• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

  2. ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।

  3. କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡି ୫ ଜଣ ନିଖୋଜ ହୋଇ ଯାଇଛନ୍ତି । ତେବେ ଜଣଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ ହୋଇଛି।

  4. ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜରିମାନା କରିଛି ଜିଲ୍ଲା ପ୍ରଶାସନ। ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା।

  5. କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।

  6. ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କୁ କାତାରର ଏକ କୋର୍ଟ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ଆସିଛ। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି।

  7. ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ  ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହେବ। ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

  8. ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ ଆଉ ଏକ ଜିରାଫ ମଧ୍ୟ ନନ୍ଦନକାନନକୁ ଆସିବ

  9. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)। ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ବନ୍ଦ ବ୍ୟାଙ୍କ ଆକାଉଣ୍ଟଗୁଡିକରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅର୍ଥ ଜମା ରହିଛି। ଏହି ଅର୍ଥର କୌଣସି ଦାବିଦାର ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।

  10. ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା  କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।

  11. ଜାନୁଆରି ୨୨ରେ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ଅଯୋଧ୍ୟା ସହରକୁ ନୂଆ ରୂପ ଦିଆଯାଉଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ।

  12. ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶ।

  13. ଅଭିନେତା ତଥା ଡିଏମଡିକେ ମୁଖ୍ୟ ବିଜୟକାନ୍ତ (୭୧)ଙ୍କର ଗୁରୁବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

  14. ଯଦିଓ ଇସଲାମିକ ଆଇନ ପୁରୁଷଙ୍କୁ ବହୁବିବାହର ଅଧିକାର ଦେଇଥାଏ, ତଥାପି ତାଙ୍କୁ ସମସ୍ତ ପତ୍ନୀଙ୍କୁ ସମାନ ବ୍ୟବହାର କରିବାକୁ ପଡିବ, ନଚେତ୍ ଏହା ନିଷ୍ଠୁରତା ହେବ ବୋଲି ମାଡ୍ରାସ ହାଇକୋର୍ଟ ନିକଟରେ ରାୟ ଦେଇଛନ୍ତି।

  15. ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ୨୩ ଆସନରେ ଲଢ଼ିବ ବୋଲି ସୂଚନା ଦେବା ସହ ଏ ବାବଦରେ ସହମତି ପାଇଁ ଇଣ୍ଡିଆ ମେଣ୍ଟକୁ ପ୍ରସ୍ତାବ ଦେଇଛି। ତେବେ ଉଦ୍ଧବଙ୍କ ୨୩ ଆସନ ପ୍ରସ୍ତାବକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି।

  16. ରାଜସ୍ଥାନ କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ମୁଖ୍ୟ (ଡିଜି )ନିଯୁକ୍ତ ହୋଇଛନ୍ତି।

  17. ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଏକ ବଡ଼ ହ୍ରାସ ପାଇଁ ପ୍ରସ୍ତୁତ ହେଉଛନ୍ତି ।

  18. ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି। ୩୭ ବର୍ଷୀୟ ଅମ୍ବାତି ରାୟୁଡୁ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଛନ୍ତି |

  19. ଅଯୋଧ୍ୟା ବିମାନବନ୍ଦରକୁ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ’ ନାମରେ ନାମିତ କରାଯାଇଛି। ଏହି ବିମାନବନ୍ଦରକୁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ।

  20. ୟୁଏଇର ଆବୁଧାବିରେ ଥିବା ବିଏପିଏସ ହିନ୍ଦୁ ମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ। ତାଙ୍କୁ ମନ୍ଦିର ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.