• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଂଗ୍ରେସ ନେତା ରାହୁଲ ଗାନ୍ଧି ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବେ। ଆସନ୍ତାବର୍ଷ ଜାନୁଆରି ୧୪ରୁ ଉକ୍ତ ଯାତ୍ରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ୬୭ ଦିନର ଏହି ଯାତ୍ରାରେ ରାହୁଲ ଦେଶର ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଅନ୍ତର୍ଗତ ୬୨୦୦ କିମି ଯାତ୍ରା କରିବେ।

  2. ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ସକାଳେ ହରିଆଣାର ଝଜ୍ଜର ଜିଲ୍ଲାରେ ଏକ ‘ଆଖଡ଼ା’ ଗସ୍ତ କରି ବଜରଙ୍ଗ ପୁନିଆଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି।

  3. କର୍ଣ୍ଣାଟକରେ କନ୍ନଡ଼ ଭାଷାର ବ୍ୟବହାର ନିଶ୍ଚିତ କରିବାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ ରକ୍ଷଣା ବେଦିକେ ସଂଗଠନ ପକ୍ଷରୁ ବିଭିନ୍ନ ଦୋକାନବଜାର, ବସ୍‌ଷ୍ଟାଣ୍ଡ, ବିମାନବନ୍ଦର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

  4. ଭାରତରେ କୋଭିଡ୍-୧୯ର ଜେଏନ୍.୧ ସବ୍-ଭାରିଆଣ୍ଟର ଆଉ ୪୦ଟି ମାମଲା ଚିହ୍ନଟ ହେବା ପରେଏହି ଭାରିଆଣ୍ଟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଗୁଜରାଟରୁ ୩୬, କର୍ଣ୍ଣାଟକରୁ ୩୪, ଗୋଆରୁ ୧୪, ମହାରାଷ୍ଟ୍ରରୁ ୯, ରାଜସ୍ଥାନ ଓ ତାମିଲନାଡୁରୁ ୪ ଜଣ ଲେଖାଏଁ ଏବଂ ତେଲେଙ୍ଗାନାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

  5. ଜାନୁଆରି ୨୨ରେ ରାମ ମନ୍ଦିର ଉଦ୍‌ଘାଟନ ହେବ। ଏହି କାର୍ଯ୍ୟକ୍ରମକୁ ଆଉ ଏକମାସରୁ କମ୍‌ ସମୟ ଥିବା ବେଳେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିର ପରିସରର ଲ୍ୟାଣ୍ଡସ୍କେପ୍ ମ୍ୟାପ୍ ଉପସ୍ଥାପନ କରି ୭୦ ଏକର ପରିସରର ସମୀକ୍ଷା ପ୍ରଦାନ କରିଛି।

  6. ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଭଜନ ଲାଲ ସରକାର ଜାନୁଆରୀ ପହିଲାରୁ ବିପିଏଲ କାର୍ଡଧାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।

  7. ପାଖାପାଖି ସାଢେ ୧୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ବାସଭବନରେ ରହୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବାସଭବନ ଛାଡି ଦେଇଛନ୍ତି | ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲିଙ୍କ୍ ରୋଡର ବି୮ ବଙ୍ଗଳାକୁ ଚାଲିଯାଇଛନ୍ତି ।

  8. କେନ୍ଦ୍ର ସରକାର ବୁଧବାର ମୁସଲିମ୍ ଲିଗ୍ ଜମ୍ମୁ-କଶ୍ମୀର-ମସାରତ ଆଲାମ୍ ଗୋଷ୍ଠୀ (ଏମ୍ଏଲଜେକେ-ଏମ୍ଏ)କୁ ନିଷିଦ୍ଧ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

  9. କେନ୍ଦ୍ର ସରକାର ନଡ଼ିଆ ପାଇଁ ଏମଏସପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ନଦୀ ଉପରେ ୬ ଲେନ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

