• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବ୍ରିଟେନ୍‌ରେ ଶୁକ୍ରବାରଦିନ  ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି।
  2. ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍‌, ଲ୍ୟାଣ୍ଡମାଇନ୍‌, ଗ୍ରେନେଡ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଦେଖିବାକୁ ପାଇଛନ୍ତି।
  3. ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦ‌ଘାଟନ କରିଛନ୍ତି ।
  4. ଗୁରୁଗ୍ରାମର ସେକ୍ଟର ୫୪, କ୍ରେଷ୍ଟ ସୋସାଇଟିର ୨୦ ମହଲାରୁ OYO ରୁମର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ପିତା ରମେଶ ଅଗ୍ରଓ୍ବାଲ ଖସି ପଡିଥିବା ଖବର ପାଇ ପୁଲିସ ଏବଂ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ନିକଟସ୍ଥ ପାରାସ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
  5. ଓଡ଼ିଶା ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଆରମ୍ଭ କରିଛନ୍ତି। ଓଡ଼ିଶାରେ ଜନଜାତି ସମ୍ପ୍ରଦାୟର ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବାକୁ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ସାଢେ ୧୪ ଲକ୍ଷ ଜନଜାତି ପରିବାରକୁ ଚାଷ ଏବଂ ଏ ସମ୍ପର୍କିତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
  6. ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜ ମନ୍ତ୍ରୀ ହେବା ପରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି।
  7. ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
  8. ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା ଏୟାରଲାଇନ୍ସ ହୋଇପାରିଥିବା କମ୍ପାନୀ ଦାବି କରିଛି।
  9. ୩ ବର୍ଷ ହେବ ଭାରତରେ ଚାଲିଥିବା ‘ବନ୍ଦେ ଭାରତ ଟ୍ରେନ୍‌’କୁ ଏ ବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍‌ କମ୍ପାନି ‘ଟାଟା ଷ୍ଟିଲ୍‌’ ନିର୍ମାଣ କରିବ ବୋଲି ସୂଚନା ରହିଛି। କମ୍ପାନି ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍‌ ନିର୍ମାଣ କରିବ
  10. ଲୋକପ୍ରିୟ ପାନୀୟ ବ୍ରାଣ୍ଡ୍ କାମ୍ପା କୋଲା ପୁଣି ଥରେ ବଜାରକୁ ଫେରିଛି। ରିଲାଏନ୍ସ ରିଟେଲ୍‌ ଏହାକୁ ବଜାରକୁ ଆଣିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କାମ୍ପା କୋଲା, କାମ୍ପା ଲେମନ୍ ଓ କାମ୍ପା ଅରେଞ୍ଜ୍‌ରେ ଏହା ଉପଲବ୍ଧ ହେବ। ଏହା ୨୦୦ ଏମ୍ଏଲ୍‌, ୫୦୦ ଏମ୍ଏଲ୍‌, ୬୦୦ ଏମ୍ଏଲ୍‌, ୧୦୦୦ ଏମ୍ଏଲ୍‌ ଓ ୨୦୦୦ ଏମ୍ଏଲ୍‌ ପ୍ୟାକ୍‌ରେ ଉପଲବ୍ଧ ହେବ।
  11. ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ ନାହିଁ କୌଣସି ଅସୁବିଧା। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେସନ କରି କମନ ଏରିଆ ସହିତ ଜମିର ମାଲିକାନା ଓନର୍ ଆସୋସିଏସନ ନାଁରେ ହିଁ ରହିବ।
  12. ବିଏସଏଫରେ ଖାଲି ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର (ଅଣ ଗେଜେଟେଡ୍) ନିଯୁକ୍ତି ନିୟମ ୨୦୧୫ ସଂଶୋଧନ କରି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ମାର୍ଚ୍ଚ ୯ରୁ ଲାଗୁ କରାଯାଇଛି ।
