• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତଥ୍ୟ ଅନୁସାରେ ୨୦୧୪ ସାଧାରଣ ନିର୍ବାଚନରେ ଦେଶରେ ୬୦ ଲକ୍ଷରୁ ଅଧିକ ଭୋଟ୍‌ ନୋଟା(ନନ୍‌ ଅଫ୍‌ ଦି ଏଭବ୍‌)ରେ ପଡ଼ିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଥିଲା ୩,୩୨,୭୬୬।

  2. ବିହାରରେ ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ହୋଇଥିବା ଘୋଷଣା ମୁତାବକ ରାଜ୍ୟରେ ଆରଜେଡିକୁ ୨୬ଟି ଆସନ ମିଳିଛି। ସେହିପରି କଂଗ୍ରେସ ୯ଟି ଆସନରେ ଏବଂ ବାମପନ୍ଥୀମାନେ ୫ଟି ଆସନରେ ଲଢ଼ିବେ।

  3. ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ନ ଥିବାରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କୁ ଅଭିଯୋଗମୁକ୍ତ କରିଛି।

  4. ଟିକସ ପୁନର୍ମୂଲ୍ୟାୟନ ବିରୋଧରେ କଂଗ୍ରେସ ଦଳର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଦଳକୁ ୧୮୦୦ କୋଟିରୁ ଅଧିକ ଟଙ୍କାର ନୋଟିସ୍ ଦିଆଯାଇଛି।

  5. ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କର ଗୁରୁବାର ରାତିରେ ବାନ୍ଦା ଜେଲ୍‌ରେ ହୃଦ୍‌ଘାତ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ହୋଇଛି। ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି।

  6. ଅରବିନ୍ଦ କେଜ୍ରିୱାଲ ଯେତେବେଳେ ଦିଲ୍ଲୀରେ ସକ୍ରିୟ ରାଜନୀତିରେ ପ୍ରବେଶ କଲେ ଓ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ସେତେବେଳେ ସୁନୀତା ଆଇଟିଏଟିରେ ଆୟକର ଆୟୁକ୍ତ ପଦରେ କରୁଥିବା ଚାକିରି ଛାଡ଼ି ଦେଇଥିଲେ।

  7. ଇସ୍ରାଏଲ ସେନା ସିରିଆରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ କରିଛି। ଶୁକ୍ରବାର ସକାଳେ ଉତ୍ତର ସିରିଆର ଆଲେପ୍ପୋ ସହର ନିକଟରେ ହୋଇଥିବା ଇସ୍ରାଏଲର ଏହି ଏୟାର ଷ୍ଟ୍ରାଇକ୍ ରେ ୩୮ ଜଣଙ୍କ ମୃତ୍ୟୁ।

  8. ନିଜ ସ୍ବାସ୍ଥ୍ୟକୁ ଉନ୍ନତ କରିବାକୁ ଯାଇ ଜାପାନରେ କେତେକ ଲୋକ ପ୍ରାଣ ହରାଇଛନ୍ତି। ଜାପାନରେ ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି ।

  9. ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘରେ ମାର୍ଚ୍ଚ ୨୬ ତାରିଖରେ ଶିଶୁ କନ୍ୟାର ଜନ୍ମ ହୋଇଛି। ଝିଅର ନାମ ନିମାୟତ ରଖାଯାଇଛି। ନିୟାମତ ଅର୍ଥ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଧନ ଏବଂ ଗୌରବ।

  10. ଓଡ଼ିଆ ଉଦ୍ୟୋଗୀ ଶୁଭ୍ରକାନ୍ତ ପଣ୍ଡାଙ୍କ ଅଧୀନରେ ପରିଚାଳିତ ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲଏଜ୍ ଲିମିଟେଡ୍‌ (ଇମ୍ଫା)। କମ୍ପାନି ଇଥାନଲ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବ ଏବଂ ସେଥିରେ ୨୦୦ କୋଟି ଟଙ୍କା ନିବେଶ କରିବ।

  11. ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ଡ଼ିଗ୍ରୀ ଛୁଇଁଛି ତାତି । ଟିଟଲାଗଡ,ବଲାଙ୍ଗୀର,ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡରେ ଆଜି ୪୦ଡ଼ିଗ୍ରୀ ଛୁଇଁଛି ସର୍ବୋଚ୍ଚ ଦିନ ତାପମାତ୍ରା ।

  12. ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ C-Vigil mobile  ଆପ୍ ମାଧ୍ୟମରେ ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ବୋଲି ଆୟୋଗ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ୧୦୦ ମିନିଟ ମଧ୍ୟରେ ସମାଧାନ ହୋଇଛି।

  13. ବିବାହ ପରେ ସ୍ତ୍ରୀ ପରପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମଧ୍ୟ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇପାରିବେ। ଏନେଇ ବଡ଼ ରାୟ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ।

  14. ଭାରତରେ ତଥା ନିର୍ବାଚନ ହେଉଥିବା ଯେକୌଣସି ଦେଶରେ ଲୋକମାନଙ୍କ ରାଜନୈତିକ ଓ ନାଗରିକ ଅଧିକାର ସୁରକ୍ଷିତ ହେବା ଏବଂ ସମସ୍ତେ ମୁକ୍ତ ଓ ସ୍ବଚ୍ଛ ବାତାବରଣରେ ଭୋଟ ଦେବାକୁ ସକ୍ଷମ ହେବା ଆବଶ୍ୟକ ବୋଲି ଆମେ ଆଶା କରିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।

  15. ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି।

  16. ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ ।

  17. ପିଏଚ୍‌‌ଡି ପାଇଁ ଆବଶ୍ୟକ ହେବ ଜାତୀୟ ଯୋଗ୍ୟତା ପରୀକ୍ଷା ବା ନେଟ୍‌‌ ସ୍କୋର। ଆଶାୟୀ ଛାତ୍ରଛାତ୍ରୀମାନେ ନେଟ୍‌‌ ପରୀକ୍ଷାରେ ରଖିଥିବା ସ୍କୋର୍‌ ଅନୁଯାୟୀ ସିଟ୍‌‌ ପାଇବେ।

  18. ବିଭିନ୍ନ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମଜୁରିକୁ ୪ରୁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି।

  19. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ ହୋଇନାହିଁ।

  20. ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍‌ ‘ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.