• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମ୍‌କୋର୍ଟ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମସଜିଦଟି ଏକ ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ।
  2. ଜାତୀୟ କୋଭିଡ୍‌ ଟାସ୍କଫୋର୍ସର ନେତୃତ୍ୱ ନେଇଥିବା ଡ. ରଣଦୀପ୍‌ ଗୁଲେରିଆ ବର୍ତ୍ତମାନର ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨ ସଂକ୍ରମଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ସଂକ୍ରମଣରୁ ବର୍ତ୍ତିବା ଲାଗି ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଆବଶ୍ୟକ।
  3. ପାକିସ୍ତାନକୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି, ଶସ୍ତା ଦରରେ ତେଲ ବିକିବ ଋଷ । ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ଜଣାପଡିଛି ।
  4. ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ଯୋଗୁଁ ଆମେରିକା ଓ ପଶ୍ଚିମ ଦେଶମାନେ ଋଷ ଉପରେ କଟକଣା ଲଗାଇଛନ୍ତି । ଏଭଳି ସ୍ଥିତିରେ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ ରଖିବାକୁ ୠଷ ଭାରତ ସମେତ କିଛି ଦେଶକୁ କମଦରରେ ତେଲ ବିକୁଛି ।
  5. ଟାୟାରା ଫାଟିବା ‘ଇଶ୍ବରକୃତ’ ନୁହେଁ, ବରଂ ଏହା ମନୁଷ୍ୟକୃତ ଅବହେଳା ବୋଲି କୋର୍ଟ କହିଛନ୍ତି। ଏଥିପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୋର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଏହାକୁ ‘ଈଶ୍ବର କୃତ’ କହି କ୍ଷତିପୂରଣ ଦେବାକୁ ମନା କରିଦେଇଥିଲା। ଜଷ୍ଟିସ ଏସ୍‌ଜି ଡିଗେଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଗମ୍ଭୀର ଏବଂ ଅପ୍ରତ୍ୟାଶିତ ପ୍ରାକୃତିକ ଘଟଣା ଇଶ୍ବରକୃତ ହୋଇଥାଏ। ଏଥିପାଇଁ ମନୁଷ୍ୟ ଦାୟୀ ନୁହେଁ।
  6. ଭାରତୀୟ ନୌସେନା ଶତ୍ରୁପକ୍ଷକୁ ମୁକାବିଲା କରିବା ଦିଗରେ ଯୁଦ୍ଧ ଜାହାଜଗୁଡିକର ଆକ୍ରମଣ କରିବାର କ୍ଷମତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ସେଗୁଡିକରେ ୨୦୦ ସୁପରସୋନିକ କ୍ରୁଇଜ୍‌ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ମୁତୟନ କରାଯିବ।
  7. ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିବା ରିହାତି ପୁନଃ ଆରମ୍ଭ କରାଯାଉ ବୋଲି କମିଟି କହିଛି। ଏହି ବିଷୟରେ ବିଚାର କରିବାକୁ କମିଟି ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛି।
  8. ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।
  9. ଏଏପି ବିଧାୟକ ହରଜୋତ ସିଂ ବେନ୍‌ସ ଆଇପିଏସ୍‌ ଅଧିକାରୀ ଜ୍ୟୋତି ଯାଦବଙ୍କୁ ଏହି ମାସ ଶେଷ ସୁଦ୍ଧା ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।
  10. ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ଜାନୁଆରୀ ୨୦ ତାରିଖର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ଯେଉଁଥିରେ ଚାରି କିସ୍ତିରେ ୱାନ ର଼୍ୟାଙ୍କ ୱାନ ପେନସନ ଦେବାକୁ କୁହାଯାଇଥିଲା। କୋର୍ଟ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ଆଇନକୁ ନିଜ ହାତକୁ ନେଇପାରିବ ନାହିଁ।
  11. ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ବର୍ତ୍ତମାନ ମାସକୁ ଏକ ଲକ୍ଷ ୭୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଜୁଲାଇ ୨୦୨୨ରେ ଦିଲ୍ଲୀ ବିଧାନସଭା ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲା। ଏହି ପ୍ରସ୍ତାବ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଦିଲ୍ଲୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛି।
  12. ୧୯୯୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଜାପାନର କେଞ୍ଜାବୁରୋ ଓଏଙ୍କର ୮୮ବର୍ଷ  ବୟସରେ ପରଲୋକ ଘଟିଛି।  ସେ  ନୋବେଲ ପାଇବାରେ ଦ୍ୱିତୀୟ ଜାପାନୀ ସାହିତ୍ୟିକ।
  13. ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ ସୋମବାର ରାଷ୍ଟ୍ରପତି ଭବେ ଶପଥ ନେଇଛନ୍ତି।
  14. ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି।
  15. କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସହ ତୁଳନା କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ବିକାଶ ଉପରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।
  16. ସେବି ବେଆଇନ ଯୋଜନା ମାଧ୍ୟମରେ ସାରଦା ଗ୍ରୁପ୍‌ ଦ୍ୱାରା ଜନସାଧାରଣଙ୍କ ଠାରୁ ସଂଗ୍ରହ କରା ଯାଇଥିବା ଅର୍ଥ ଆଦାୟ କରିବା ପାଇଁ ଏପ୍ରିଲ ୧୧ରେ ମୋଟ ୩୨ କୋଟି ଟଙ୍କାର ସଂରକ୍ଷଣ ମୂଲ୍ୟରେ ୬୬ଟି ସମ୍ପତ୍ତିର ନିଲାମ କରାଯିବ।
  17. ଓଡିଶାରେ ଗତ ୧୦ ବର୍ଷ (୨୦୧୩ରୁ ୨୦୨୨) ମଧ୍ୟ‌ରେ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଷ୍ଟେସନ ସମୁଦାୟ ୨୨୫ଟି ମାମଲାର ତଦନ୍ତ କରିଛି। ଏହି ମାମଲାଗୁଡ଼ିକରେ ୨୬୧ ଜଣ ଅଭିଯୁକ୍ତ ଗିରଫ ହୋଇଥିଲା ବେଳେ ୮୮ ଗୋଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।
  18. କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ୭୫ ଜଣିଆ ମହିଳା ଡେୟାର୍‌ଡେଭିଲ ବାଇକ ରାଲିରେ ତିନି ଓଡ଼ିଆ ମହିଳା ସାମିଲ ହୋଇଛନ୍ତି। ସେମାନେ ହେଲେ, ନିମାପଡ଼ାର ପ୍ରତିମା ବେହେରା ,‌‌ଢେଙ୍କାନାଳର ପ୍ରିୟଦର୍ଶିନୀ ଓ ବଲାଙ୍ଗୀରର ରାଜଶ୍ରୀ ସାହୁ।
  19. ଶେଷ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି।
  20. ଜାତୀୟ ଖୋ ‌ଖୋ ପ୍ରଶିକ୍ଷଣ ଶିବିରରେ ଓଡ଼ିଶାରୁ ଦୁଇ ଜଣ ଅର୍ଚ୍ଚନା ମାଝୀ ଓ କାଦମ୍ବିନୀ ମାଝୀ ସ୍ଥାନ ପାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.