  10. ଗ୍ରାହକମାନଙ୍କୁ ଏଫ୍‌ଡିରେ ଅଧିକ ସୁଧ ଦେବା ଲାଗି ଦେଶର ପାଞ୍ଚଟି ବ୍ୟାଙ୍କ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ ଓ ଫେଡେରାଲ୍‌ ବ୍ୟାଙ୍କ ଏଫ୍‌ଡି ଉପରେ ଅଧିକ ସୁଧ ଦେବେ। ଷ୍ଟେଟ୍‌ ବ୍ୟାଙ୍କ ଏହାର ଏଫ୍‌ଡିଗୁଡ଼ିକର ସୁଧରେ ୦.୫୦ ପ୍ରତିଶତ ପର୍ଯ୍ୟନ୍ତର ବୃଦ୍ଧି ଘୋଷଣା କରିଛି।

  11. ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି

  12. ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।

  13. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  14. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ।

  15. ‘ଓସ୍କାର୍‌’ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ପାରାସାଇଟ୍‌’ରେ ଅଭିନୟ କରିଥିବା ଖ୍ୟାତିସମ୍ପନ୍ନ ଦକ୍ଷିଣ କୋରିଆ ଅଭିନେତା ଲି ସୁନ୍‌-କ୍ୟୁନ୍‌ଙ୍କର ମୃତ୍ୟୁ ହୋଇଯାଇଥିବା କଥା ଆଜି ଦକ୍ଷିଣ କୋରିଆର ‘ଇମର୍ଜେନ୍‌ସି ଅଫିସ୍‌’ ଘୋଷଣା କରିଛି।

  16. ଗତ ୨୪ ଘଣ୍ଟା ମଧ୍ୟରେ ଅତି କମ୍‌ରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସ ଏହି ଯୁଦ୍ଧକୁ ତାଙ୍କ ଲୋକଙ୍କ ବିରୋଧରେ ଏକ ଗମ୍ଭୀର ଅପରାଧ ବୋଲି କହିଛନ୍ତି।

  17. ସେଞ୍ଚୁରିଅନ ଟେଷ୍ଟର ୨ୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୫ ଓ୍ବିକେଟ ହରାଇ ୨୫୬ ରନ କରିଛି । ଏହା ସହିତ ଦକ୍ଷିଣ ଆଫ୍ରିକା ଭାରତଠାରୁ ୧୧ ରନରେ ଆଗୁଆ ହୋଇଯାଇଛି ।

  18. ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ଭିନେଶ ଫୋଗଟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଚିଠି ଲେଖି ସରକାରଙ୍କୁ ତାଙ୍କ ଖେଳରନତ୍ ଓ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବଧିର ଅଲିମ୍ପିକ୍ସ ଚାମ୍ପିୟନ ବୀରେନ୍ଦର ସିଂ ଯାଦବ ସେମାନଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିବା ପରେ ଏବେ ଭିନେଶ ନିଷ୍ପତ୍ତି ନେଇଛନ୍ତି।

  19. ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ। ଜଷ୍ଟିସ ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ବିଭିନ୍ନ ଧାର୍ମିକ ବିଶ୍ୱାସ ରହିଛି। କେତେକ ଧାର୍ମିକ କର୍ତ୍ତବ୍ୟ ପାଳନ ନ କରିବା ସ୍ବାମୀଙ୍କ ପ୍ରତି ନିଷ୍ଠୁରତା ନୁହେଁ।

  20. ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା ଏକ ଅପରାଧ। ଏହା ମଧ୍ୟ ଏକ ଦାମ୍ପତ୍ୟ କ୍ରୁରତା ବୋଲି କର୍ନାଟକ ହାଇକୋର୍ଟ କହିଛନ୍ତି। ଏହା ସହିତ ସ୍ତ୍ରୀଙ୍କ ଚରିତ୍ର ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିବା ସ୍ବାମୀଙ୍କ ଉପରେ କୋର୍ଟ ୧୦ ହଜାର ଡଲାର ଜରିମାନା ଲାଗୁ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.