• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୮୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୯,୮୫,୯୨୦ରେ ପହଞ୍ଚିଛି।
  2. ଅର୍ଥନୀତିରେ ଆଉ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଶ୍ରମ ଅର୍ଥନୀତି ଲାଗି ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସୁଇଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।
  3. ଉତ୍ତର ପ୍ରଦେଶର ବ୍ୟବସାୟୀ ମନୀଷ ଗୁପ୍ତା ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ଦୁଇ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପୋଲିସ ଇନିସପେକ୍ଟର ଜେ ଏନେ ସିଂହ ଏବଂ ଏସଆଇ ଅକ୍ଷୟ ମିଶ୍ରାକୁ ଗିରଫ କରିଛି ଗୋରଖପୁର ପୋଲିସ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କାନପୁର SITକୁ ହସ୍ତାନ୍ତର କରାଯାଇଛି ।
  4. ରାଜ୍ୟ କ୍ୟାବିନେଟ୍‍ ବୈଠକ  re ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ebang  ଚିକିତ୍ସା ସୁବିଧା ବି ମିଳିବ ।
  5. ଖରିଫରେ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ।
  6. ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବ ଅତିରିକ୍ତ ବିଶେଷ ଟ୍ରେନ ।
  7. +୨ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୨ରୁ ୨୫ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
  8. ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କୁ ମିଳିଲାନି ଆଶ୍ଵସ୍ତି, ତିନି ଦିନ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ . ।
  9. କଟକ କମିସନରେଟ୍‌ ପୁଲିସକୁ ସଫଳତା: ଦୁଇବର୍ଷରେ ୧୦୧ବନ୍ଧୁକ, ୧୭୨୭ ଗୁଳି ଜବତ, ୫କୋଟିର ବ୍ରାଉନସୁଗାର୍‌ ସହ ୨୭ ଗିରଫ ।
  10. ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବୋରିସ ଜନସନ; ଜଳବାୟୁ ପରିବର୍ତ୍ତନ, ଆଫଗାନିସ୍ତାନ ସହ ଅନ୍ୟ ବିଷୟ ଉପରେ କଲେ ଆଲୋଚନା ।
  11. ୪ ବର୍ଷ ଧରି ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟରେ ନିର୍ବାଚନ ବନ୍ଦ ।
  12. ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ।
  13. ହାଇଦ୍ରାବାଦ ସ୍ଥିତ ହେଟରୋ ଫାର୍ମାସୁଟିକାଲ ଗ୍ରୁପ ଉପରେ ଆୟକର ବିଭାଗ ଚଢ଼ାଉରୁ ୧୪୨ କୋଟି ଟଙ୍କା କ୍ୟାସ୍ ଜବତ ହୋଇଛି । ନଗଦ ଏତେ ଟଙ୍କା ଜବତ ହେବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା ।
  14. କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ ଘନୀଭୂତ କୋଇଲା ସଂକଟ । ଦେଶର ୧୭ଟି ପାଓ୍ୱାର ପ୍ଲାଣ୍ଟରେ ଗୋଟିଏ ଦିନ ଲାଗି କୋଇଲା ଗଚ୍ଛିତ ନଥିବା ବେଳେ ୬୨ଟି ପ୍ଲାଣ୍ଟ ପାଇଁ ଦିନେ ବା ଦୁଇ ଦିନ ଲାଗି କୋଇଲା ରହିଛି । ୧୧୫ଟି ପ୍ଲାଣ୍ଟରେ ମାତ୍ର ୭ ଦିନର କୋଇଲା ଗଚ୍ଛିତ ରହିଛି । 
  15. ଦୁର୍ବଳ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତି ନେଇପାରିବେ ଅତିରିକ୍ତ ବୁଷ୍ଟର ଡୋଜ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । WHOର ଟିକାକରଣ ସଂକ୍ରାନ୍ତ କୌଶଳଗତ ପରାମର୍ଶଦାତା କମିଟି ବା ସେଜ୍ କହିଛି, ଯେଉଁମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥିବ ବା ଅତି ନ୍ୟୁନ ଥିବ ସେମାନେ ବୁଷ୍ଟର ଡୋଜ ନେଇପାରିବେ ।
  16. ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କୌଣସି ଦଳ ବା କୌଣସି ନେତାଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କିଛି ଲୋକଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ।
  17.  ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରାୟ ୯୮ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ୍‌ୱେ କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। 
  18. ଋଷର ରାଜଧାନୀ ମସ୍କୋରେ ଥିବା ପ୍ରସିଦ୍ଧ ମଞ୍ଚ ବୋଲଶୋଇ ଥିଏଟରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ମଞ୍ଚରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା କଳାକାରଙ୍କ ନାମ ୟେଭେନି କୁଲେଶ ଓ ବୟସ ୩୭ ବର୍ଷ ବୋଲି ଜଣାପଡ଼ିଛି।
  19. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
  20. ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି।ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.