• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟର ଆର୍ଥିକ ସଂସ୍କାରକୁ ରିଜର୍ଭ ବ୍ୟାଙ୍କ ପ୍ରଶଂସା କରି ଅନ୍ୟ ରାଜ୍ୟମାନେ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବଜେଟ୍ ପ୍ରସ୍ତୁତି ଓ ପରିଚାଳନା ଶିଖିବାକୁ ଓଡ଼ିଶା ଆସିଛନ୍ତି ତାମିଲନାଡୁ ଅଧିକାରୀ । ସ୍ୱଚ୍ଛତାର ସହିତ ଲୋକଙ୍କ ପାଇଁ ସମସ୍ତ ତଥ୍ୟ ପ୍ରଦାନ, ଓଡ଼ିଶା ସରକାରଙ୍କ ସଫଳତାର ମାପଦଣ୍ଡ ବୋଲି ସେମାନେ କହିବା ସହ ଓଡ଼ିଶାରୁ ବଜେଟ ମେକାନିଜମ୍‌ ଶିଖୁଛନ୍ତି ।
  2. ରାଜ୍ୟ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିବାବେଳେ ନଭେମ୍ବର ମାସ (ଅକ୍ଟୋବରର ଦରମା)ରେ ୨୮ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ତେବେ ଏହି ବର୍ଦ୍ଧିତ ୧୧ ପ୍ରତିଶତ ମହଙ୍ଗା ଭତ୍ତା ସେମାନଙ୍କ ପାଇଁ ପିଛିଲା ଭାବେ ୨୦୨୧ ଜୁଲାଇ ୧ରୁ ଲାଗୁ ହୋଇଛି ।
  3. ଟାଟା ସନ୍ସ ହାତକୁ ଗଲା ଏୟାର ଇଣ୍ଡିଆ ମାଲିକାନା। ବିଡିଂରେ ସର୍ବାଧିକ ଡାକି ମାଲିକାନା ହାସଲ କଲା ଟାଟା। ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଲା ଟାଟା।ଏୟାର ଇଣ୍ଡିଆ ପାଇଁ ସବୁଠୁ ଅଧିକ ବିଡ ଲଗାଇଥିଲା ଟାଟା। ୬୮ ବର୍ଷ ପରେ ପୁଣି ଏୟାର ଇଣ୍ଡିଆର ମାଲିକାନା ଫେରିପାଇଲା ଟାଟା ।
  4. ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର ।
  5. ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ । 
  6. ଆସନ୍ତା ଶିକ୍ଷା ବର୍ଷ ପ୍ରାରମ୍ଭରେ ୩୦୦ ଆଦର୍ଶ ବିଦ୍ୟାଳୟର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ ।
  7. ଆକାଶ ବାହିନୀ ଦିବସ ଅବସରରେ ଶୁକ୍ରବାର ଝାରସୁଗୁଡ଼ାରେ ରାଜ୍ୟର ୨ୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି ।
  8. ଆସନ୍ତା ଦଶହରା ଏବଂ କୁମାର ପୂର୍ଣ୍ଣିମା ପାଇଁ ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
  9. ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଆରମ୍ଭ ହେଲା ଟୟ ଟ୍ରେନ୍‌, ନୂଆ ରୋପେୱର ଶିଳାନ୍ୟାସ ।
  10. ସୁନାମୀ ନିରୋଧୀ ହେବ ଓଡ଼ିଶା । ଆଜି ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ରାଜ୍ୟର ୩୨୬ଟି ଉପକୂଳିଆ ଗାଁକୁ ସୁନାମୀ ନିରୋଧୀ କରାଯିବ ।
  11. ଓଡ଼ଶା ହାଇକୋର୍ଟରେ ଦୁଇ ଜଣ ନୂଆ ବିଚାରପତି ଭାବରେ ଆଜି ଶପଥ ନେଇଛନ୍ତି । ଜଷ୍ଟିସ୍ ଯଶୋଓ୍ୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ସେମାନଙ୍କୁ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଶପଥ ପାଠ କରାଇଥିଲେ ।
  12. ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଇଥିବାରୁ ଦୁଇ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋଭଙ୍କୁ ମିଳିତ ଭାବେ ମିଳିଛି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର।
  13. ଭାରତୀୟ ବାୟୁସେନାର ୮୯ ତମ ପ୍ରତିଷ୍ଠା ଦିବସ ।୮ ଅକ୍ଟେବାର ୧୯୩୨ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ବାୟୁସେନା ଦିବସ ଭାବେ ପାଳନ କରାଯାଇଛି ।
  14. ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଅବଦୁଲ ରଜାକ ଗୁର୍‌ନାହା ପାଇବେ ନୋବେଲ ପୁରସ୍କାର। ତାଞ୍ଜାନିଆ ଜନ୍ମିତ ଔପନ୍ୟାସିକ ଗୁର୍‌ନାହା ବ୍ରିଟେନରେ ରହୁଥିବା ନେଇ ମିଳିଛି ।
  15. କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଭେଙ୍କଟ (କେ.ଭି) ସୁବ୍ରମଣ୍ୟମ୍‌ ନିଜ ପଦ ତ୍ୟାଗ କରିଛନ୍ତି। ଶୁକ୍ରବାର ତାଙ୍କର ତିନି ବର୍ଷିୟା କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସେ ନିଜର ପୁରୁଣା ଅଧ୍ୟାପନା କ୍ଷେତ୍ରକୁ ଫେରିଯିବେ ବୋଲି ଘୋଷଣା କରିଛନ୍ତି।
  16. ଆଫଗାନିସ୍ତାନର ଉତ୍ତରାଞ୍ଚଳ କୁନ୍ଦୁଜ୍‌ ସହର ଅନ୍ତର୍ଗତ ଖାନ୍‌ ଆବାଦ୍‌ସ୍ଥିତ ଏକ ମସ୍‌ଜିଦରେ ଶୁକ୍ରବାର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟି ଶତାଧିକ ସିଆ ସମ୍ପ୍ରଦାୟ ଲୋକ ପ୍ରାଣ ହରାଇଛନ୍ତି। କାବୁଲସ୍ଥିତ ଜାତିସଂଘ ମିଶନ ପକ୍ଷରୁ ଏହି ସଂଖ୍ୟା ୧୦୦ରୁ ଅଧିକ ବୋଲି କୁହାଯାଇଛି।
  17. କାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ପରୀକ୍ଷା ଫଳ। ଏହି ପରୀକ୍ଷାରେ ରାଉରକେଲାର ଅଙ୍କୁଶ ଅଭିଳାଷ ରାଜ୍ୟରେ ଦ୍ୱୀତୀୟ ସ୍ଥାନ ହାସଲ କରି ରାଉରକେଲାର ଗୋ÷ରବ ବୃଦ୍ଧି କରିଛନ୍ତି।
  18. ଆମେରିକୀୟ କମ୍ପାନୀ ମର୍କର କୋଭିଡ ଔଷଧ ମୋଲନୁପିରାଭିରର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI)କୁ  ଅନୁମତି ମାଗିଛନ୍ତି 
  19. ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ। ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି ।
  20. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୩ ଓ ସ୍ଥାନୀୟ ସଂକ୍ରମିତ ୨୨୩ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ପିଲା ୬୮ ଜଣ ରହିଥିବା ଜଣାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.