• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବର୍ଷ ୨୦୨୧ ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର । ଦି ରୟାଲ୍ ସ୍ୱିଡେଶ ଏକାଡେମୀ ଅଫ୍ ସାଇନ୍ସ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପଦାର୍ଥ ବିଜ୍ଞାନର ଜଟିଳ  ବ୍ୟବସ୍ଥାକୁ ସରଳଭାବେ ବୁଝିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୩ ଜଣ ବୈଜ୍ଞାନିକଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ, କ୍ଳାଉସ୍  ହାସେଲମାନ୍ନ ଓ ଜର୍ଜିଓ ପାରିସି ଏହି ପୁରସ୍କାର ପାଇବେ ।
  2. ପ୍ରଥମ ରାଜ୍ୟ ଭାବେ ଓଡ଼ିଶା କିନ୍ନରଙ୍କୁ ପ୍ରଦାନ କଲା ସମାନତା ଅଧିକାର । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ମଧ୍ୟ କିନ୍ନରଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରାଇଥିଲେ ରାଜ୍ୟ ସରକାର । ସରକାରଙ୍କ ଏଭଳି ପଦକ୍ଷେପକୁ କିନ୍ନର ସଂଘ ସ୍ୱାଗତ କରିଛି ।
  3. ଅନ୍ତରୀକ୍ଷ ହେଉ କି ଗଭୀର ଜଳ, ଅତି ସୂକ୍ଷ୍ମ ଜୀବର କରିପାରେ ସନ୍ଧାନ । ଏମିତି ଏକ ଗବେଷଣା କରି ରାଜ୍ୟର ନାଁ ରଖିଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମର୍ଜିତାପୁର ପଞ୍ଚାୟତର ଗୋବର୍ଦ୍ଧନ ସାହୁ । ସାମୁଦ୍ରିକ ଜୀବ ବିଜ୍ଞାନରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ମିଳିଛି ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ସର୍ବୋଚ୍ଚତମ ପୁରସ୍କାର ।
  4. ଡ. ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ଡାଇନାମିକ୍ସ ଅଫ ଇଣ୍ଡୋ ସାଉଥ ଆଫ୍ରିକାନ୍‌ କପୋରେସନ ଇନ୍‌ ଏ ଚେଞ୍ଜିଂ ୱାର୍ଲ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଏହି ପୁସ୍ତକ ଲିଖିତ ।
  5. ୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା
  6. ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ ।
  7. କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ ।
  8. ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .।
  9. ଲଖିମପୁର ମାମଲାରେ ଏଫଆଇଆର: ଗୃହ ରାଜ୍ୟମନ୍ତ୍ରୀ ଓ ତାଙ୍କ ପୁଅ ବିରୋଧରେ ଷଡଯନ୍ତ୍ର ରଚିଥିବା ଅଭିଯୋଗ ।
  10. ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ।
  11. ବିଏମସିର ଶୀତ ଦିନିଆ କରୋନା ଗାଇଡଲାଇନକୁ ବିରୋଧ । କ୍ୟାଟେରିଂ ଓ ଟେଣ୍ଟ ବ୍ୟବସାୟୀଙ୍କ ପ୍ରବଳ ପ୍ରତିବାଦ ।
  12. ଲକ୍ଷ୍ମୀପୁରରେ ଜବରଦସ୍ତ ପ୍ରବେଶ ନେଇ ପ୍ରିୟଙ୍କାଙ୍କ ବିରୋଧରେ କେସ ରୁଜୁ କଲା ପୋଲିସ । ସୀତାପୁରରେ ଗିରଫ ହେଲେ ପ୍ରିୟଙ୍କା, ଗେଷ୍ଟ ହାଉସ ହେଲା ଅସ୍ଥାୟୀ ଜେଲ ।
  13. କ୍ରୁଜ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲା : ଓଡିଶାରୁ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି, ପୂର୍ବରୁ ଧରାପଡିଥିଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ।
  14. ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି ।
  15. ସୁପ୍ରିମକୋର୍ଟଙ୍କ କଡା ଟିପ୍ପଣୀ, ବ୍ୟବସାୟ ପାଲଟି ଗଲାଣି ଡାକ୍ତରୀ ପାଠ୍ୟକ୍ରମ ।
  16. ଏଣିକି ପ୍ରିପେଡ୍‌ ଲାଇନ୍‌, ଆଗ ରିଚାର୍ଜ କଲେ ଘରେ ଜଳିବ ବଲ୍‌ ।
  17. ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା, ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା ।
  18. ୬ ଘଣ୍ଟାର ସେବା ବନ୍ଦ ହୋଇଯିବା ଫଳରେ ଫେସବୁକ ହରାଇଛି ୭ ବିଲିୟନ ଡଲାର । ଏକ ବଡ଼ ଧରଣ ବ୍ଲାକଆଉଟ ପୂର୍ବରୁ କେବେ ଘଟି ନଥିଲା ।
  19. ଉତ୍ତରପ୍ରଦେଶ ଲଖିମପୁର ଖେରି ସ୍ଥିତ ଟିକୁନିଆରେ ୪ ମୃତ କୃଷକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ୨ ପରିବାର ଶବଦାହ କରିବାପାଇଁ ମନା କରିଦେଇଛନ୍ତି। ସେମାନେ ଶବବ୍ୟବଚ୍ଛେଦ ରିପୋର୍ଟ ଦାବି କରିଛନ୍ତି।
  20. ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା । ଗତ ସୋମବାର ମୋଦୀ ସରକାର ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁକୁ କମ କରିବାକୁ ଯାଇ ଏଭଳି ଏକ ଯୋଜନାର ଆରମ୍ଭ କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.