• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ବା ସିଏପିଏଫ କନଷ୍ଟେବଳ ପରୀକ୍ଷାରେ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ । ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ହେବ ।

  2. ଚଳିତ ବର୍ଷ ଉଚ୍ଚଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ ଦର୍ଶାଇଛି।

  3. ମହାକାଶ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ସମ୍ଭାବନା। ଓଡ଼ିଆ ବୈଜ୍ଞାନିକ, ଇଞ୍ଜିନିୟର, ବୃତ୍ତିଧାରୀ, ଗବେଷକଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ କୃତ୍ରିମ ଉପଗ୍ରହ ପ୍ରସ୍ତୁତ ହେବ ଏବଂ ଚଳିତ ବର୍ଷ ଡିସେମ୍ବରରେ ଏହି କୃତ୍ରିମ ଉପଗ୍ରହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହଯୋଗରେ ଅନ୍ତରୀକ୍ଷ ପଠାଯିବ। 

  4. ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି। ଦିନ ତମାମ ମୁଣ୍ଡ ଫଟା ଖରା ହେଉଥିବା ବେଳେ ସନ୍ଧ୍ୟାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

  5. କାମାକ୍ଷାନଗର-ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ଘର ସାମଗ୍ରି ପୋଡି ପାଉଁଶ। ଅଗ୍ନିକାଣ୍ଡ କାରଣ ଅଷ୍ପଟ। କାମାକ୍ଷାନଗର ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। 

  6. ୨୦୧୮-୧୯ରୁ ୨୦୨୨-୨୩ (ଫେବୃଆରୀ) ପର୍ଯ୍ୟନ୍ତ ରାଜ୍ୟରେ ୩,୫୩୧୫ ଜଣ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଏହି ୫ ବର୍ଷ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିବା ପୁରୁଷଙ୍କ ସଂଖ୍ୟା ମାତ୍ର ୫୩୯୦। ପରିବାର ନିୟୋଜନ ପାଇଁ ବିଭିନ୍ନ ପ୍ରକାର ପଦ୍ଧତ୍ତି ଅବଲମ୍ବନ କରାଯାଉଛି।

  7. ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୁଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି । ଯାହାକି ଗ୍ରୀନ୍ ଜୋନରେ ଦର୍ଶାଉଛି । ୨୦୨୦ରେ ଓଡ଼ିଶା ନ୍ୟାୟ ପ୍ରଦାନରେ ୧୧ତମ ସ୍ଥାନରେ ଥିଲା ।

  8. କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  9. ଜନତା ଦଳ (ସେକୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି, ସେ ୨୦୨୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ ଛିଡା ହେବେ।

  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫଙ୍କ ପାଇଁ ହିନ୍ଦୀ ଓ ଇଂରାଜି ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ଆୟୋଜନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି।

  11. ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା।

  12. ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ।

  13. ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି।

  14. ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି।

  15. ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍‌ ପଛୁଆ ରହିଛି।

  16. ଭାରତ ସରକାଙ୍କର ଅଧିନରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଦ୍ୱାରା ଭାରତୀୟ ସୁପରସୋନିକ୍‌ ଜେଟ୍‌ ଟ୍ରେନର ଏଚ୍‌ଏଲ୍‌ଏଫ୍‌ଟି-୪୨ ନିର୍ମାଣ କରାଯାଉଛି । ଏହାର କଳାତ୍ମକ ପ୍ରକରଣକୁ ବେଙ୍ଗୁଲର ଏରୋ ଇଣ୍ଡିଆ ସୋରେ ପ୍ରଦର୍ଶୀତ କରାଯାଇଥିଲା । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ୍‌ ଲାଇଟ୍‌ କମ୍ବାକ୍ଟ ଏୟାର କ୍ରାଫ୍ଟ ତେଜସ୍‌ ତିଆରି କରିଛି ।

  17. ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ବିସ୍ଫୋରଣ ଘଟିଛି । ବାକାୟାମ୍‌ରେ ଏକ ସଭାରେ ପ୍ରଧାନମନ୍ତ୍ରୀ କିସିଦା ଭାଷଣ ଦେଉଥିବା​ବେଳେ ବିସ୍ଫୋରଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ  ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନାହିଁ  ଓ ସେ ସୁରକ୍ଷିତ ଥିବା ଜଣାପଡିଛି।

  18. ଆରଏସଏସ୍‌ ମାନହାନୀ କେସ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ରାହୁଲଙ୍କ ବିରୋଧରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ ଖୁଣ୍ଟେ କରିଥିବା ଅପରାଧିକ ମାନହାନୀ କେସ୍‌ରେ ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟ ରାହୁଲଙ୍କୁ ବଡ଼ ଆଶ୍ୱସ୍ତ ଦେଇଛନ୍ତି। ତାଙ୍କୁ ସ୍ଥାୟୀ ଭାବେ କୋର୍ଟ ହାଜିରାରୁ ମୁକ୍ତି ମିଳିଛି।

  19. ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀ ‘ବିଜେପି’ ନେତା ସୁରେନ୍ଦ୍ର ମାଟିୟାଲାଲ୍‌ଙ୍କୁ ତାଙ୍କ ଅଫିସ୍‌ରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।

  20. ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.