- . ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସ୍କୁଲ । ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ଯନ୍ତ ବନ୍ଦ ରହିବ ସ୍କୁଲ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଦୁଇଦିନ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
- 2. ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ ।
- 3. ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
- 4. ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି
- 5. ଜାତୀୟସ୍ତରର ସଂସ୍ଥା ଏଜୁକେସନ ୱାର୍ଲ୍ଡ (ଇଡବ୍ଲ୍ୟୁ) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇଛି। ଦେଶରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ୨୪ତମ ରାଙ୍କରେ ରହିଛି। ଓଡ଼ିଶାରେ ଶୈଳବାଳା ଶ୍ରେଷ୍ଠ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ସ୍ଥାନ ପାଇଛି।
- 6. ଚୀନ୍ ରାଜଧାନୀ ବେଜିଂରେ ଆଜି ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲ୍ର ଇନପେସେଣ୍ଟ୍ ବିଭାଗରେ ଆଜି ଅପରାହ୍ନ ପ୍ରାୟ ୧୨.୫୭ ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି।
- 7. ଅତିକ ଅହମଦର ମୃତ୍ୟୁ ହୋଇସାରିଛି। କିନ୍ତୁ ଅତିକର ହାତଲେଖା ଚିଠି ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଛି।
- 8. ଆମାଜନ ଦ୍ବାରା ମଙ୍ଗଳବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ପିଲାମାନେ ମୋବାଇଲ, ଟିଭି ଓ କମ୍ପ୍ୟୁଟର ପରଦାରେ ମାତ୍ରାଧିକ ସମୟ ବିତାଉଥିବାରୁ ୮୫ ପ୍ରତିଶତ ଭାରତୀୟ ପିତାମାତା ଚଳିତ ଗ୍ରୀଷ୍ମାବକାଶ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି।
- 9. ୨୦୧୬ ମସିହାରେ ବିହାରରେ ମଦ ନିଷିଦ୍ଧ ହେବା ପରଠାରୁ ଦୀର୍ଘ ୭ ବର୍ଷ ମଧ୍ୟରେ ବିହାରରେ ବିଷାକ୍ତ ମଦ ବିଭୀଷିକା ଯୋଗୁଁ ୨୬୯ ଜଣଙ୍କ ମୃତ୍ୟୁ ହେଲାଣି। କିନ୍ତୁ ଏଯାବତ ଏହି ବିଷାକ୍ତ ମଦମୃତ୍ୟୁ ମାମଲାରେ କୌଣସି ଜଣେ ହେଲେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି।
- 10. ଗତ ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି।
- 11. ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିରେ ଛଟେଇ ଜାରି ରହିଛି । ଆମାଜନ୍ ଠାରୁ ଆରମ୍ଭ କରି ମେଟା, ଟ୍ୱିଟର ଓ ମାଇକ୍ରୋସଫ୍ଟ ପର୍ଯ୍ୟନ୍ତ ହଜାର ହଜାର ଚାକିରି ଛଟେଇ କରିଛନ୍ତି।
- 12. ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି।
- 13. ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି।
- 14. ଏନସିପି ନେତା ଅଜିତ ପାୱାର ଭାଜପାରେ ଯୋଗ ଦେବା ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା କରାଯାଉଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଟୁଇଟର ଆକାଉଣ୍ଟରୁ ଦଳୀୟ ଚିହ୍ନକୁ ହଟାଇ ଦେଇଛନ୍ତି।
- 15. ଶ୍ରୀମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଲା ଆଇନ ବିଭାଗ। ଜେଟିଏର ଦୁଇଟି ଫାଇଲ ଖୋଜି ପାଉନି ଆଇନ ବିଭାଗ। ହଜି ଯାଇଥିବା ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.