• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାରେ ୨୦୨୩ ଜାନୁଆରି ପହିଲା ସୁଦ୍ଧା ନିର୍ମାଣାଧୀନ ୭୯ଟି ପ୍ରକଳ୍ପ ମଧ୍ୟରୁ ୪୭ଟି ବିଳମ୍ବରେ ଚାଲିଛି। ଏଥିରେ ସର୍ବାଧିକ ୧୬ଟି ସଡ଼କ ପରିବହନ ଓ ରାଜପଥ ପ୍ରକଳ୍ପ ସହ ରେଳପଥର ୧୧, ପେଟ୍ରୋ‌ଲିୟମ ଶିଳ୍ପର ୧୦, ଖଣି ୫ ଓ କୋଇଲା କ୍ଷେତ୍ରର ୫ ପ୍ରକଳ୍ପ ରହିଛି।

  2. 2.ଆସନ୍ତା ୨୦୩୦ ସୁଦ୍ଧା ବର୍ତ୍ତମାନ ଚାଲୁଥିବା ଗାଡ଼ିକୁ ବଦଳାଯାଇ ଇଭି ଗାଡ଼ି ଚଳାଇବା ନେଇ ଉତ୍ତର ପ୍ରଦେଶ (ୟୁପି) ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସବୁ ବିଭାଗରେ କେବଳ ବିଦ୍ୟୁତ ଯାନ (ଇଭି) ଚାଲିବ।

  3. 3.କ୍ୟାପ୍ସିକମ୍‌ର ମୂଲ୍ୟ କିଲୋ ପିଛା ୧ ଟଙ୍କାକୁ ଖସିବାରୁ ପଞ୍ଜାବ ମାନସା ଜିଲ୍ଲାର ଚାଷୀ ବୁଧବାର ବସ୍ତା ବସ୍ତା କ୍ୟାପ୍ସିକମ୍ ରାସ୍ତାରେ ଢାଳିଛନ୍ତି। ୫ ଏକର ଜମିରେ କ୍ୟାପ୍ସିକମ୍ ଚାଷ କରିଥିବା ଭୈନିବାଘା ଗ୍ରାମର ଜଣେ ଚାଷୀ ଗୋରା ସିଂହ କହିଛନ୍ତି।

  4. 4.ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କୀ ହମଲାରେ ସହିଦ ହୋଇଥିବା ୫ ରାଷ୍ଟ୍ରୀୟ ରାଇଫଲ୍ସ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସହିଦ ଓଡ଼ିଆ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ। ତାଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିରେ।

  5. 5.ମଣିପୁରର ଭାଜପା ବିଧାୟକ ପାଓନାମ ବ୍ରୋଜେନ ଗୁରୁବାର ମଣିପୁର ବିକାଶ ସୋସାଇଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଇସ୍ତଫା ଦେଇଛନ୍ତି। 

  6. 6.ରାଜ୍ୟର ସମସ୍ତ ସରକାରୀ-ବେସରକାରୀ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର

  7. 7.ଚଳିତବର୍ଷ ଆମେରିକାର ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବେ ପରିଗଣିତ ହୋଇଛି। ଗ୍ଲୋବାଲ ୱେଲଥ ଟ୍ରାକର ହେନ୍‌ଲି ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩,୪୫,୬୦୦ ଅରବପତି ବାସ କରୁଛନ୍ତି। ତେଣୁ ଏହି ସହର ବିଶ୍ୱର ସବୁଠୁ ଧନୀ ସହରର ପରିଚୟ ଲାଭ କରିଛି।

  8. 8.ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମଇ ୯ ତାରିଖରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ବିଶ୍ବ ବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବଙ୍କ ଚିଠି ।

  9. 9.ଭୁବନେଶ୍ବର ହାଇଟେକ୍‌ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍‌ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ ।

  10. 10.କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’ । ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  11. 11.ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟାଙ୍କ ସମ୍ପର୍କରେ ଯଦି କୌଣସି ମିଥ୍ୟା ସମ୍ବାଦ ଥାଏ ତାହାକୁ ‘ପ୍ଲାଟ୍‌ଫର୍ମ’ରୁ ହଟାଇ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ‘ୟୁଟ୍ୟୁବ୍‌’କୁ ନିର୍ଦେଶ ଦେଇଛନ୍ତି।

  12. 12.ଜମ୍ମୁ-କଶ୍ମୀର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ୪ଜଣ ଯବାନ ଶହୀଦ ହୋଇଛନ୍ତି।

  13. 13..ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନୀ ଗୁରୁବାର ଏନସିପି ନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଦ କୋଠରୀରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିଥିଲା।

  14. 14.ଓଡ଼ିଶାରେ ଟିକାକରଣର କ୍ଷେତ୍ର ହାର ଦେଶରେ ସର୍ବୋଚ୍ଚ ଅଟେ  -ୟୁନିସେଫ ରିପୋର୍ଟ

  15. 15.ଅମୃତସର ବିମାନବନ୍ଦରରୁ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ନିଜ ହେପାଜତକୁ ନେଲା ପଞ୍ଜାବ ପୁଲିସ।  ସେ ଲଣ୍ଡନ ଯିବା ପାଇଁ ଯୋଜନା କରିଥିଲେ ।  

  16. 16.ମାନହାନୀ ମାମଲାରେ ରାହୁଲଗାନ୍ଧୀଙ୍କୁ ଶକ୍ତ ଝଟକା।  ରାହୁଲଙ୍କ ଆବେଦନକୁ ଖାରଜ କଲେ ସୁରତ ସେସନ୍ସ କୋର୍ଟ।

  17. 17.ନୟାଗଡ଼ ଜିଲ୍ଲାପାଳ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଖଣି ଲିଜ୍‌ଧାରୀ ଏନେଇ ଅଭିଯୋଗ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ପୁଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

  18. 18.ଖୁବ୍‌ କମ୍‌ ବସରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଫେମସ୍‌ ପପ୍‌ ଷ୍ଟାର ମୁନବିନ୍‌ ଆଉ ନାହାନ୍ତି। ମାତ୍ର ୨୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି।

  19. 19.କର୍ଣ୍ଣାକଟା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କ ନାଁ ନାହିଁ। ନିକଟରେ ସଚିନ ପାଇଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

  20. 20.ଏଣିକି ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷା କରିବାକୁ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ୟୁଜିସି ଚିଠି ଲେଖିଛି। ଆଞ୍ଚଳିକ ଭାଷାରେ ପାଠ ପଢ଼ିବା, ପଢ଼ାଇବା ଓ ପରୀକ୍ଷାରେ ଉତ୍ତର ଲେଖିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.