• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କୁ ମୁକ୍ତ ମାଲିକାନା ପ୍ରଦାନ କରାଯିବ। ଏହାଦ୍ୱାରା ପ୍ରାୟ ଏକ ଲକ୍ଷ ଲିଜ୍‌ଧାରୀ ଉପକୃତ ହେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
  2. ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସପରର୍ସ’ କୁ ସର୍ଟ ଫିଲ୍ମ ବର୍ଗରେ  ଓସ୍କାର ପୁରସ୍କାର ମିଳିଛି । ସେହିପରି ‘ଅରଆରଆର’ ର ନାଟୁ ନାଟୁ… କୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ମଧ୍ୟ ଓସ୍କାର ପୁରସ୍କାର ମିଳିଛି।
  3. ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ଲାଗି କେତେକ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ)ଙ୍କ ନିକଟରେ ଦାବି କରିଛନ୍ତି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଅନ୍ୟ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଯାଉଥିବାରୁ ଏପରି ଦାବି କରାଯାଇଛି।
  4. ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଗଣମାଧ୍ୟମ ସଂସ୍ଥାଗୁଡିକୁ ନିବେଦନ କରିଛନ୍ତି।
  5. ନୂଆଦିଲ୍ଲୀ ବାର ଆସୋସିଏସନ ଦ୍ୱାରା ପଟିଆଲା ହାଉସ କୋର୍ଟ ପରିସରରେ ମାର୍ଚ୍ଚ ୬ରେ ଆୟୋଜିତ ହୋଲି ମିଳନ ଉତ୍ସବରେ ନୃତ୍ୟ ପ୍ରଦର୍ଶନକୁ ଦିଲ୍ଲୀ ହାଇକୋର୍ଟ ଅନୁପଯୁକ୍ତ ବୋଲି ଅଭିହିତ କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି।
  6. ସୁଗାର ଫ୍ରୀ ଆର୍ଟିଫିସିଆଲ୍‌ ସ୍ୱିଟନର୍‌ ଇରିଥ୍ରୀଟୋଲ୍‌, ଆସ୍ପାର୍ଟାମେ ଯୋଗୁଁ ହେଉଛି ହୃଦଘାତ ପରି ସମସ୍ୟା । ଏହାକୁ ଚା ସହ ଅନ୍ୟ ଖାଦ୍ୟରେ ବ୍ୟବହାର କଲେ ଶରୀରରେ ଅନେକ ସମସ୍ୟା ଦେଖାଦେବା ସହ ହୃଦଘାତ ହେଉଥିବା କଥା ଏକ ଗବେଷଣାରୁ ଜଣା ପଡିଛି ।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଲୋକାର୍ପଣ କରିବେ। କର୍ଣ୍ଣାଟକର ଶ୍ରୀ ସିଦ୍ଧରୁଧା ସ୍ୱାମୀଜୀ ହୁବଲୀ ରେଳ ଷ୍ଟେସନରେ ନିର୍ମିତ ଏହି ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ୧୫୦୭ ମିଟର ଲମ୍ବ ଏହି ପ୍ଲାଟଫର୍ମ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ କରାଯାଇଛି।
  8. କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି। ସମଲିଙ୍ଗୀ ସମ୍ପର୍କ ଏବଂ ସାଧାରଣ ସମ୍ପର୍କ ସ୍ପଷ୍ଟ ଭିନ୍ନ ବୋଲି କହିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ ଏହାକୁ ସମାନ ଭାବରେ ବ୍ୟବହାର କରାଯାଇପାରିବ ନାହିଁ।
  9. ଅପରେସନ ତ୍ରିଶୂଳ,୩୩ ପଳାତକଙ୍କୁ ଗିରଫ କରି ଭାରତ ଆଣିଛି ସିବିଆଇ, ରାଡାରରେ ଆହୁରି ୨୭୬ ।
  10. ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ୮୮ହଜାର, ୧୦ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ କୂଳରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ ଜମାଇଥିଲେ। ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୧୪ହଜାର ୫୮ଟି ଅଲିଭରିଡଲେ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି।
  11. କଂଗ୍ରେସର ବରିଷ୍ଠ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରନ କୁମାର ରେଡ୍ଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି।
  12. ଓଡ଼ିଆ ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ପାଇବେ IUPAC ପୁରସ୍କାର, ସମ୍ମାନ ପାଇବାରେ ପ୍ରଥମ ମହିଳା  ।
  13. ତୃତୀୟ ପର୍ଯ୍ୟାୟର ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୨୩୩୬ଟି ବିଦ୍ୟାଳୟ ରୂପାନ୍ତରଣ ଲାଗି ସାମିଲ୍‌‌ ହୋଇଥିବାବେଳେ ପ୍ରାୟ ୫୦ ପ୍ରତିଶତ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଏଯାବତ୍‌‌ ଶେଷ ହୋଇଛି। ନୂଆ ଶିକ୍ଷା ବର୍ଷ ସୁଦ୍ଧା ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଥିବା ବେଳେ ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ ସାରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।
  14. ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
  15. ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏହାର ଛାତ୍ରୀ ଓ ପ୍ରଫେସରଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କକୁ ନିଷିଦ୍ଧ ଘୋଷଣା କରିଛି। ନୂଆ ନିୟମ ଆସନ୍ତା ଏପ୍ରିଲ ୧୭ ତାରିଖରୁ ଲାଗୁ ହେବ ବୋଲି ବିବିସି ରିପୋର୍ଟ କରିଛି। 
  16. ଜମ୍ମୁ-କାଶ୍ମୀରରେ ଜଣେ କାଠମିସ୍ତ୍ରୀ ତାଙ୍କ ସହ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ବଡ଼ଗାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପକାଇଛି। 
  17. ଅରୁଣାଚଳ ପ୍ରଦେଶରେ ଇଷ୍ଟର୍ଣ୍ଣ ନାଗା ନ୍ୟାସନାଲ ଗଭର୍ଣ୍ଣମେଣ୍ଟର ସଭାପତି ତୋଶା ମୋସାଙ୍ଗଙ୍କ ସମେତ ୧୫ ଜଣ ଉଗ୍ରବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମର୍ପଣ କରିଛନ୍ତି। 
  18. ଦୁନିଆର ଦ୍ୱିତୀୟ ଧନୀ ଶିଳ୍ପପତି ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ନିଜର ଏକ ସହର ସ୍ଥାପନ କରିବାକୁ ଚିନ୍ତା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। 
  19. ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌‌ଆଇଏଚ୍‌‌) ପ୍ରୋ ଲିଗ୍‌‌ ଭାରତ ଦମ୍‌ଦାର ପଦର୍ଶନ ଜାରି ରଖିଛି। ଉଦଘାଟନୀ ମ୍ୟାଚରେ ବିଶ୍ବବିଜେତା ଜର୍ମାନୀକୁ ୩-୨ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ଦ୍ବିତୀୟ ମ୍ୟାଚରେ ମଧ୍ୟ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
  20. ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଟେଷ୍ଟରେ ଶତକ ହାସଲ କରିଛନ୍ତି।  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.