• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ‘ସାଇନ୍ସ ଆଡଭାନ୍ସ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୧୯୭୯ ପରଠାରୁ ଅଧିକ ଲୋକ ଅଧିକ ସମୟ ଗରମ ଭୋଗୁଛନ୍ତି ଏବଂ ଏହି ଗ୍ରୀଷ୍ମ ପ୍ରବାହ ୬୭% ଅଧିକ ଥର ଘଟୁଛି। ଅଧ୍ୟୟନରୁ ଆହୁରି ଜଣାପଡିଛି ଯେ ୪୦ ବର୍ଷ ପୂର୍ବ ତୁଳନାରେ ଗ୍ରୀଷ୍ମ ପ୍ରବାହରେ ସର୍ବାଧିକ ବୃଦ୍ଧି ଘଟିଛି।

  2. ଆରବ ସାଗରରେ ଜଳଦସ୍ୟୁଙ୍କ ବିରୋଧରେ ଏକ ୧୨ ଘଣ୍ଟିଆ ଅଭିଯାନରେ ଭାରତୀୟ ନୌସେନା ଇରାନର ଏକ ମାଛଧରା ଜାହାଜ ଓ ଏହାର ୨୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।

  3. ଭାରତ-ଆମେରିକା ଦ୍ବିପାକ୍ଷିକ ସମରାଭ୍ୟାସ ‘ଟାଇଗର୍ ଟ୍ରାୟମ୍ଫ-୨୪’ର ଏକ ଗୁରୁ୍ତ୍ବପୂର୍ଣ୍ଣ ପର୍ଯ୍ୟାୟ ମାର୍ଚ୍ଚ ୨୯ରୁ ଆନ୍ଧ୍ରପ୍ରଦେଶର କାକିନାଡା ବେଳାଭୂମିରେ ଜାରି ରହିଛି ଏବଂ ଏହା ଆସନ୍ତାକାଲି ସମାପନ ହେବ।

  4. ଦୁଇ ଜଣ ମହିଳା ଫୁଟବଲ ଖେଳାଳିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗୋଆ ପୋଲିସ ସର୍ବଭାରତୀୟ ଫୁଟବଲ ମହାସଂଘ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଦୀପକ ଶର୍ମାଙ୍କୁ ଗିରଫ କରିଛି।

  5. ୟୁ‌ରୋପୀୟ ଦେଶ ନେଦରଲ୍ୟାଣ୍ଡରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ଇଡେ ସହରରେ କେତେକ ଅଜ୍ଞାତ ବନ୍ଧୁକଧାରୀ ବନ୍ଧୁକମୂନରେ ବହୁ ସାଧାରଣ ଜନତାଙ୍କୁ ବନ୍ଧକ ରଖିଛନ୍ତି।

  6. ସାଇବର ସୁରକ୍ଷା ପ୍ରସଙ୍ଗରେ ଆମେରିକା ଅଭିଯୋଗ ଆଣିଛି ବିନା ଅନୁମତିରେ ଚୀନ୍ ନାଗରିକଙ୍କ ତଥ୍ୟ ଚୋରି କରୁଛି। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଦ୍ବାରା ଚୀନ୍ ପାଇଁ ଆମେରିକାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଚିପ୍ସ ପାଇବାକୁ କଷ୍ଟକର କରିଛି।

  7. ଦେଶରେ ନିଲାମ ଡକାଯାଇଥିବା ୨୦ଟି ଗୁରୁତ୍ବପୂର୍ଣ୍ଣ ଖଣି ମଧ୍ୟରୁ ୧୩ଟି ଖଣିର ନିଲାମ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ଆବଶ୍ୟକ ସଂଖ୍ୟକ ନିଲାମ ଡକାଳି ଭାଗ ନନେବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

  8. ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଗଲା । ବିମୁଦ୍ରୀକରଣ ଯୋଗୁ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୮ ପ୍ରତିଶତ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଫେରିଥିଲା। ତେବେ ଏହାଦ୍ୱାରା କଳାଧନ କିପରି ଲୋପ ପାଇଲା ବୋଲି ସୁପ୍ରିମକୋର୍ଟର ବିଚାରପତି ବି.ଭି. ନାଗରତ୍ନା ପ୍ରଶ୍ନ କରିଛନ୍ତି।

  9. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦେଶର ୫ଜଣ ବ୍ୟକ୍ତିତ୍ୱଙ୍କୁ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି।

