• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ‘ଦୟାନଦୀ’ ପୁସ୍ତକ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ନବନିର୍ବାଚିତ ସଭାପତି ମାଧବ କୌଶିକ ଡ଼. ପଣ୍ଡାଙ୍କୁ ପୁରସ୍କାର ସ୍ୱରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ ପ୍ରଦାନ କରିଛନ୍ତି। 
  2. ରାଜ୍ୟରେ ୬ ହଜାର ୨୫ଟି ଲିଭ୍‌ ଆଣ୍ଡ ଟ୍ରେନିଂ ରିଜର୍ଭ ପୋଷ୍ଟ(ଏଲଟିଆରପି) ଶିକ୍ଷକ ପଦରେ ନିଯୁକ୍ତି ପାଇଁ ଗଣଶିକ୍ଷା ବିଭାଗ ପ୍ରକ୍ରୟା ଆରମ୍ଭ କରିଛି। ସ୍କୁଲଗୁଡିକରେ ଅନେକ ଶିକ୍ଷକ ସ୍ୱାସ୍ଥଗତ କାରଣରୁ, ବିଭିନ୍ନ ପ୍ରଶିକ୍ଷଣ ତଥା ଅନେକ କାରଣରୁ ସ୍କୁଲରେ ଅନୁପସ୍ଥିତ ରହୁଥିବା ସମସ୍ୟାକୁ ଦୂର କରିବା ଲାଗି ଅନ୍ୟ ବିଭାଗ ଭଳି ଗଣଶିକ୍ଷା ବିଭାଗରେ ‘ଏଲଟିଆରପି’ ସୃଷ୍ଟି କରିଛି।
  3. ଗଞ୍ଜେଇ ଚାଲାଣ କରୁଥିବା ଜଣେ ଯୁବକକୁ ଗିରଫ କରିଛି ବ୍ରହ୍ମପୁର ଅବାକରୀ ଗୁଇନ୍ଦା ବିଭାଗ। ଘରୋଇ ଗ୍ୟାସ୍ ସିଲିଣ୍ଡର ଭିତରେ ଗଞ୍ଜେଇ ଚାଲାଣ କରୁଥିଲା ସେହି ଯୁବକ।ଗିରଫ ଯୁବକ ଜଣଙ୍କ ହେଲେ ପୁରୀ ଜିଲ୍ଲା ପିପିଲି ନୂଆହାଟର ଜୟନ ବେହେରା(୩୦) । 
  4. ରାଜ୍ୟରେ ଏଚ୍‌‌୩ଏନ୍‌‌୨ ଷ୍ଟ୍ରେନ୍‌‌ କାୟା ବିସ୍ତାର କରିବାରେ ଲାଗିଛି। ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫୯ ଜଣ ଏଚ୍‌୩ଏନ୍‌୨ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
  5. ଡ଼ନ ଟିମନର ଲର୍କିପାଲି ଘର ଓ ପଥରଚେପା ଅଫିସକୁ ଭାଙ୍ଗିଲା ପୋଲିସ । ସରକାରୀ ଜମିରେ ଘର କରି ଟିମନ ଚଳାଇଥିଲା ଅପରାଧ ସାମ୍ରାଜ୍ୟ । ଟିମନ ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ଗତ କିଛି ମାସ ତଳେ NSAରେ ଗିରଫ ହୋଇଥିଲା ଡନ ଟିମନ ଓରଫ ଶ୍ରୀକନ୍ତ କୁମ୍ଭାର ।
  6. ଏବେ ଜେଲରେ ରହିଥିବା ଶିକ୍ଷିତ କଏଦୀ ଅନ୍ୟ କଏଦୀମାନଙ୍କୁ ପାଠ ପଢ଼଼ାଇବେ। ମିଳିଥିବା ତଥ୍ୟ ଅନୁସାରେ ଗତ ୪ ବର୍ଷରେ ଜେଲ୍‌‌ରେ ୧୩ହଜାର ୪୨୩ କଏଦୀ ଶିକ୍ଷିତ ହୋଇଛନ୍ତି। ୨୦୧୮ ମସିହାରେ ୩୮୪୪ଜଣ ଓ ୨୦୧୯ରେ ୩୭୨୫ ଜଣ କଏଦୀ ଉର୍ଚ୍ଚଶିକ୍ଷା ପାଇଛନ୍ତି। ସେହିପରି ୨୦୨୦ ଓ ୨୦୨୧ରେ ଅନୁରୂପ ସଂଖ୍ୟକ କଏଦୀ ଉଚ୍ଚଶିକ୍ଷା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୧ରେ ରାଜ୍ୟରେ ଥିବା ୮୮ଟି ଜେଲ୍‌‌ରେ ୯୨୭ଜଣ ଅଶିକ୍ଷିତ କଏଦୀ ରହିଥିଲେ। 
  7. ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ‘ସ୍କଚ୍‌‌’ ସ୍ୱର୍ଣ୍ଣ ସମ୍ମାନ ମିଳିଛି। ‘ଇ-ରିସୋର୍ସେସ୍‌‌’ ଭଳି ଅଭିନବ ପଦକ୍ଷେପ ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଶିକ୍ଷା ବର୍ଗରେ ‘ସ୍କଚ୍‌‌’ ଏହି ସମ୍ମାନ ପ୍ରଦାନ କରିଛି
  8. ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ ନେତୃତ୍ବ ଉପରେ ଜୋର ଦିଆଯାଇଛି’’
  9. ୨୦୨୧-୨୨ରେ ୭ଟି ଜାତୀୟ ରାଜନୈତିକ ଦଳ ସେମାନଙ୍କ ମୋଟ୍‌ ଆୟର ୬୬ ପ୍ରତିଶତ ଅଜଣା ସୂତ୍ରରୁ ଗ୍ରହଣ କରିଛନ୍ତି। ଏଡିଆର (ଏସୋସିଏସନ ଫର ଡିମୋକ୍ରାଟିକ ରିଫର୍ମ‌୍‌ସ) ରିପୋର୍ଟ ଅନୁଯାୟୀ ୭ଟି ଜାତୀୟ ଦଳ ଯଥା ବିଜେପି, କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ, ସିପିଏମ୍‌ ଏବଂ ଏନ୍‌ପିପି ୨୦୨୧-୨୨ରେ ୨,୧୭୨ କୋଟି ଟଙ୍କା ଅଜଣା ସୂତ୍ରରୁ ଗ୍ରହଣ କରିଛନ୍ତି।