  13. ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌ର ବରିଷ୍ଠ ନେତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତା ଆଜି ମହିଳା ସଂରକ୍ଷଣ ବିଲ୍‌ ଦାବିରେ ଅନଶନ ଆରମ୍ଭ କରିଛନ୍ତି। ଦିଲ୍ଲୀରେ ସେ ଅନଶନ ଆରମ୍ଭ କରିଥିବା ବେଳେ କବିତାଙ୍କ ଏହି ଦିନିକିଆ ଧାରଣାକୁ ୧୨ଟି ବିରୋଧୀ ଦଳ ସମର୍ଥନ କରିଛନ୍ତି ।
  14. ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
  15. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଲୁଣକୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି କରାଯାଇଛି । ଲୁଣ ଦେଖିବାକୁ, ଖାଇବାକୁ ସାଧାରଣ ଜଣାପଡ଼ୁଥିଲେ ହେଁ ଏହା ଆପଣଙ୍କର ଶତ୍ରୁ ପାଲଟିବାର ସମ୍ଭାବନା ରହିଛି । ଯଦି ଲୁଣର ବ୍ୟବହାରକୁ ସୀମିତ କରାନଯାଏ ତେବେ ଆଗାମୀ ୭ ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିବାର ସମ୍ଭାବନା ରହିଛି । ଏଥିସହିତ ଅନେକ ରୋଗର ଶିକାର ହେବାର ମଧ୍ୟ ଆଶଙ୍କା ରହିଛି ।
  16. ମୌସୁମୀ ବିଭାଗ ଅନୁସାରେ, କର୍ଣ୍ଣାଟକ ଉପକଣ୍ଠରେ ମାର୍ଚ୍ଚ ୧୦ ତାରିଖରେ ଏବଂ ୧୦-୧୧ ତାରିଖରେ କୋଙ୍କଣ, ଗୋଆ, ସୌରାଷ୍ଟ୍ର ଇତ୍ୟାଦି ଅଞ୍ଚଳରେ ହିଟୱେଭ ସ୍ଥିତି ଉପୁଜିବ । ଅର୍ଥାତ ୧୦ ଏବଂ ୧୧ ତାରିଖରେ ଏହି ଅଞ୍ଚଳ ଗୁଡିକରେ ପ୍ରବଳ ଗରମ ଅନୁଭୂତ ହେବ । ସେପଟେ ପୂର୍ବୋତ୍ତର ଭାରତରେ ମାର୍ଚ୍ଚ ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।
  17. ରାଜସ୍ୱ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦ ଦିଆଯାଇଛି।ପ୍ରଚଳିତ ଓଡ଼ିଶା ସମବାୟ ସେବା ( ନିଯୁକ୍ତି ଓ ସେବା ସର୍ତ୍ତାବଳୀ ) ନିୟମ ୧୯୭୪ ଅନୁଯାୟୀ ସ୍ତର ୧୨ରେ କୌଣସି ପଦବୀ ନ ଥିବାରୁ ଏକ ନୂତନ ପଦ ଯଥା ବରିଷ୍ଠ  ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା
  18. ୧୩,୪୨୮ ସୁଲଭ ମୂଲ୍ୟ ଦୋକାନ ମାନଙ୍କର ଲାଇସେନ୍ସର ସମୟ ସୀମା ୩୧.୦୩.୨୦୨୩ ତାରିଖ ସମାପ୍ତ ହେଉଅଛି। ନିୟମାନୁଯାୟୀ ଯୋଗ୍ୟ ଡିଲର ମାନଙ୍କର ଲାଇସେନ୍ସ ଗୁଡିକର ପୁନଃ ଏକ ବର୍ଷ ଅର୍ଥାତ ୧.୦୪.୨୦୨୩ ତାରିଖରୁ ୩୧. ୦୩.୨୦୨୪ ତାରିଖ ପର୍ଯ୍ଯନ୍ତ ନବୀକରଣ କରାଯିବ ପ୍ରସ୍ତାବକୁ ରଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।
  19. ଓଡ଼ିଶା  ମୁଖ୍ୟ  ବିଭାଗୀୟ ଦପ୍ତର  ( ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ଯକାଳ କନିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ) ନିୟମାବଳୀ, ୨୦୧୯ରେ ପ୍ରସ୍ତାବ ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।
  20. ଆଇଓସିଏଲ ଓଡିଶାର ପାରାଦୀପ ଠାରେ ୫୮, ୦୪୨ କୋଟି ଟଙ୍କା ବିନିଯୋଗ ଦ୍ବାରା ଏକ ଡୁଆଲ ଫିଡ କ୍ରାକର ( DFC )  ପ୍ରତିଷ୍ଠା ପ୍ରସ୍ତାବ ସହିତ ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ବତନ୍ତ୍ର ପ୍ଯାକେଜକୁ ମଧ୍ୟ ରାଜ୍ୟ କ୍ୟାବିନେଟ  ଅନୁମୋଦନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.