  10. ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍‌ ‘ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି।

  11. ଏପ୍ରିଲ୍ ପହିଲାଠାରୁ କାର୍ଯ୍ୟକାରୀ ହେଉଥିବା ଫାସ୍‌ଟ୍ୟାଗ୍  ଉପଭୋକ୍ତାମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ କାରବାରରେ ସମ୍ଭାବ୍ୟ ବ୍ୟାଘାତକୁ ଏଡାଇବା ପାଇଁ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସେମାନଙ୍କର କେୱାଇସି ଅପଡେଟ୍ ହୋଇଛି କି ନାହିଁ। ଏହି ଆଦେଶକୁ ଅନୁପାଳନ ନ କଲେ ଟୋଲ୍ ପେମେଣ୍ଟରେ ବାଧା ସୃଷ୍ଟି ହୋଇପାରେ।

  12. ପାନକୁ ଆଧାର କାର୍ଡ ସହିତ ସଂଯୋଗ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୪ ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଲିଙ୍କ୍ ସଂପୂର୍ଣ୍ଣ କରିବାରେ ବିଫଳତା କାରଣରୁ ଜଣଙ୍କର ପାନ୍ ନମ୍ବର ବାତିଲ ହୋଇପାରେ। ୧ ଏପ୍ରିଲ୍ ୨୦୨୪ ପରେ ପାନ୍-ଆଧାର ଲିଙ୍କ୍ରେ ବିଳମ୍ବ ପାଇଁ ବ୍ୟକ୍ତିବିଶେଷଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ।

  13. ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ।

  14. ନିକଟରେ ବିଜେପିରେ ମିଶିଥିଲେ ବରିଷ୍ଠ କୂଟନୀତିଜ୍ଞ ତରନଜିତ ସାନ୍ଧୁ। ତାଙ୍କୁ ମଧ୍ୟ ଦଳ ପଞ୍ଜାବର ଅମୃତସର ଆସନରୁ ପ୍ରାର୍ଥୀ କରିଛି।

  15. ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ତାଙ୍କ ଡେପୁଟି ଚୋୱାନ ମୈନ ଓ ଦଳର ଅନ୍ୟ ୮ ଜଣ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।

  16. ଟିକସ ପୈଠ ନ କରିବା ଅଭିଯୋଗରେ ଆୟକର ବିଭାଗ ପ୍ରଥମେ କଂଗ୍ରେସକୁ ୧୮୨୩.୦୮ କୋଟି ଟଙ୍କାର ଫାଇନ ଲାଗୁ କରିଥିଲା। ଏବେ ଦଳ ପାଖକୁ ଆୟକର ବିଭାଗ ଆଉ ୨ଟି ନୋଟିସ ପଠାଇଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି।

  17. ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଶେଖ୍ ସାହାଜାହାନଙ୍କୁ ବଶିରହାଟ ଜେଲରେ ପଚରାଉଚରା କରୁଛି। ଶେଖ୍ ସାହାଜାହାନଙ୍କୁ ସିବିଆଇ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ବଶିରହାଟ ଜେଲରେ ଅଛନ୍ତି।

  18. ମାର୍ଚ୍ଚ ୨୨ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୦ ନିୟୁତ ଡଲାର ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତର ୬୪୨ ବିଲିୟନ ଡଲାର ଛୁଇଁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ କ୍ରମାଗତ ପଞ୍ଚମ ସପ୍ତାହ ପାଇଁ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏହି ବୃଦ୍ଧି ରେକର୍ଡ କରାଯାଇଛି।

  19. ଏପ୍ରିଲ ପହିଲାରୁ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମାସରେ ବିଭିନ୍ନ ରାଜ୍ୟରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ।

  20. କୋକୋଆ ପଶ୍ଚିମ ଆଫ୍ରିକୀୟ ଅଞ୍ଚଳରେ ସର୍ବାଧିକ ଉତ୍ପାଦନ ହେଉଥିବା ବେଳେ ପ୍ରଥମ ଥର ପାଇଁ ଉତ୍ପାଦନ ହ୍ରାସ ପାଇଛି। ଫଳରେ ଆନ୍ତର୍ଜାତିକ ସ୍ତରରେ କୋକୋଆ ମୂଲ୍ୟ ପ୍ରାୟ ତିନିଗୁଣା ବଢ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.