  10. ବିଶିଷ୍ଟ ବଲିଉଡ଼ ଅଭିନେତା ଏବଂ ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ଯେଉଁ ଫାର୍ମ ହାଉସ୍‌ରେ ସେ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଉଥିଲେ, ସେଠାରୁ ତଦନ୍ତକାରୀ ପୁଲିସ ଦଳ କିଛି ଆପତ୍ତିଜନକ ଔଷଧ ପାଇଛନ୍ତି।
  11. ଛତିଶଗଡ଼ ସରକାରଙ୍କ ଏକ ବିଜ୍ଞାପନକୁ ରଦ୍ଦ କରି ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ମହିଳାଙ୍କ ପାଇଁ ଶତପ୍ରତିଶତ ସଂରକ୍ଷଣ ଅସାମ୍ବିଧାନିକ।
  12. ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି । ସେପ୍ଟେମ୍ବରରେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୋଗଦେବେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ସୁତ୍ରରୁ ଖବର ମିଳିଛି ।
  13. ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା କାର୍ଯ୍ୟକାଳ ଆସନ୍ତା ମେ’ ୨୪ରେ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ କମିସନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି
  14. କର୍ଣ୍ଣାଟକରେ ଆଗାମୀ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟ୍‌- ଫ୍ରମ୍‌- ହୋମ୍‌ (ଭିଏଫଏଚ୍‌) ସୁବିଧା ଆରମ୍ଭ କରାଯାଇଛି।
  15. ପ୍ରମୋଦ ତିଓ୍ଵାରୀଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବେ ନିଯୁକ୍ତ କରିବାକୁ କଂଗ୍ରେସ ଶନିବାର ଅନୁମୋଦନ କରିଛି। ଆନନ୍ଦ ଶର୍ମାଙ୍କ ପରେ ଖାଲି ପଡ଼ିଥିବା ଏହି ପଦବୀକୁ ଏବେ ସେ ନିଜ ହାତକୁ ନେବେ।
  16. ଆଜିର ‘ବିଶ୍ବକର୍ମା’ ଆଗାମୀକାଲିର ‘ଉଦ୍ୟୋଗୀ’ ହୋଇପାରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପି.ଏମ୍‌. ବିଶ୍ବକର୍ମା କ‌ୌଶଳ ସମ୍ମାନ’ (ପିଏମ୍‌ ବିକାଶ) ଉପରେ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ‘ୱେବିନର୍‌’ରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି।
  17. ଚୀନ୍ ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ଚୀନ୍ ସଂସଦର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଭାବେ ମନୋନୀତ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ।
  18. ରିହାତିରେ ମିଳୁଥିବା ରୁଷ୍‌ର ଅଶୋଧିତ ତେଲ କିଣିବା ଲାଗି ବିଶ୍ବର ଦୁଇ ପ୍ରମୁଖ ତୈଳ ବ୍ୟବହାରକାରୀ ଭାରତ ଓ ଚୀନ୍‌ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।
  19. ଚୀନ୍‌ ମଧ୍ୟସ୍ଥତା କରିବା ପରେ ଚରମ ଶତ୍ରୁ ଇରାନ୍‌ ଓ ସାଉଦୀ ଆରବ ପରସ୍ପର ମଧ୍ୟରେ ପୁନର୍ବାର ସୁ-ସମ୍ପର୍କ ସ୍ଥାପନ କରିବାକୁ ଶୁକ୍ରବାର ଦିନ ରାଜି ହୋଇଥିବା କଥା ସେମାନେ ଜାରି କରିଥିବା ମିଳିତ ବିବୃତିରେ କହିଛନ୍ତି।
  20. ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍‌-ଗାଭାସ୍କର୍‌ ଟ୍ରଫିର ଚତୁର୍ଥ ମ୍ୟାଚ୍‌ରେ ଓପନର୍ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଶତକ ହାସଲ କରି ଶୁବମନ ଗିଲ ଏଭଳି ରେକର୍ଡ ସୃଷ୍ଟି କରିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.