- 1. ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ଏହି ସ୍ୱତନ୍ତ୍ର ତଥା ଆଦର୍ଶ ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି । ଏଥିପାଇଁ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଏହି ଆଦର୍ଶ ମହିଳା ଭେଣ୍ଡିଂଜୋନକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- 2. ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’। ଆସନ୍ତା ଅକ୍ଷୟ ତୃତୀୟା ଅର୍ଥାତ ୨୩ ତାରିଖରେ ଏହାର ଶୁଭାରମ୍ଭ ହେବ। ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
- 3. ଖୋର୍ଦ୍ଧା ନିକଟ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ।
- 4. ଚୀନ୍ଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍ ନେସନ୍ସ୍ ପପୁଲେସନ୍ ଫଣ୍ଡ୍’ର (ୟୁଏନ୍ଏଫ୍ପିଏ) ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି।ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବଢିଯାଇଛି । ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ୧୪୨.୮୬ କୋଟି ଲୋକ ରହିଛନ୍ତି । ସେହିଭଳି ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି ।
- 5. ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମୋଟ ପ୍ରଜନନ ଦର ୨.୦ ରହିଛି । ଏଠାରେ ଗୋଟିଏ ପୁରୁଷର ହାରହାରି ଜୀବନ କାଳ ୭୧ ବର୍ଷ । ସେହିଭଳି ମହିଳାଙ୍କ ଜୀବନକାଳ ୭୪ ବର୍ଷ । ଏହି ରିପୋର୍ଟ ୧୯୭୮ରେ ପ୍ରକାଶିତ ହୋଇଆସୁଛି । ୟୁଏନଏଫପିଏ ଇଣ୍ଡିଆର ପ୍ରତିନିଧି କହିଛନ୍ତି ଯେ, ସାରା ବିଶ୍ୱର ଜନସଂଖ୍ୟା ବର୍ତ୍ତମାନ ୮ ଅରବ ହୋଇଯାଇଛି ।
- 6. ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଚରଣଜିତ୍ ସଂ ଅଟଓ୍ବାଲା ବୁଧବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
- 7. ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ।
- 8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ କେନ୍ଦ୍ର ସରକାର ୨୦୨୩-୨୪ରୁ ରୁ ୨୦୩୦-୩୧ ମଧ୍ୟରେ ମୋଟ ୬୦୦୩.୬୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। କ୍ୱାଣ୍ଟମ୍ ଟେକ୍ନୋଲୋଜି ସାଧାରଣ କମ୍ପ୍ୟୁଟର ଅପେକ୍ଷା ଅନେକ ଗୁଣରେ ତା’ ପୁଣି କମ୍ ସମୟରେ ଅନେକ ତଥ୍ୟକୁ ପ୍ରୋସେସ କରିପାରିବ।
- 9. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି, ମୁଁ କୌଣସି ଧୋକା ଦେଇନାହିଁ।
- 10. ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨ ସହର ରହିଛି। ତେବେ ତାଲିକାରେ ଭାରତର କୌଣସି ସହର ସ୍ଥାନ ପାଇ ନାହିଁ।
- 11. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ଫେରାଇ ନେଇଛନ୍ତି।
- 12 ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ୨୦୧୪ରେ ୟୁଏପିଏରେ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବା ଓ ଅନ୍ୟମାନଙ୍କୁ ଜେଲରୁ ଖଲାସ କରିବାକୁ ଗତ ଅକ୍ଟୋବର ୧୪ ତାରିଖରେ ବମ୍ବେ ହାଇକୋର୍ଟ ଆଦେଶ ଦେଇଥିବା ବେଳେ ସୁପ୍ରିମ୍କୋର୍ଟ ଏହି ଆଦେଶକୁ ରଦ୍ଦ କରିଦେଇଛନ୍ତି।
- 13. ମାର୍କ ଜୁକରବର୍ଗଙ୍କ କଂପାନି ମେଟା ୧୦ ହଜାର କର୍ମଚାରୀଙ୍କୁ ଛଟେଇ ଆରମ୍ଭ କରିଛି। ମେଟା ଅଧୀନରେ ଥିବା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟସ୍ଆପ୍ର କର୍ମଚାରୀ ଏହା ଦ୍ବାରା ପ୍ରଭାବିତ ହେବେ। ଗତବର୍ଷ ନଭେମ୍ବରରେ କଂପାନି ୧୧ ହଜାର କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା।
- 14. ବୈଦେଶିକ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ସିବିଆଇ ପକ୍ଷରୁ ଅକ୍ସଫାମ୍ ଇଣ୍ଡିଆ ଓ ଏହାର କର୍ମକର୍ତ୍ତାଙ୍କ ଠିକଣାରେ ଆଜି ଚଢ଼ଉ କରାଯାଇଛି। ଗତବର୍ଷ ଜାନୁଆରିରେ ଅକ୍ସଫାମ୍ ଇଣ୍ଡିଆର ଏଫ୍ଆର୍ସିଏ ଲାଇସେନ୍ସକୁ ସରକାର ରଦ୍ଦ କରିଥିଲେ।
- 15. ଗୁରୁଗ୍ରାମର ଜିଲ୍ଲା ଓ ଦୌରା ଜଜ୍ ଜଣେ ଲୋକକୁ ନିଜ ମାଆକୁ ବଳାତ୍କାର କରିବା ଓ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କରାଦଣ୍ଡାଦେଶ ଦେଇଛନ୍ତି। କୋର୍ଟ କହିଲେ ଯେ, ପୁଅ ହିସାବରେ ନିଜ ମାଆକୁ ସୁରକ୍ଷା ଦେବା କଥା।
- 16. ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଘର ଜାଳି ଦେଇଛି ଅଭିଯୁକ୍ତ। ଫଳରେ ଉକ୍ତ ଘଟଣାରେ ପୀଡ଼ିତାଙ୍କ ପୁଅ ଏବଂ ତାଙ୍କ ଭଉଣୀଙ୍କ ଦେହରେ ନିଆଁ ଲାଗିଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ଅଛି।
- 17 ମେ ୨୧ରେ ହେବ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ୍ ୨୦୨୨ ପ୍ରିଲିମିନାରୀ ପରୀକ୍ଷା, ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ମିଳିବ ଅଧିକ ୩୦ ମିନିଟ ସମୟ.
- 18. ମେ’ ୫ରୁ ବିଦ୍ୟାଳୟରେ ଖରାଛୁଟି, ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା
- 19. ଆଇପିଏଲ୍ରେ ବୁଧବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୭ ୱିକେଟରେ ୧୫୪ ରନ୍ କରିଥିଲା।
- 20. ବିହାର ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ତଥା ଅଫ୍ସ୍ପିନର ଭି. ଭେଙ୍କଟରାମ ଓଡ଼ିଶା କ୍ରିକେଟ୍ ଏକାଡେମୀର ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ଥିବା ଭେଙ୍କଟରାମ ବିସିସିଆଇ ସ୍ବୀକୃତ ଜଣେ ଲେଭଲ୍-୩ କ୍ରିକେଟ୍ ପ୍ରଶିକ୍ଷକ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.