• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। 

  2. ଖାନ୍‌ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ୧୫ ଏକର ପରିମିତ ଅଂଚଳରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରାଯାଉଛି।

  3. ଯକ୍ଷ୍ମା ରୋଗ ନିରାକରଣରେ ଓଡ଼ିଶାକୁ ବଡ଼ ସଫଳତା । ଯକ୍ଷ୍ମା ରୋଗ ନିରାକରଣରେ ଦେଶର ପ୍ରମୁଖ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ଏନେଇ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି।

  4. ଶୈଳବାଳା ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ବଦ୍ଧପରିକର । ଏହି ଅବସରରେ ୧୦ କୋଟି ଟଙ୍କା ବ୍ୟୟରେ ୪୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

  5. ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି।

  6. ରାହୁଲ ତାଙ୍କ ବୟାନରେ କହିଛନ୍ତି କି, ଗାନ୍ଧୀ କେବେ କ୍ଷମା ମାଗେନାହିଁ । ମୁଁ ସବରକର ନୁହେଁ ଯେ କ୍ଷମା ମାଗିବି। ଏହାସହ ସେ କହିଛନ୍ତି କି, ମୋତେ ସମର୍ଥନ ଦେଇଥିବା ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ ।

  7. ଯୁକ୍ତ ୩ ଓ ପିଜି ନାମଲେଖା ପ୍ରକ୍ରିୟାରେ ହୋଇଥିବା ତ୍ରୁଟିକୁ ସୁଧାରିବ ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ଶିକ୍ଷା ବର୍ଷଠାରୁ (୨୦୨୩-୨୦୨୪) ସମସ୍ତ ଆସନ ପାଇଁ ଗୋଟିଏ ଥରରେ ହିଁ ମେଧା ତାଲିକା ପ୍ରକାଶ ପାଇବ। କିନ୍ତୁ ନାମଲେଖା ୬ଟି ପର୍ଯ୍ୟାୟରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

  8. ଶିଳ୍ପ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଅଦ୍ୟାବଧି ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ଅନୁମୋଦନ ସହ ରାଜ୍ୟରେ ୧୫୬ଟି ବୃହତ୍ତ ଶିଳ୍ପ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି।

  9. ମହାରାଷ୍ଟ୍ର ବିଧାନ ମଣ୍ଡଳକୁ ଚୋର ମଣ୍ଡଳ କହିବା ଅଭିଯୋଗରେ ସଞ୍ଜୟ ରାଉତଙ୍କ ବିରୋଧରେ ଗତ ମାସରେ ସ୍ବାଧିକାର ଭଙ୍ଗ ନୋଟିସ୍ ଜାରି ହୋଇଥିଲା । ବୟାନ ପରେ ସଞ୍ଜୟ ରାଉତ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ସେ କେବଳ ସିନ୍ଦେ ଗୋଷ୍ଠୀ ପାଇଁ ଏଭଳି ମନ୍ତବ୍ୟ ଦେଇଥିଲେ । କିନ୍ତୁ ମହାରାଷ୍ଟ୍ର ବିଧାମଣ୍ଡଳର ବିଧିକମିଟି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ବାଧିକାର ଉଲ୍ଲଂଘନ ପ୍ରସ୍ତାବରେ ଦୋଷୀ ସାବ୍ୟସ୍ତ କରିଛି ।

  10. ଓସ୍କାର ଜିତିବା ପରେ କହିବାକୁ ଦିଆନଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଗୁନିତ୍ ମୋଙ୍ଗା। ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ର ପ୍ରଯୋଜିକା ହେଉଛନ୍ତି ଗୁନିତ୍ ମୋଙ୍ଗା।

  11. ମୁକେଶ ଅମ୍ବାନିଙ୍କ ସଂପତ୍ତି ଗତ ୧୦ ବର୍ଷ ମଧ୍ୟରେ ୩୫୬ ପ୍ରତିଶତ ବୃଦ୍ଧି ଘଟିଛି। ୮୨ ବିଲିଅନ ଡଲାର ସଂପତ୍ତି ସହିତ ମୁକେଶ ଏକମାତ୍ର ଭାରତୀୟ ଭାବେ ୨୦୨୩ର ଧନୀ ତାଲିକାରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

  12. ଚଳିତମାସ ୧୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ୧୨.୭୯୮ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୫୭୨.୮୦୧ ବିଲିଅନ ଡଲାରରେ ପହଞ୍ଚିଛି।

  13. ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପରେ ‌ବ୍ଲକ୍ କମ୍ପାନିର ସେୟାର ମୂଲ୍ୟରେ ମାତ୍ରାଧିକ ହ୍ରାସ ପାଇଛି। ଏହାଫଳରେ ଏହାର ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସିଙ୍କ ସଂପତ୍ତି ଦିନକରେ ୫୨୬ ନିୟୁତ ଡଲାର ହ୍ରାସ ପାଇଛି।

  14. ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ (ଏସ୍‌ପିଭି) ଅର୍ଜନ କରିଥିବା ଜଣାପଡ଼ିଛି।

  15. ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌ଙ୍କୁ ନିକଟରେ ସମ୍ମାନଜନକ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’ପ୍ରଦାନ କରାଯାଇଛି।

  16. ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଆକ୍ସିସ ଏସ୍‌ ଆଣ୍ଡ ପି ୫୦୦ଇଟିଏଫ୍‌ ଫଣ୍ଡ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।

  17. ବିଜେପି ନେତୃତ୍ୱାଧୀନ କର୍ଣ୍ଣାଟକା ସରକାର ରାଜ୍ୟରେ ମୁସଲିମମାନଙ୍କୁ ମିଳୁଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଦେଇଛନ୍ତି।

  18. ଅଭିନେତା ରାଜକୁମାର ରାଓ ଏବଂ ଭୂମି ପେଡନେକର ଅଭିନୀତ ଫିଲ୍ମ‘ଭିଡ୍‌’ ମାର୍ଚ୍ଚ ୨୪ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।

  19. ଭାରତକୁ ଗୌରବାନ୍ବିତ କଲେ ଦୁଇ ଝିଅ। ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ସହ ବକ୍ସିଂର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ସ୍ୱିଟି ବୋରା ଓ ନିତୁ ଘନଘାସ।

  20. ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ସଡ଼କ ଦୁର୍ଘଟଣା ପରେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗତବର୍ଷ ଡିସେମ୍ବର ମାସରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ୨୦୨୩ ଆଇପିଏଲ ଖେଳିବେ ନାହିଁ। ତାଙ୍କ ବଦଳରେ ଦିଲ୍ଲୀର କମାଣ ଡାଭିଡ ୱାର୍ଣ୍ଣର ସମ୍ଭାଳିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.