• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ବଡ଼ ଆଶ୍ବସ୍ତି ମିଳିଛି। ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଆୟକର ବିଭାଗ ଦଳଠାରୁ ୩୫୦୦ କୋଟିରୁ ଅଧିକ ଟିକସ ରାଶି ଆଦାୟ କରିବ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି।

  2. ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।

  3. ରାଜ୍ୟର ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମ୍ ସ୍ଥଳୀ ଗୁଡ଼ିକରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନି। ଆଜିଠୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ହେଲା ଅଭୟାରଣ୍ୟ। ଏସମସ୍ତ ସ୍ଥାନରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ କରାଯାଇଛି।

  4. ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆୟକର ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି।

  5. କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ।

  6. ପୁରାତନ ଜ୍ଞାନବାପୀ ମସ୍‌ଜିଦର ଭୂଗୃହ (ବେସ୍‌ମେଣ୍ଟ)ରେ ପୂଜାର୍ଚ୍ଚନା କରିବାକୁ ହିନ୍ଦୁ ପକ୍ଷକୁ ଦିଆଯାଇଥିବା ଅନୁମତିକୁ ସ୍ଥଗିତ କରିବାକୁ ସୁପ୍ରିମ‌୍‌କୋର୍ଟ ମନା କରିଦେଇଛନ୍ତି।

  7. ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ନେଇ ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଜଳବ‌ୋର୍ଡକୁ ୩ ହଜାର କୋଟି ଟଙ୍କା ଆବଣ୍ଟନ ନ କରିବା ମାମଲା ନେଇ ଶୀର୍ଷ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

  8. ଗୁଗୁଲ୍ ପୋଡକାଷ୍ଟ ସେବା ୨୦୨୪ ମସିହା ଏପ୍ରିଲ୍‌ ୨ ତାରିଖରୁ ବନ୍ଦ୍‌ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଏହି ସେବା ୨୦୨୩ ମସିହା ସେପ୍ଟେମ୍ବର ମାସରେ ବନ୍ଦ୍‌ ହେବ ବୋଲି ଘୋଷଣା ହୋଇଥିଲା କିନ୍ତୁ ପରେ ସମୟସୀମା ଏପ୍ରିଲ୍ ୨କୁ ବୃଦ୍ଧି କରାଯାଇଛି।

  9. ଦେଶର ଡ୍ରାଇଭରଙ୍କ ପାଇଁ ବଡ ଖବର । ସଡକ ପରିବହନ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ ।

  10. ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକମାନେ ବିଜେପିକୁ ଚାନ୍ଦା ଦେବା ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ୬୦ କୋଟି ଟଙ୍କା ଚାନ୍ଦା ଦେବା ନେଇ ଏଏପି ବିଧାୟକମାନେ ବିଜେପିକୁ ଘେରିଛନ୍ତି।

  11. ନିର୍ବାଚନ ଆୟୋଗ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବାରୁ ବିଜେପି ନେତା  ଥା ସାଂସଦ ଦିଲ୍ଲୀପ ଘୋଷ ଏବଂ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କୁ ତାଗିଦ୍ କରିଛନ୍ତି।

  12. ମନୀଷ ଦେଶାଇଙ୍କ ଅବସର ପରେ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

  13. ସୋମବାରଠାରୁ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭ ହୋଇଛି। ଏହାର ପ୍ରଥମ ଚାରି ମାସ ଅର୍ଥାତ ଏପ୍ରିଲ୍‌ରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ପ୍ରଶାସନିକ ବିଭାଗଗୁଡ଼ିକୁ କହିଛନ୍ତି।

  14. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର (ଏପ୍ରିଲ ୧) ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ଆରବିଆଇ କହିଛି ପ୍ରାୟ ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି ।

  15. ଆଜିଠାରୁ (ଏପ୍ରିଲ ପହିଲା) ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ଟିକସ ବ୍ୟବସ୍ଥାରେ କୌଣସି ନୂଆ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

  16. ୧ ଏପ୍ରିଲରୁ ମଦ ମହଙ୍ଗା ହେବାବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଶସ୍ତା ହୋଇଛି । ଅନ୍ୟପଟେ ଔଷଧ ଦାମ୍ ବଢିବାରୁ ଲୋକଙ୍କୁ ଝଟକା ଲାଗିଛି ।

  17. ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର କହିଛନ୍ତି।

  18. ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି।

  19. ୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଛି ତାତି। ଆଜି ଅସମ୍ଭାଳ ହୋଇଛି ସ୍ଥିତି। ୮ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରିଛି।

  20. ଦିଲ୍ଲୀ କ୍ୟାପିଟାଲ୍‌ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ପଡ଼ିଛି। ରବିବାର (ମାର୍ଚ୍ଚ ୩୧) ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଧିମା ଓଭର (ସ୍ଲୋ ଓଭର) ରେଟ୍ ଯୋଗୁ ତାଙ୍କ ଉପରେ ଏହି ଜୋରିମାନା ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.