• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଓ ବହୁତ ପରିଶ୍ରମ ପରେ ୮୮ ବର୍ଷ ତଳେ ୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।

  2. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କରିଛନ୍ତି। 

  3. ସମ୍ବିଧାନ ଅନୁଯାୟୀ ରାଜ୍ୟପାଳମାନେ ସେମାନଙ୍କ କର୍ତ୍ତବ୍ୟ ସଂପାଦନ କରିବାକୁ ବାଧ୍ୟ। ଯଥୋଚିତ ପ୍ରକ୍ରିୟାରେ ପାରିତ ହୋଇଥିବା ବିଲ୍‌ଗୁଡ଼ିକୁ ଅନୁମୋଦନ ନକରି ରାଜ୍ୟପାଳମାନେ ତାହାକୁ ଝୁଲାଇ ରଖିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା।

  4. ହାମାସ ସହ ଇସ୍ରାଏଲର ଗତ ୬ ମାସ ଧରି ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲରୁ ଏକ ବଡ଼ ଖବର ଆସୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  5. ଏପ୍ରିଲ୍‌ ୧ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଜନ୍ମଦିନ। ୧୯୩୫ ଏପ୍ରିଲ୍‌ ୧ରେ ଏହାକୁ ଗଠନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ୯୦ ବର୍ଷରେ ପଦାର୍ପଣ କରିଛି ।

  6. ଚାକିରି ଲୋଭରେ ବିଦେଶ ଯାଇଥିବା ଭାରତୀୟମାନେ କିଭଳି ଦୟନୀୟ ଜୀବନ କାଟୁଛନ୍ତି ତାହାର ଏକ ବିକଳ ଚିତ୍ର କାମ୍ବୋଡ଼ିଆରୁ ଆସିଛି। ପ୍ରାୟ ୫୦୦୦ ଭାରତୀୟଙ୍କୁ ସେମାନଙ୍କ ଅନିଚ୍ଛା ସତ୍ତ୍ବେ ସେଠାରେ ସାଇବର କ୍ରୀତଦାସ ଭାବେ ନିୟୋଜିତ କରାଯାଇଛି।

  7. ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

  8. ଲଗାତାର ଅଷ୍ଟମ ବର୍ଷ ପାଇଁ ମୁଥୁଟ୍‌ ଫାଇନାନ୍ସକୁ ଭାରତର ସବୁଠୁ ବିଶ୍ବସନୀୟ ଆର୍ଥିକ ସେବା ବ୍ରାଣ୍ଡ୍‌ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ମୁଥୁଟ୍‌ ଫାଇନାନ୍ସର ଦେଶରେ ୬୩୦୦ରୁ ଅଧିକ ଶାଖା ଥିବା ବେଳେ ଏହା ଦୈନିକ ୨.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସୁନା ଋଣ ପ୍ରଦାନ କରୁଛି। ମୁଥୁଟ୍‌ ଫାଇନାନ୍ସର ଦେଶରେ ୬୩୦୦ରୁ ଅଧିକ ଶାଖା ଥିବା ବେଳେ ଏହା ଦୈନିକ ୨.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସୁନା ଋଣ ପ୍ରଦାନ କରୁଛି।

  9. ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍‌ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି।

  10. କେରଳର ସବୁଠାରୁ ଗରିବ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ। ସରଳ ଜୀବନଯାପନ ପାଇଁ ପ୍ରସିଦ୍ଧ ଥୋମାସଙ୍କର ଘର, ଜମି, ସୁନା ଅଳଙ୍କାର ନାହିଁ। ସେ ୨୦ ହଜାରରୁ ଅଧିକ ପୁସ୍ତକର ମାଲିକ ଅଟନ୍ତି। ଥୋମାସ ମଧ୍ୟ ସିପିଏମର କେନ୍ଦ୍ରୀୟ କମିଟିର ସଦସ୍ୟ ଅଟନ୍ତି।

  11. ନ୍ୟୁଜ୍‌କ୍ଲିକ୍‌ ଓ ଏହାର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୋଲିସ ଶନିବାର ୮,୦୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି।

  12. ଦକ୍ଷିଣ ଭାରତୀୟ ଅଭିନେତା ଡାନିଏଲ ବାଲାଜୀ(୪୮)ଙ୍କ ହୃଦ୍‌ଘାତରେ ଶନିବାର ପରଲୋକ ହୋଇଯାଇଛି।

  13. ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି। ୩୦ଟଙ୍କା ୫୦ ପଇସା ଦର କମିଛି। ଆଜିଠୁ ନୂଆ ଦର ଲାଗୁ ହେବାକୁ ଯାଉଛି।

  14. ୨୦୧୮ କିମ୍ବା ତା’ପରେ ୪୩ଟି କମ୍ପାନି ୩୮୪.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିଛନ୍ତି। ସେଥି ମଧ୍ୟରୁ ହାଇଦ୍ରାବାଦରେ ୨୦୨୩ରେ ସ୍ଥାପିତ ହୋଇଥିବା ୪ଟି କମ୍ପାନି ପ୍ରତିଷ୍ଠା ହେବାର ମାତ୍ର କିଛି ମାସ ପରେ କୋଟି କୋଟି ଟଙ୍କାର ବଣ୍ଡ କିଣିଥିଲେ।

  15. ଭାରତରେ ଇଲେକ୍ଟ୍ରିକ୍ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କାର ନୂଆ ଯୋଜନା ସୋମବାର ଲାଗୁ ହେବ ଏବଂ ଜୁଲାଇ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

  16. ଓଡିଶା ରାଜ୍ୟର ସମସ୍ତ ଜିଲା ଓ ନିମ୍ନ ଅଦାଲତଗୁଡିକ ଏପ୍ରିଲ ୮ରୁ ସକାଳୁଆ ଚାଲିବ। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଦାଲତ ଖୋଲା ରହିବ। ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ।

  17. ୨୦୪୭ ସୁଦ୍ଧା ଦେଶର ଅର୍ଥନୀତିରେ ୮% ଅଭିବୃଦ୍ଧି ହୋଇପାରିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରେ କାର୍ଯ୍ୟରତ ଭାରତର କାର୍ଯ୍ୟକାରୀ ନିର୍ଦେଶକ କ୍ରୀଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମ କହିଛନ୍ତି।

  18. ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନୀଳାଦ୍ରି ବିଚ୍ ରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ପୁର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  19. ଶନିବାର ବିଜେଡିରୁ ଇସ୍ତଫା ଦେଇଥିଲେ ଆକାଶ ଦାସ ନାୟକ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯାଇଛି।

  20. ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କର ନିଜଠାରୁ ୧୩ ବର୍ଷ ବଡ଼ ପୁରୁଷ ବନ୍ଧୁ ଆଦିତ୍ୟ ରାୟ କପୁରଙ୍କ ସହ ନିର୍ବନ୍ଧ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.