• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଗାମୀ ଖରିଫ ମାର୍କେଟିଂ ଋତୁରେ ଓଡିଶାରେ ଧାନ କ୍ରୟ ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।
  2. ଖୁବଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳରେ ବିଏସଏନଲ ର ଫୋର ଜି ନେଟଓ୍ୱର୍କ ସେବା ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍। ଚଣ୍ଡୀଗଡ଼ ରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ବିଏସଏନଏଲ 4G ସେବା ।
  3. କଟକ ମହାନଦୀ ଉପରେ ଆରମ୍ଭ ହେଲା ଭାସମାନ ରେଷ୍ଟୁରାଣ୍ଟ । ପର୍ଯ୍ୟଟକ ନେବେ ମଜା, ତେବେ ରେଷ୍ଟୁରାଣ୍ଟରେ ବର୍ତ୍ତମାନ ମାତ୍ର ୮ ସିଟ୍ ବିଶିଷ୍ଟ କରାଯାଇଛି। ପରବର୍ତ୍ତି ସମୟରେ ଏହା ସିଟ ସଂଖ୍ୟା ବୃଦ୍ଧି କରାଯିବ।
  4. ପାର୍ବଣ ସପ୍ତାହର ପ୍ରଥମ ୪ ଦିନରେ ବିକ୍ରି କରିଛି ୨.୭ କୋଟି ଡଲାର- ମାଲାମାଲ ହେଲା ଇ-କମର୍ସ କମ୍ପାନୀ  ।
  5. ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୬ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୬୨ ଟଙ୍କା ରେକର୍ଡ କରାଯାଇଛି।
  6. କାବୁଲ - ବିସ୍ଫୋରଣ ଯୋଜନା କରୁଥିବା ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କଲା ତାଲିବାନ ।
  7. ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ୭୭.୧ କୋଟି ଡଲାରରେ ଚୀନର ଆରଇସି ସୋଲାର କମ୍ପାନୀକୁ କିଣିନେଲେ ।
  8. ୪ ଦେଶକୁ କୋଭିଡ-୧୯ ଟିକା ପଠାଇଲା ଭାରତ । ଦେଶ ଗୁଡିକ ହେଲେ ମିଆଁମାର, ନେପାଳ, ବାଂଲାଦେଶ ଏବଂ ଇରାନ ।
  9. ଆଠ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ସୈନ୍ୟ କମାଣ୍ଡର ବୈଠକ, ଲଦାଖ ଗତିରୋଧ ଦୂର କରିବା ଉପରେ ହେଲା ମନ୍ଥନ ।
  10. କୋଇଲା ଅଭାବ ଯୋଗୁଁ ପଞ୍ଜାବରେ ବନ୍ଦ ହେଲା ୩ ଥର୍ମାଲ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟକୁ କୋଇଲା ଯୋଗାଣ ବଢ଼ାଇବାକୁ କେନ୍ଦ୍ରକୁ କଲେ ଅନୁରୋଧ ।
  11. କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ଗତକାଲି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ହେଲା ମୃତ୍ୟୁ।
  12. ଆଇପିଏଲ ପ୍ରଥମ କ୍ଵାଲିଫାୟର : ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ଵିକେଟ୍‌ରେ ହରାଇ ନବମ ଥର ଫାଇନାଲ୍‌ରେ ପହଞ୍ଚିଲା ଧୋନୀ ବାହିନୀ ।
  13. ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା କଲା ICC; ବିଜୟୀ ଦଳକୁ ମିଳିବ ୧.୬ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୨ କୋଟି ଟଙ୍କା ।
  14. ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଶ ଦାସ । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ।  ମିନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଖରୀରରେ ମନୀଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।
  15. ରାୟଗଡ଼ା ଜିଲ୍ଲାର ଦୁଇ ବିଜେପି ପଦାଧିକାରୀ ହେଲେ ପଦଚ୍ୟୁତ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଅଭାବନୀୟ ପରସ୍ଥିତି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ହଟାଇବା ପରିସ୍ଥିତିକୁ ଆହୁରି ଜଟିଳ କରିଛି । 
  16. ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିବା ସମୟରେ ଅଦାଲତଗୁଡ଼ିକ ସତର୍କତା ଅବଲମ୍ବନ କରିବା ଉଚିତ। ବିଶେଷକରି ଅପରାଧର ଗମ୍ଭୀରତା ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମାନଦଣ୍ଡକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।
  17.  ରବିବାର ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏଲ୍‌-୪୧୦ ବିମାନ କେନ୍ଦ୍ରୀୟ ରୁଷିଆରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୨ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୬ ଜଣଙ୍କଠାରେ ଜୀବନର ଲକ୍ଷଣ ପ୍ରକାଶ ପାଉ ନ ଥିବା ରୁଷିଆ ଇମର୍ଜେନ୍ସିଜ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
  18. ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ପୁଲିସ ଯାଞ୍ଚ ଅଭିଯାନକୁ ଆଜି ବ୍ୟାପକ କରିଛି। ଘଟଣାସ୍ଥଳରେ ପୁଲିସ ବାହିନୀର ୨ଟି ସ୍ବତନ୍ତ୍ର ଟିମ୍‌ ଛାନ୍‌ଭିନ୍‌ କରିଥିବା ବେଳେ ଆଖପାଖ ଅଂଚଳର ସିସିଟିଭି ରେକର୍ଡ ଯାଞ୍ଚ ହୋଇଛି।
  19. ଆଜିଠାରୁ ଆରମ୍ଭ ହେଉଛି ନାଇଟ୍‌ କର୍ଫ୍ୟୁ। ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ। ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍‌ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ରାତି ୮ଟା ପରେ ଆଉ ମୋ ବସ୍‌ ସେବା ଉପଲବ୍ଧ ହେବ ନାହିଁ।
  20. ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.