍‌ ହୋଇଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍‌ ପିଛା ମୂଲ୍ୟ ୭୦୪୭୦ ଟଙ୍କାରେ ପହଞ୍ଚିଛି।

  9. ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରିବେନି। ସେ କହିଛନ୍ତି, ମୋ ସାନପୁଅ ଯେହେତୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବିନି।

  10. ଯେଉଁ ପାଣି ଟାଙ୍କିରୁ ପାଣି ପିଉଥିଲେ ଗ୍ରାମବାସୀ ସେହି ଟାଙ୍କିରୁ ଉଦ୍ଧାର ହେଲା ୩୦ଟି ମାଙ୍କଡ଼ର ମୃତଦେହ। ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ।

  11. ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମୋଟ୍‌ ୪ ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଏହି ୪ଟି ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ସରକାରୀ ଅଫିସ ଏବଂ କୋର୍ଟ ଇତ୍ୟାଦି ଭୋଟ ଗ୍ରହଣ ଦିନ ବନ୍ଦ ରହିବ ।

  12. ଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

  13. ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ଇତିମଧ୍ୟରେ ରାଞ୍ଚତ୍ରେ ଥିବା ସୋରେନ୍‌ଙ୍କ ୮.୮୬ ଏକର ଜମିକୁ ଇଡି ବାଜ୍ୟାପ୍ତ କରିଥିବା ଗୁରୁବାର କହିଛି।

  14. ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି।

  15. ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍‌ରେ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.