-
ରାଜସ୍ଥାନ କୋଟାର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା ହୋଇଛନ୍ତି। ଏଥିସହିତ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ଏବଂ ଥୌନାଓଜାମ୍ ଷ୍ଟ୍ରେଲା ଲୁୱାଙ୍ଗ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।
-
ସୁଦାନ ସେନା ସହିତ ଏକ ସମାନ୍ତରାଳ ବିଦ୍ରୋହୀ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସର ସଂଘର୍ଷ ଫଳରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୧୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଖାର୍ତୁମ ନିକଟରେ ଘଟିଥିବା ଏହି ସଂଘର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
-
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍ରିଓ୍ବାଲ କହିଛନ୍ତି। ତେବେ ପରବର୍ତ୍ତୀ ଜେରା ପାଇଁ ତାଙ୍କୁ ସମନ ହୋଇନାହିଁ।
-
ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର୍) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।
-
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ।
-
ପାୱାର କହିଛନ୍ତି, ଦଳ ଛାଡିବାକୁ କେହି ଚାହୁଁ ନାହାଁନ୍ତି କିନ୍ତୁ ସେମାନଙ୍କ ପରିବାରକୁ ଟାର୍ଗେଟ କରାଯାଉଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଭଜପା ସହିତ ଯାଉଥିବା ରାଜନେତାମାନଙ୍କର ରାଜନୈତିକ ମୃତ୍ୟୁ ଘଟିବ ବୋଲି ଉଭୟ ଉଦ୍ଧବ ଏବଂ ପାଓ୍ବାର କହିଛନ୍ତି।
-
ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ ରହିଛି। ସୂଚନାନୁୟାୟୀ, ଭାଜପା ହାଇକମାଣ୍ଡ ନିଜ ଦଳୀୟ ନେତାଙ୍କ ବୟାନରେ ଅସନ୍ତୁଷ୍ଟ ଅଛନ୍ତି।
-
ପୂର୍ବତନ ଏମ୍ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି।
-
କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
-
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ବ୍ୟବହାର କରି ଚାଟ୍ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥାର ଓପନଏଆଇର ସିଇଓ କହିଛନ୍ତି ଯେ ଜିପିଟି-୫ ଉପରେ ବର୍ତ୍ତମାନ କିଛି କାମ ହେଉନାହିଁ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ କାମ କରିବାର ଯୋଜନା ବି ନାହିଁ।
-
ଦୁବାଇର ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ୪ ଭାରତୀୟଙ୍କ ମଧ୍ୟରେ କେରଳର ଗୋଟିଏ ଦମ୍ପତି ଏବଂ ତାମିଲନାଡ଼ୁର ଦୁଇଜଣ ବ୍ୟକ୍ତି ରହିଛନ୍ତି।
-
ମହରାଷ୍ଟ୍ରରେ ଖୋଲା ଆକାଶ ତଳେ ରବିବାର ଭୂଷଣ ବଣ୍ଟନ ସମାରୋହ ଚାଲିଥିବାବେଳେ ଖରା ସହିନପାରି ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ପ୍ରାୟ ୫୦ ଜଣଙ୍କୁ ଖରଘରସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି
-
ଓପେକ୍ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ହ୍ରାସ କରି ଯଦି ତେଲ ଦାମ୍ ବଢ଼ାଇବାକୁ ଉଦ୍ୟମ କରିବେ ତେବେ ରିହାତିରେ ମିଳୁଥିବା ରୁଷ୍ ତେଲକୁ ଅଧିକ ମାତ୍ରାରେ କିଣିବା ଉପରେ ଭାରତ ବିଚାର କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
-
ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରର କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍ କରୁଥିବା ବେଳେ ହଠାତ୍ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
-
କୋଲକାତା ନାଇଟ ରାଡର୍ସର ବ୍ୟାଟର ଭେଙ୍କଟେଶ ଆୟର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଦଳକୁ ଜିତାଇବାକୁ ସକ୍ଷମ ହୋଇନି। ଆୟରଙ୍କ ୧୦୪ ରନର ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୬ ୱିକେଟ ହରାଇ ୧୮୫ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଈଶନ କିଶନଙ୍କ ୨୫ ବଲରେ ବିସ୍ଫୋରକ ୫୮ ରନ ବଳରେ ମ୍ୟାଚ୍କୁ ୫ ୱିକେଟରେ ଜିତି ନେଇଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳୁଛି । ଗତ ଫେବୃଆରୀ ମାସରେ ଓଡ଼ିଶାକୁ ସ୍ପୋର୍ଟ୍ସ ଷ୍ଟାର ଆସେସ ଆୱାର୍ଡ ମିଳିଥିଲା । କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଥିଲା । ମୁମ୍ବାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ
-
ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦ କୋଟିର ଅର୍ଡର ଚୀନର କମ୍ପାନୀକୁ ଦେଇଥିବା କୁହାଯାଉଛି । ଏହି କମ୍ପାନୀର ନାମ ଜେଡଟିଇ ବୋଲି କୁହାଯାଉଛି ।
-
ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳ ପ୍ରଦୂଷିତ ଥିବା ନେଇ ରିପୋର୍ଟରେ କୁହାଯାଇଥିଲା । ଏହି ଦୂଷିତ ପାଣି ପିଇବା ଫଳରେ ପେଟ ରୋଗ, କିଡନୀ ଓ ଚର୍ମରୋଗ ବ୍ୟାପିଥିଲା । ଜଳରେ ନାଇଟ୍ରେଟ, ଫ୍ଲୋରାଇଡ, ଆଇରନ, ଟୋଟାଲ କଲିଫର୍ମ, ଫେସାଲ କମିଫର୍ମ, କ୍ଲୋରାଇଡ ଆଦି କେତେ ମାତ୍ରାରେ ରହିଥିଲା ତାହା ସ୍ପଷ୍ଟ ହୋଇଥିଲା ।
-
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିକଟରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଦୟା ୱେଷ୍ଟ କେନାଲ, ତାଳଦଣ୍ଡା, ପୁରୀ କେନାଲର ଜଳ ପ୍ରଦୂଷିତ । ଏଗୁଡ଼ିକ ପିଇବା କଥା ଛାଡ଼ ଗାଧୋଇବା ଯୋଗ୍ୟ ମଧ୍ୟ ନୁହେଁ । ଗତ ବର୍ଷ ମେ ମାସରୁ ଦୟା ୱେଷ୍ଟ କେନାଲର ୮ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଆସୁଛି । ଏହି ତିନୋଟି କେନାଲ ଜଳ ଉପରେ ଭୁବନେଶ୍ୱର, କଟକ ଓ ପୁରୀ ବାସୀ ନିର୍ଭର କରିଥାନ୍ତି ।
-
ପିଲାମାନଙ୍କୁ ଇୟରଫୋନ୍ ପିନ୍ଧାଇବା ତାଙ୍କ ଶରୀର ଉପରେ ବହୁତ କ୍ଷତି ପକେଇଥାଏ । ଦୀର୍ଘ ସମୟ ଧରି ଲଗାତାର ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା ପିଲାଙ୍କ କାନ ଉପରେ ଖରାପ ପ୍ରଭାବ ପକାଇବ ଏବଂ ପିଲାଙ୍କ କାନରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇପାରେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.