• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କମେଡି-ଡ୍ରାମା ଉପରେ ଆଧାରିତ ଚଳଚ୍ଚିତ୍ର ‘କୋଡା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓସ୍କାର ୨୦୨୨ ପୁରସ୍କାର ମିଳିଛି। ଏହି ପୁରସ୍କାର ପାଇବାରେ କୋଡା ହେଉଛି ବିଶ୍ବର ପ୍ରଥମ ଷ୍ଟ୍ରିମିଂ ଚଳଚ୍ଚିତ୍ର। ଏହାକୁ ମୋଟ ତିନିଟି ପୁରସ୍କାର ମିଳିଛି।
  2. ହିନ୍ଦୀ ବ୍ୟତୀତ ଅନ୍ୟାନ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି RRR  । ଫିଲ୍ମ ଓପିନିଂ ଡେରେ ୱାର୍ଲ୍ଡ ଓ୍ୱାଇଡ୍ ୨୦୦କୋଟିର କଲେକ୍ସନ କରିଥିଲା । ଏବେ ସେହି ଅନୁସାରେ ଆରଆରଆର ୫୦୦କୋଟି କଲେକ୍ସନ କରିବାର ଲକ୍ଷ୍ୟ ରଖିଛି । ତୃତୀୟ ଦିନ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଫିଲ୍ମ ପାଖାପାଖି ୨୦କୋଟିର ବିଜନେସ କରିଛି
  3. ବିଶ୍ୱ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଛି । ଗତକାଲି ଆମେରିକାର ବଜାରରେ ପରିବର୍ତ୍ତନ ଆସିଥିଲା, ଯାହା ପରେ ଡଲାରରେ ସୁନା କ୍ରୟ ବୃଦ୍ଧି ପାଇଲା ଆଉ ଏହାର ପ୍ରଭାବ ସିଧା ସୁନା ଉପରେ ପଡ଼ିଲା । ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ହେତୁ ଘରୋଇ ବଜାରରେ ମଧ୍ୟ ସୁନା ଓ ରୁପା ଦର ହ୍ରାସ ପାଇଛି ।
  4. ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ୨୦୧୬ ରାଜସ୍ଥାନ କ୍ୟାଡରର ଅଫିସର ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପ ଗୱାନ୍ଦେଙ୍କ ସହ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଦୀପ ଗୱାନ୍ଦେସହ ନିଜର କିଛି ଫଟୋ ପୋଷ୍ଟ କରି ତାଙ୍କ ନୂଆ ଜୀବନ ସାଥୀଙ୍କ ବିଷୟରେ ଖୁଲାସା କରିଛନ୍ତି ।
  5. ଏପ୍ରିଲ ୧ତାରିଖରୁ  ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ  ସୂଚନା ଜାରି ହୋଇଛି  । ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା  । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇଆସୁଛି । 
  6. ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦ ପ୍ରତିଶତରୁ ଅଧିକ ରହିଛି । ଆଜି ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । 
  7. ୩୪ ଦିନରେ ଋଷ-ୟୁକ୍ରେନ ୱାର । ବିଭିନ୍ନ ସହର ଦଖଲ ନେଇ ଦୁଇ ଦେଶର ଦାବିକୁ ନେଇ ଅସ୍ପଷ୍ଟ ସ୍ଥିତି । 
  8. କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ଏହି ସଂଗ୍ରହାଳୟ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ପରିଚିତ ହେବ । ଏହି ସଂଗ୍ରହାଳୟରେ ଦେଶର ୧୪ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ସଞ୍ଚୟ କରାଯାଇ ରଖାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଆମ୍ବେଦକର ଜୟନ୍ତୀ ଅର୍ଥାତ୍ ୧୪ ଏପ୍ରିଲରେ ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।
  9. ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତାଳଚେର ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (RWS&S)ର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । ଜଣେ ଠିକାଦାରଙ୍କ ଫାଇନାଲ ବିଲ ପାସ କରାଇ ଦେବାପାଇଁ ସେ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତଙ୍କୁ ଧରିଛି।
