• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଯୋଧ୍ୟା ରାମନ୍ଦିରକୁ ଦାନ ରୂପରେ ଆସୁଥିବା ରାଶି ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତିନିଗୁଣା ବୃଦ୍ଧି ପାଇଛି। ମନ୍ଦିରର ଅଧିକାରୀ ଏହାକୁ ନେଇ କହିଛନ୍ତି, ‘ଗତ ୧୫ଦିନ ମଧ୍ୟରେ ମନ୍ଦିର ଦାନବାକ୍ସକୁ ପାଖାପାଖି ଏକ କୋଟି ଟଙ୍କା ଆସି ସାରିଛି।
  2. ୨୦୨୨ ପାଇଁ ବିଶ୍ଵରର ସବୁଠାରୁ ପ୍ରଦୂଷିତ ସହର ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରୁ ଭାରତରେ ୩୯ଟି ସହର ରହିଛି । ଓଡ଼ିଶାର ତାଳଚେର ଏହି ତାଲିକାରେ ରହିଛି ।
  3. ଭାରତୀୟ ଶିଳ୍ପପତି ଗୌତମ ଅଦାନୀଙ୍କ ସାନପୁଅ ଜିତ୍ ଅଦାନୀ ବିବାହ କରିବେ । ଜିତଙ୍କ ନିର୍ବନ୍ଧ ରବିବାର ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡ଼ିଛି।
  4. ଦୀର୍ଘ ୫ ବର୍ଷ ଧରି ସହମତିରେ ଯୌନ ସମ୍ବନ୍ଧ ରଖିବା ପରେ ବିବାହ ପାଇଁ ରାଜି ନ ହେବାରୁ ଜଣେ ଲୋକ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଆବେଦନକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି।
  5. ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଓଡ଼ିଶାର ସିଦ୍ଧାର୍ଥ ମହାନ୍ତି ଆସନ୍ତାକାଲିଠାରୁ କାର୍ଯ୍ୟ କରିବେ। ତିନି ମାସ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି।
  6. ଆଦାନି-ହିଣ୍ଡେନ୍‌ବର୍ଗ ଘଟଣାରେ ପ୍ରଭାବିତ ହୋଇଥିବା ଷ୍ଟକ ବଜାର କାରବାର ସୁଧାର ପଥକୁ ଫେରୁଥିବା ବେଳେ ଆମେରିକାରେ ଦୁଇଟି ବ୍ୟାଙ୍କ ବିଫଳ ହେବା ଖବର ବଜାର ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି।
  7. ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ରେ ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମର ଥିବା ଋଣ ରାଶି ପରିମାଣ ଚଳିତ ବର୍ଷ ମାର୍ଚ୍ଚ ୫ ସୁଦ୍ଧା‌ ୬,୧୮୩ କୋଟି ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
  8. ୨୦୨୨-୨୩ ଆର୍ଥିକ ବର୍ଷରେ ଯାତ୍ରୀ ସଂଖ୍ୟା ଓ ସେମାନଙ୍କ ଟିକଟରୁ ହେଉଥିବା ଆୟ ବଢ଼ିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଯାତ୍ରୀ ସେବାରୁ ରେଳବାଇ ୩୩,୯୪୪ କୋଟି ଟଙ୍କା ଆୟ କରିଥିଲା।
  9. ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୧.୩୩ ଲକ୍ଷ କୋଟି ଟଙ୍କାର ନଗଦ ରାଶି ପ୍ରଚଳନରେ ଥିଲା। ନୋଟ୍‌ ଓ କଏନ ଆକାରରେ ସେହି ନଗଦ ରହିଛି।
  10. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଅନ୍ତର୍ଗତ ଓଡିଶାର ୧୫ ଜିଲାରେ ୫୭ଟି ସେତୁ ର୍ନିମାଣ ପାଇଁ ଅନୁମୋଦନ ମିଳିଛି।
  11. ରାଜ୍ୟରେ ୪୦.୫୫% ପରିବାର ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।
  12. ଓଡିଶା ରାଜ୍ୟରେ ୧୧ ଜିଲାରେ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବାଂଲାଦେଶୀ ଶରଣାର୍ଥୀ ରହୁଛନ୍ତି।
  13. ମଙ୍ଗଳବାର ଦିନ କ୍ରେମଲିନ କହିଛି ଯେ ପରିସ୍ଥିତିର ନୂତନ ବାସ୍ତବତାକୁ ବିଚାର ନ କରି ୟୁକ୍ରେନରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ।
  14. ଭୋପାଳ ଗ୍ୟାସ ଟ୍ରାଜେଡି ପୀଡ଼ିତଙ୍କୁ ଅତିରିକ୍ତ କ୍ଷତିପୂରଣ ପାଇଁ ଦାଏର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଘଟଣାର ପୀଡିତଙ୍କୁ ମିଳିବନି ଅତିରିକ୍ତ ସହାୟତା ।
  15. ଡିଆରଡିଓର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍‌)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ (ଭିଏସ୍‌ଆର୍‌ଏଡିଏସ୍‌) ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ ହୋଇଛି।
  16. ଓଡ଼ିଶା ଡ୍ରାଇଭର ମହାସଂଘ ୧୫ .୦୩. ୨୩ଠାରୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ ବୋଲି  ସଂଘ କହିଛି। ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଙ୍ଘ କହିଛି।
  17. ୨୦୧୭-୧୮ରୁ ୨୦୨୧-୨୨ ବର୍ଷ ମଧ୍ୟରେ ଓଡିଶା ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।
  18. ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ପାଇଁ  ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି।
  19. ଗଣଶିକ୍ଷା ବିଭାଗ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିଯୁକ୍ତି ଓ ରୂପାନ୍ତରଣର ବର୍ଷ ହେବ। ଗଣଶିକ୍ଷା ବିଭାଗରେ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୫୧ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
  20. ବାବା ରାମଦେବ ଦେଶର ଯୁବକମାନଙ୍କୁ ସନ୍ନ୍ୟାସୀ ଓ ବ୍ରହ୍ମଚାରୀ ହେବାକୁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିବା ସହିତ ଖବରକାଗଜରେ ବିଜ୍ଞାପନ ମଧ୍ୟ ଜାରି କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.