• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲଖିମପୁ ଖିରି ହିଂସା ଘଟଣାରେ ଆଶିଷ ମିଶ୍ରା ଓରଫ ମୋନୁକୁ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଘଣ୍ଟା ଜେରା ପରେ ଗିରଫ କରାଯାଇଛି । ସୂଚନା ଅନୁସାରେ ଆଶିଷକୁ ହତ୍ୟା, ଦୁର୍ଘଟଣାରେ ମୃତ୍ୟୁ, ଅପରାଧିକ ଷଡ଼ଯନ୍ତ୍ର ଓ ଅବହେଳାର ସହ ଗାଡ଼ି ଚଳାଇବା ଆଦି ଧାରାରେ ଗିରଫ କରାଯାଇଛି । ଆଶିଷ ତଦନ୍ତରେ ସହଯୋଗ ନକରିବାରୁ ଗିରଫ କରାଯାଇଥିବା କହିଛନ୍ତି ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ।
  2. ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ ଭଡ଼ା ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ନରୋତ୍ତମଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କା ମିଳିଛି ।
  3. ସ୍ବାସ୍ଥ୍ୟ କର୍ମୀଙ୍କ ଠାରେ ଅଧିକ ଆଣ୍ଟିବଡି ବଢିଥିବା RMRC ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି । ଜାନୁୟାରୀରୁ ଏପ୍ରିଲ ମଧ୍ୟରେ କରାଯାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ପୂର୍ବରୁ ସଂକ୍ରମିତ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୯୬ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସଂକ୍ରମିତ ହୋଇ ନଥିବା ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ପ୍ରଥମ ଡୋଜ୍ ଟିକା ନେବାପରେ ୬୧.୩ ପ୍ରତିଶତ ଆଣ୍ଟିବଡି ପରିଲକ୍ଷିତ ହୋଇଛି ।
  4. ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ ନିଜ ବାସଭବନକୁ ଯିବା ସମୟରେ ଭିଜିଲାନ୍ସ ତାଙ୍କ ଗାଡି ଉପରେ ରେଡ କରିଥିଲା  । କେନ୍ଦୁଝରରୁ କଟକ ଯାଉଥିବା ସମୟରେ  ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ କାବୁ କରିଛି ଭିଜିଲାନ୍ସ  ।
  5. ଲର୍ନିଂ ଆପ୍ BYJU’s ଏହି ବଲିଉଡ ଅଭିନେତାଙ୍କର ସମସ୍ତ ବିଜ୍ଞାପନ ଉପରେ କଟକଣା ଲଗାଇଛି | କେବଳ ଏତିକି ନୁହେଁ, ଶାହାରୁଖଙ୍କ ପ୍ରି-ବୁକିଂ ବିଜ୍ଞାପନ ରିଲିଜ୍ ମଧ୍ୟ ଏବେ ହୋଇପାରିବ ନାହିଁ।
  6. କୋଲକାତାର ଦୁର୍ଗା ପୂଜା ମଣ୍ଡପରେ ଦୁନିଆର ସବୁଠୁ ଉଚ୍ଚ ଅଟାଳିକା ବୁର୍ଜ ଖଲିଫାର ଝଲକ ଦେଖିବାକୁ ମିଳିଛି।
  7. ସୋସିଆଲ୍ ମିଡିଆ ଆପ୍ ଇନଷ୍ଟାଗ୍ରାମ୍ ଆଜି ପୁଣି ଥରେ ଡାଉନ୍ ହୋଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଡାଉନ୍ ରହିଥିଲା ଇନଷ୍ଟାଗ୍ରାମ୍ ।
  8. କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ୨୦୨୧ ବର୍ଷର ସିଭିଲ୍‌ ସର୍ଭିସେସ୍‌ ପ୍ରାରମ୍ଭିକ (ପ୍ରିଲିମିନାରି) ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ।
  9. କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ନବରାତ୍ର ପରେ ଅକ୍ଟୋବର ୧୬ ଶନିବାର ଦିନ ୧୦ଟା ବେଳେ ଦଳର ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦଳର ନୂଆ ଅଧ୍ୟକ୍ଷ ବାଛିବା, ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଆଗାମୀ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳର ରଣନୀତି ଏବଂ ସାଂଗଠନିକ ନିର୍ବାଚନ ଆଦି ବ୍ୟାପାରରେ ଆଲୋଚନା ହେବ ବୋଲି ଏକ ବିବୃତିରେ କୁହାଯାଇଛି।
  10. ଆଠ ଜଣ ବିଚାରପତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ଦେଇଛନ୍ତି। ଏଥିସହ ପାଞ୍ଚଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ବିଭିନ୍ନ ହାଇକୋର୍ଟକୁ ବଦଳି କରାଯାଇଛି ବୋଲି ଆଜି ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।
  11. ମୁନ୍ଦ୍ରା ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏନଆଇଏ ପକ୍ଷରୁ ଶନିବାରଦିନ ଚେନ୍ନାଇ, କୋଏମ୍ବାଟୁର, ବିଜୟଓ୍ବାଡ଼ା ଆଦି ଦେଶର କେତେକ ସ୍ଥାନରେ ଚଢଉ କରାଯାଇଛି ।
  12. ଫୋନ୍‌ ଟ୍ୟାପିଂ ଏବଂ ଡାଟା ଲିକ୍‌ ମାମଲାରେ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସୱାଲଙ୍କୁ ତଦନ୍ତର ପରିସରଭୁକ୍ତ କରି ତାଙ୍କ ନିକଟକୁ ସମନ ପଠାଇଛି ମୁମ୍ବାଇ ପୁଲିସ୍‌।
  13. କ୍ବାଲିଫାୟର-୧ ଆଜି : ଫାଇନାଲ ଲକ୍ଷ୍ୟରେ ଚେନ୍ନଇ ଓ ଦିଲ୍ଲୀ ।
  14. ପେଟ୍ରୋଲ ଦର ବେଲଗାମ; ଅତ୍ୟାବଶକୀୟ ଜିନିଷର ଦାମ ବଢୁଛି, ଖାଉଟି ହନ୍ତସନ୍ତ ।
  15. ଦୁବାଇ ଏକ୍ସପୋ ୨୦୨୦ରେ ପ୍ରଦର୍ଶିତ ହେବ ଓଡିଶାର କାଳଜୟୀ ସିନେମା, ଆୟୋଜକ ଓଡିଶା ସମାଜ ୟୁଏଇ ।
  16. ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେବ ରାଜଧାନୀ ଦିଲ୍ଲୀ; ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ।
  17. ପାର୍ବଣରେ କଟକଣା ନମାନିଲେ ପୁଲିସ୍ ଗିରଫ କରିବ : ସୌମେନ୍ଦ୍ର ପ୍ରିୟଦର୍ଶୀ ।
  18. ଲଖୀମପୁର ହିଂସାକାଣ୍ଡ ଘଟଣାରେ କିଷାନ ମୋର୍ଚ୍ଚାର ଆନ୍ଦୋଳନ । ଅକ୍ଟୋବର ୧୮ରେ ସାରା ଦେଶରେ ‘ରେଳ ରୋକ୍’ ।
  19. ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ଯୋଗୁଁ ବିଳମ୍ବିତ ହେବ ଓଡ଼ିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ : ସ୍କାଏମେଟ୍ ।
  20. ପ୍ରକାଶ ପାଇଲା ପଂଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ଚିଠା ତାଲିକା।

 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.