  10. ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ବିବାଦରେ ଅବସାନ ଘଟିବାକୁ ଯାଉଛି। ନିମ୍ନ ଅଦାଲତଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତର ସୁମିତଙ୍କ ପକ୍ଷରୁ ଦାୟର ରିଭ୍ୟୁପିଟିସନର ଚୂଡାନ୍ତ ଶୁଣାଣି ଆସନ୍ତା ୩୧ରେ ହେବ।
  11. ଏସିଆର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ପ୍ରଥମ ନିଆଁ ଲାଗିବା ଦେଖାଦେଇଛି । ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ସ୍ଥାନରେ ନିଆଁ ଲାଗିଛି ।
  12. ରାଜ୍ୟ ସ୍ତରୀୟ ସିଙ୍ଗିଲ୍‍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୨୦୭୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା।
  13. କେନ୍ଦ୍ର ସରକାର ଚଳିତ ବର୍ଷ ଜନଗଣନା-୨୦୨୧ ପ୍ରକ୍ରିୟା ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି।ବିଶେଷ କରି ନାଗରିକମାନେ ନିଜେ ନିଜ ସମ୍ପର୍କରେ ତଥ୍ୟ ଜ୍ଞାପନ କରିପାରିବେ। ଏଥିପାଇଁ ଜନଗଣନା ନିୟମ-୧୯୯୦ରେ ଥିବା ନିୟମାବଳୀରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।
  14. ୨୦୨୫ ମସିହା ସୁଧା ଓଡ଼ିଶାକୁ ଏକ ଡ଼ାଟା ସେଣ୍ଟର ହବ୍‍ ରେ ପରିଣତ କରାଯିବ। ଏଥି ସହିତ ରାଜ୍ୟକୁ ଦେଶର ପ୍ରମୁଖ ୫ଟି ଡ଼ାଟା ସେଣ୍ଟର ହବ୍‍ ମଧ୍ୟରେ ସ୍ଥାନିତ କରାଯିବ।
  15. ଆସାମ ଏବଂ ମେଘାଳୟ ମଧ୍ୟରେ ଦୀର୍ଘ ୫୦ ବର୍ଷ ଧରି ଲାଗି ରହିଥିବା ପୁରୁଣା ସୀମା ବିବାଦର ପ୍ରାୟ ୭୦ ପ୍ରତିଶତ ସମାଧାନ ହୋଇଛି। ଏଥିଲାଗି ଦୁଇ ରାଜ୍ୟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
  16. ପ୍ରଶାନ୍ତ କିଶୋର ଆମ୍ ଆଦମି ପାର୍ଟି(ଆପ୍)କୁ ନେଇ ଭବିଷ୍ୟବାଣୀ କରିଛନ୍ତି କି ଏହାକୁ ଜାତୀୟ ଦଳ ହେବାକୁ ୧୫ରୁ ୨୦ ବର୍ଷ ଲାଗିବ। କୌଣସି ବି ଦଳକୁ ଜାତୀୟ ଦଳ ହେବା ପାଇଁ ୨୦ କୋଟି ଭୋଟ ଦରକାର, ଆମ୍ ଆଦମି ପାର୍ଟିକୁ ୨୦୧୯ରେ ୨୭ ଲକ୍ଷ ଭୋଟ ହିଁ ମିଳିଥିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
  17. ଉତ୍ତର ପ୍ରଦେଶରେ ଏମଏଲଏ ଆସନ ପାଇଁ ନିର୍ବାଚନ ସରିବା ପରେ ଏବେ ୩୬ ଟି ଏମଏଲସି ଆସନ ପାଇଁ ଏପ୍ରିଲ ୯ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ପାଇଁ ପ୍ରଥମ ଟିକେଟ ଡାକ୍ତର କଫିଲ ଖାନକୁ ଦେଇଛନ୍ତି ।
  18. ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରୁ ୮୦ କିଲୋମିଟ ଦୂରରେ ଥିବା ୟଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ପୁନଃନିର୍ମାଣରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମନ୍ଦିରରେ ଲାଗିଥିବା ଏକ ସ୍ବତନ୍ତ୍ର କବାଟରେ ୧୨୫ କେଜିର ସୁନା ବ୍ୟବହାର କରାଯାଇଛି।
  19. ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଇବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ସିଏଚଏସଇକୁ ଏନେଇ ନିର୍ଦେଶ ଦେବା ସହ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏହାକୁ ପରିବର୍ତ୍ତନ କରାଇବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
  20. ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସୋମବାର ନ୍ୟାସନାଲ ଆସେମ୍ବ୍ଲି (ସଂସଦ)ରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳ ପିଏମ୍‌ଏଲ-ଏନ୍‌ ନେତା ଶେହବାଜ ଶରିଫଙ୍କ ଦ୍ବାରା ଏହା ଆଗତ କରାଯାଇଛି। ପ୍ରସ୍ତାବ ସପକ୍ଷରେ ୧୬୧ ସଦସ୍ୟ ମତଦାନ କରିବା ପରେ ଏହା ଆଲୋଚନା ପାଇଁ ଗୃହୀତ ହୋଇଛି। ଏହା ଉପରେ ବିତର୍କ ପରେ ୩୧ ଅପରାହ୍ଣରେ ମତଦାନ କରାଯିବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.