• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଉଣ୍ଟ ୟୁନୁମ୍ ଶୃଙ୍ଗର ସଫଳ ପର୍ବତାରୋହଣ ସହିତ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ । ଭାରତୀୟ ଦଳରେ ମୋଟ ୮୦ଜଣ ପର୍ବତାରୋହୀ ଥିବା ବେଳେ ସେଥିରେ ଓଡିଶାରୁ ୬ଜଣ ପର୍ବତାରୋହୀ ସାମିଲ ଥିଲେ । ସଫଳ ପର୍ବାତାରୋହଣ ପରେ ଓଡିଶା ସଦସ୍ୟମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି
  2. ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ତିନିଜଣ ବିଚାର ପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନ ଧାରା ୨୧୭ ଅନ୍ତର୍ଗତ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି  । ଓଡ଼ିଶା ହାଇକୋର୍ଟ ପାଇଁ ବିଚାରପତି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ୍ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ବିଚାରପତି କରାଯାଇଛି  ।
  3. ଗତ ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ବିଚାରପତିଙ୍କ ନାଁ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଟି ହାଇକୋର୍ଟରେ ୬୮ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାଁ ପଠାଯାଇଥିଲା ।
  4. ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ମାତ୍ ଦେଲା କେକେଆର, ତୃତୀୟ ଥର ଆଇପିଏଲ ଫାଇନାଲ୍‌ରେ ପ୍ରବେଶ ।
  5. ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ, ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା, ପାର୍ବଣରେ ଆହୁରି ବଢିବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।
  6. ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା ।
  7. ଭାରତୀୟ ଦଳକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଅକ୍ଷର, ଶାର୍ଦ୍ଦୁଲ ସାମିଲ ।
  8. ଦେଶରେ ତୀବ୍ର ହେଉଛି କୋଇଲା ସଂକଟ: ବଳକା ବିଦ୍ୟୁତ୍ ଚଢା ଦରରେ ନବିକିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ।
  9. ନୂଆ ଜର୍ସିରେ ଟି-୨୦ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।
  10. ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।
  11. ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ୧୦୦ ଲକ୍ଷ କୋଟିର ବଜେଟ, ଯୁବ ପୀଢ଼ିଙ୍କୁ ମିଳିବ ନିଯୁକ୍ତି ।
  12. ମନୀଷ ମୃତ୍ୟୁର ଗୁମର ଖୋଲୁଛି, ପୁଲିସ କବ୍‌ଜାରେ ୪ ଯୁବକ ।
  13. ଦିଲ୍ଲୀ ପ୍ରଦୂଷଣ: ୭୫% ଶିଶୁ ଅଣନିଃଶ୍ବାସୀ ଅନୁଭବ କରୁଛନ୍ତି, ସର୍ଭେ ରିପୋର୍ଟ ।
  14. କିଟ୍‍, କିସ୍‌ରେ ଖୋଲିବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ।
  15. ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ଶହ ଶହ ପଶୁପକ୍ଷୀଙ୍କ ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ ରାସ୍ତା।
  16. ISI ଡିଜି ନିଯୁକ୍ତିକୁ ନେଇ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ମତପାର୍ଥକ୍ୟ, ବଢ଼ିବ ସମସ୍ୟା ।
  17. ବିସିସିଆଇ ଘରୋଇ ସିଜିନ ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ ।  ୨୧ ଜଣିଆ ଦଳ ବୁଧବାର ବିଧିବଦ୍ଧ ଭାବରେ ଘୋଷଣା କରିଛି ଓସିଏ । ଚଳିତ ବର୍ଷ୍ ମ୍ୟାଚ ପାଇଁ ରାଜେଶ ଧୂପରଙ୍କୁ  ଅଧିନାୟକ ଦାୟିତ୍ୱ ଦେଇଛି କମିଟି ।
  18. ପୁରୀରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ  । ପୁରୀ ପେଣ୍ଠକଟା ନିକଟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ, ଏହାକୁ ଜଗନ୍ନାଥ ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । ଏଠାରେ ଏକ କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋଲ ହଲ ମଧ୍ୟ ନିର୍ମାଣ କରାଯାଇଛି ।
  19.  କାଧିକ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଟଙ୍କା ବାଣ୍ଟିଲେ ମନ୍ତ୍ରୀ । ମିଜୋରାମର ଖେଳ ମନ୍ତ୍ରୀ ରବର୍ଟ ସୋମାବିୟା ରୋୟତେ ୧୭ ଜଣ ମହିଳାଙ୍କୁ ୨.୫ ଲକ୍ଷ ଟଙ୍କା ବାଣ୍ଟିଛନ୍ତି । ୧୫ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ୧୩ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଦ୍ୱିତୀୟ ପୁରସ୍କାର ଦିଆଯାଇଛି ।
  20. ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାର ଟିକାକରଣ ସମ୍ପର୍କିତ ବିଶେଷଜ୍ଞମାନଙ୍କ ରଣନୈତିକ ଉପଦେଷ୍ଟା ମଣ୍ଡଳୀ (ଏସ୍‌ଏଜିଇ) ମଧ୍ୟ କହିଛି ଯେ, ଯେଉଁ ଷାଠିଏ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଚୀନ୍‌ର ସିନୋଭାକ୍ ବା ସିନୋଫାର୍ମ ଟିକାର ଦୁଇ ଡୋଜ୍ ନେଇଛନ୍ତି ବା ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ଅନ୍ୟ କୌଣସି ଟିକା ନେଇଛନ୍ତି ସେମାନେ ତୃତୀୟ ଡୋଜ୍ ନେବା ଆବଶ୍ୟକ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.