• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ଚାଳକବିହୀନ କାର୍‌ ଚଳାଚଳକୁ ଅନୁମତି ମିଳିବନି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଏହା କହିଛନ୍ତି। ଏହା ପଛର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ଚାଳକବିହୀନ କାର୍‌ ଚାଲିଲେ ବହୁ ଚାଳକ ବେରୋଜଗାର ହୋଇପଡ଼ିବେ।

  2. ନାଗରିକଙ୍କ ସୁରକ୍ଷା ଓ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଡାକ କର୍ମଚାରୀମାନେ ଯେକୌଣସି ଜିନିଷକୁ ଖୋଲିପାରିବେ। ଡାକଘର ନିୟମ ୧୮୯୮ ସ୍ଥାନରେ ଏହି ନୂଆ ବିଧେୟକ ଲାଗୁ ହେବ।

  3. ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମ ଅସୁସ୍ଥ ହୋଇଛି। ତାକୁ କରାଚୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

  4. ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସଂସଦରେ ନୂଆ ଦୂରସଂଚାର ବି‌େଧୟକ ୨୦୨୩କୁ ଆଗତ କରିଛନ୍ତି। ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ନିୟମ ସ୍ଥାନରେ ଏହା ଲାଗୁ ହେବ। ଏହି ବିଧେୟକର ସବୁଠୁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାଟି ହେଉଛଇ ଜରୁରୀକାଳୀନ ସମୟରେ ସରକାର ମୋବାଇଲ୍‌ ସେବାକୁ ନିଜ ନିୟନ୍ତ୍ରଣକୁ ନେଇ ତାହାର ପରିଚାଳନା କରିପାରିବେ ଏବଂ ଦରକାର ପଡ଼ିଲେ ସେବା ବାତିଲ କରିଦେଇପାରିବେ।

  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ସୋମବାର ଉମରାହା ଅଞ୍ଚଳରେ ଅବସ୍ଥିତ ଏକ ଭବ୍ୟ ସାତ ମହଲାବିଶିଷ୍ଟ ସ୍ୱରବେଦ ମହାମନ୍ଦିରକୁ ଉଦ୍‌ଘାଟନ କରିଛନ୍ତି।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ବା ଲୋକାର୍ପଣ କରିଛନ୍ତି।

  7. ଭାରତ ସୋମବାର ଉତ୍ତର ମେରୁ ଅଞ୍ଚଳ (ଆର୍କଟିକ୍‌)କୁ ଏହାର ପ୍ରଥମ ଶୀତକାଳୀନ ଅଭିଯାନ ଆରମ୍ଭ କରିଛି। ଆଜି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି।

  8. ସଂସଦର ଚଳିତ ଶୀତ ଅଧିବେଶନରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

  9. ନିକଟରେ ଭାରତର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ସହ ଦେଶରେ କୋଭିଡ୍-୧୯ର ନୂତନ ଜେଏନ୍.୧ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ।

  10. ଦୀର୍ଘ ସାଢ଼େ ୩ ମାସ ପରେ ମଙ୍ଗଳବାର (ଡିସେମ୍ବର ୧୯) ସନ୍ଧ୍ୟାରେ ଦିଲ୍ଲୀରେ ଇଣ୍ଡିଆ ଆଲାଏନ୍ସର ଚତୁର୍ଥ ବୈଠକ ହେବାକୁ ଯାଉଛି। ବୈଠକରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଓ ସାଧାରଣ ଘୋଷଣା ଉପରେ ଆଲୋଚନା ହୋଇଛି।

  11. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସମନ୍‌ କରିଛି। ତାଙ୍କୁ ଆସନ୍ତା ୨୧ ତାରିଖ (ଗୁରୁବାର) ହାଜର ହେବାକୁ କୁହାଯାଇଛି।

  12. ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଓଡ଼ିଶା ଅର୍ଥନୀତିର ଅବଦାନ ବୃଦ୍ଧି ପାଇଛି। ସଦ୍ୟତମ ତଥ୍ୟ ଅନୁସାରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୯ ପ୍ରତିଶତ ହୋଇଛି। ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୨-୨୩ରେ ଏହି ହାର ୨.୮ ପ୍ରତିଶତ ଥିଲା।

  13. ଜୟଦେବ ବିହାରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛଅ ଏକରରୁ ଅଧିକ ଜମିରେ ଏକ ପ୍ଲାଟିନମ୍ ମାନ୍ୟତାପ୍ରାପ୍ତ ସବୁଜ କୋଠା ନିର୍ମାଣ କରାଯିବ।

  14. ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ଅପରାହ୍ନରେ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଜଉମୁଦ ଲଫାପାରେ ଉତ୍ତରପ୍ରଦେଶର ବାରାଣସୀ ଜିଲା ଜଜ୍‌ କୋର୍ଟରେ ଦାଖଲ କରିଛି।

  15. କରୋନା ମାମଲା କେରଳରେ ପୁଣି ଥରେ ବୃଦ୍ଧି ପାଇଛି। ସୋମବାର ସୁଦ୍ଧା ଗୋଟିଏ ଦିନରେ ୧୧୧ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

  16. ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ଉତ୍ସବ ସହିତ ଭଗବାନ ରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ। ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ”ଉଭୟ ପରିବାରର ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା କିନ୍ତୁ ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ସେମାନଙ୍କୁ ନ ଆସିବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ଦୁହେଁ ଗ୍ରହଣ କରିଛନ୍ତି।”

  17. ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି।

  18. ଏନସିପି ସଭାପତି ଶରଦ ପାୱାରଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ପୁତୁରା ଅଜିତ ପାୱାରଙ୍କ ନାଁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଁ ଏଯାଏ ବୁଢ଼ା ହୋଇନାହିଁ, ଏବେ ବି ବଡ଼ବଡ଼ିଆଙ୍କୁ ବି ସାବାଡ୍‌ କରିପାରେ।

  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାର ଅମଳରେ ଭାରତ ୩ୟ ବୃହତ୍‌ ଅର୍ଥନୀତି ପାଲଟିବ ବୋଲି ରବିବାର ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

  20. ଭାରତର ପ୍ରମୁଖ କଂକ୍ରିଟ ଉପାଦାନ (ଇକ୍ୟୁପ୍‌ମେଣ୍ଟସ) ନିର୍ମାଣକାରୀ ଆଜାକ ଇଞ୍ଜିନିୟରିଂର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘୩ଡି କଂକ୍ରିଟ ପ୍ରିଣ୍ଟିଂ ମେଶିନ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.