• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ୩୦ ଜିଲ୍ଲାରୁ ୪ଟି ପଛୁଆ ବର୍ଗ, ୪ଟି ଅନୁସୂଚିତ ଜାତି, ୧୦ଟି ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧୨ଟି ଅଣସଂରକ୍ଷିତ ରହିଛି । 
  2. ଆଫଗାନିସ୍ତାନରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଉପରେ କଟକଣା । ଦେଶର ସର୍ବୋଚ୍ଚ କୋର୍ଟଙ୍କ ଅନୁମତି ବିନା ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ ତାଲିବାନ ସରକାର ଘୋଷଣା କରିଛନ୍ତି । ଦେଶରେ ତାଲିବାନ ସରକାର ଗଠନ ପରଠାରୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଓ ଅଙ୍ଗପ୍ରତ୍ୟେଙ୍ଗ କାଟିଦେବା ପ୍ରକ୍ରିୟା ଜାରି ରହିଥିଲା । 
  3. ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ମୁନ୍ଦ୍ରାରୁ ମହାରାଷ୍ଟ୍ର ପୋଲିସ ୧୫୦ କୋଟି ଟଙ୍କାର ଡ୍ରଗସ ଉଦ୍ଧାର କରିଥିବାବେଳେ କ୍ରୁଜ ଜାହାଜରୁ ଅଳ୍ପ କିଛି ଗ୍ରାମ ଡ୍ରଗସ ଜବତ କରାଯାଇଛି । ସେମାନେ କେବଳ ସେଲିବ୍ରିଟିଙ୍କ ପଛରେ ପଡିଥାନ୍ତି ଏବଂ ସେମାନଙ୍କ ଛବି ଯେପରି ଅଧିକ ପ୍ରକାଶ ପାଇବ ସେଥିଲାଗି ସେମାନେ ଗହଳିଚହଳି କରିଥାନ୍ତି ବୋଲି କହିଛନ୍ତି ଉଦ୍ଧବ । 
  4. ସିବିଆଇ-ଏନସିବି ଏବଂ ଇଡି ଭଳି ସଂସ୍ଥାର ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଶରଦ ପାଓ୍ୱାର । ଅଣ ବିଜେପି ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ ସରକାର ଏହି ସବୁ ସଂସ୍ଥାକୁ ବ୍ୟବହାର କରୁଥିବା ସେ କହିଛନ୍ତି ।
  5.  IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପ୍ରଦୀପ୍ତ ମହାପାତ୍ର ହେଲେ OFDCର ଅଧ୍ୟକ୍ଷ । ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ପରାଗ ଗୁପ୍ତା । ବିଜୟ ଆରୋରା ହେଲେ ସାଧାରଣ ପ୍ରଶାସନ ବିଭାଗର OSD ।
  6. ଅନ୍ତର୍ଜାତୀୟ ସ୍ତରରେ ଅଶୌଧିତ ତୈଳଦର ବୃଦ୍ଧି ପାଇବା ଫଳରେ ଘରୋଇ ବଜାରରେ ଏହାର ପ୍ରଭାବ ପଡ଼ିଛି । ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ବଢ଼ି ଚାଲିଛି । ରବିବାର ମଧ୍ୟ ତୈଳ କମ୍ପାନୀ ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ାଇଛନ୍ତି । ପେଟ୍ରୋଲ ଓ ଡିଜେଲ୍ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି ।
  7. ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖେଡେ ନିଜ ଦଳ ସହ ନିକଟରେ ଆର୍ୟନ ଖାନଙ୍କ କାଉନସେଲିଂ କରିଥିଲେ। ଏହି ସମୟରେ ଆର୍ୟନ ତାଙ୍କୁ କହିଛନ୍ତି, ଜେଲ୍‌ରୁ  ବାହାରିବା ପରେ ସେ ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ। କାଉନସେଲିଂ ସମୟରେ ଆର୍ୟନ କହିଛନ୍ତି, ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ, ଯଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ। ମୁଁ ଗୋଟିଏ ଦିନ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ଆର୍ୟନ ଏନସିବି ଅଧିକାରୀଙ୍କୁ କହିଛନ୍ତି।
  8. ଦେଶରେ ଟିକାକରଣ ଗତି ଏତେ ବୃଦ୍ଧିପାଇଛି ଯେ ଏହି ସଂଖ୍ୟା କିଛି ଦିନ ମଧ୍ୟରେ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ବିଶ୍ବ ବ୍ୟାଙ୍କ ମଧ୍ୟ ପ୍ରଶଂସା କରିଛି । ଓ୍ବାର୍ଲଡ୍‌ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ ଭାରତର ଟିକାକରଣ ଅଭିଯାନ ବହୁ ସଫଳ ବୋଲି କହିଛନ୍ତି।
  9. ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି  - ନାଗରିକଙ୍କ ହତ୍ୟା ପରେ ୯ ଗୁଳିବନିମୟରେ ୧୩ ଆତଙ୍କବାଦୀ ସଫା ହୋଇଛନ୍ତି। ଆମେ ୨୪ ଘଣ୍ଟାରୁ କମ୍‌ ସମୟରେ ଶ୍ରୀନଗର ସହରରେ ୫ରୁ ୩ ଜଣ ଆତଙ୍କବାଦୀଙ୍କୁ ମାରିଛୁ ବୋଲି ସେ କହିଛନ୍ତି ।
  10. ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା କରିବା ସହ ୨୫୦ କୋଟି ଟଙ୍କାର କେଦାରପୁରୀ ପୁନଃନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିବେ।
  11. ସାମ୍ବାଦିକ ସମ୍ମିଳନୀରେ ପାର୍ଟି ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ସଭାପତି ନିର୍ବାଚନ ଆସନ୍ତା ବର୍ଷ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ। ସିଡବ୍ଲ୍ୟୁସି ଏବଂ ଅନ୍ୟ ସାଂଗଠନିକ ନିର୍ବାଚନ ତାରିଖର ଘୋଷଣା ପାର୍ଟି ଅଧିବେଶନ ପରେ କରାଯିବ।
  12. ଶନିବାର ରୁଷରେ ୧୦୦୨ ଜଣଙ୍କ ଜୀବନ ନେଇଛି କରୋନା। କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ ରୁଷରେ ଲଗାତାର କରୋନା ସଂକ୍ରିମତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୩,୨୦୮ ମାମଲା ସାମ୍ନାକୁ ଆସିଛି। ଦେଶରେ ଏବେ ସୁଦ୍ଧା ୨୨୨,୩୧୫ ଲୋକଙ୍କ ଜୀବନ ନେଇଛି କରୋନା ଭୂତାଣୁ।
  13. ବ୍ରିଟିଶ କଲମ୍ବିଆରେ ରହୁଥିବା ରୁଥ ହାମିଲଟନ୍ ମଧ୍ୟରାତ୍ରିରେ ହଠାତ୍ ଏକ ଶବ୍ଦ ଶୁଣି ଉଠିପଡିଲେ। କ’ଣ ଘଟିଲା ​​ସେ ଜାଣି ପାରିଲେ ନାହିଁ। କେବଳ ଘରର ଛାତରେ ଏକ ଛିଦ୍ର ଦୃଶ୍ୟମାନ ହେଉଥିଲା। 
  14. ଭାରତରେ ଖାଦ୍ୟ ଅଭାବ ହେତୁ ଏଠାରେ ପ୍ରତିଦିନ ଭୋକିଲା ଶୋଉଥିବା ଲୋକଙ୍କ ସଂଖ୍ୟା ୨୦୦ ମିଳିୟନରୁ ଅଧିକ ବୋଲି କୁହାଯାଏ
  15. ବର୍ତ୍ତମାନ ହ୍ବାଟ୍ସଆପ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ପାଇବ। କମ୍ପାନୀ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଚାଟ୍ ବ୍ୟାକଅପ୍ ସେବା ପ୍ରଦାନ କରୁଛି, ଯାହା ଦ୍ବାରା ଆପଣଙ୍କର ଚାଟ୍ ବହୁତ ପର୍ସନାଲ ରହିବ। ଏହି ଫିଚର୍ସ ଗୁଡିକ ଖୁବ୍‌ଶୀଘ୍ର ୟୁଜର୍ସଙ୍କ ପାଇଁ ଦିଆଯିବ ।
  16.  ଶୁକ୍ରବାର ଗୀର୍ଜାରେ ଘଟିଥିଲା ଏପରି ଅଘଟଣ । ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସଙ୍କ ଛୁରାମାଡ଼ରେ ମୃତ୍ୟୁ ହୋଇଛି । ତାଙ୍କ ‘ଇଲେକ୍ଟୋରାଲ୍‌ ଜିଲ୍ଲା’ରେ ଭୋଟର୍‌ଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଦେଇଛି ।
  17. ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୧୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
  18. ଦିଲ୍ଲୀ-ହରିୟାନା ସୀମା ସିଙ୍ଗୁଠାରେ ଗତକାଲି ଜଣେ ଯୁବକର ହାତ କାଟି ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରିଥିବା ନିହଙ୍ଗ ଶିଖ ସରବଜିତ ସିଂ ନିଜର ଏହି କର୍ମ ପାଇଁ ଅନୁତପ୍ତ ନୁହେଁ ବୋଲି କହିଛି।
  19. ସେପ୍ଟେମ୍ବର ୨୦୨୨ରେ କଂଗ୍ରେସକୁ ମିଳିପାରେ ନୂଆ ଅଧ୍ୟକ୍ଷ। କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଆସନ୍ତା ବର୍ଷ ସେପ୍ଟେମ୍ବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।
  20. ରବିବାରଠାରୁ ଓମାନର ମସ୍କଟଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବ। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଏବଂ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ସ୍କଟଲାଣ୍ଡ ଭେଟିବ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.